ସ୍ବାମୀ ସ୍ତ୍ରୀକୁ କରିଥିଲା ଭିଡ଼ିଓ କଲ୍… ସ୍ତ୍ରୀକୁ କହିଲା ମୋ ସାମ୍ନାରେ କର ଏମିତି କାମ… ପୁଣି…

ଉତ୍ତରପ୍ରଦେଶ ୧୮।୩: ଉତ୍ତରପ୍ରଦେଶର ଜୋନନୁର ଜିଲ୍ଲାରେ ଜଣେ ସ୍ବାମୀ ନିଜ ସ୍ତ୍ରୀକୁ କରିଥିଲା ଭିଡ଼ିଓ କଲ୍। କଲରେ କେବଳ ସ୍ତ୍ରୀ କି ଝିଅର ଚେହେରା ଦେଖିବାକୁ ଚାହିଁନଥିଲା। ବରଂ ସ୍ତ୍ରୀକୁ ନିଜ ସାମ୍ନାରେ ମରିବାକୁ ବାଧ୍ୟ କରିଦେଇଥିଲା। ବିଡ଼ିଓ କଲରେ ସ୍ବାମୀ ଏମିତି କଥା କହିଲା ଯେ ଶେଷରେ ସ୍ତ୍ରୀ ସହିନପାରି ସ୍ବାମୀ ସାମ୍ନାରେ ମରିବାକୁ ବାଧ୍ୟ ହୋଇଥିଲା।

କେରାକତ ଥାନା ଅନ୍ତର୍ଗତ ପସେବା ଗାଁ ନିବାସୀ ରାଧେଶ୍ୟାମ ମୋର୍ଯ୍ୟାଙ୍କ ପରିବାର ଝାରଖଣ୍ଡର ଗୁମଲା ଜିଲ୍ଲାର ଚୈନପୁରଠାରେ ରୁହନ୍ତି। ରାଧେଶ୍ୟାମଙ୍କ ଝିଅ କିରଣ ମୋର୍ଯ୍ୟାଙ୍କ ବିବାହ ଝାରଖଣ୍ଡର ଜମସେଦପୁର ନିବାସୀ ରବିନ୍ଦ୍ର ମୋର୍ଯ୍ୟା (ରବି)ଙ୍କ ସହ ୨୦୧୫ ମସିହାରେ ହୋଇଥିଲା। ବିବାହ ପରେ କିରଣ ଶିକ୍ଷୟିତ୍ରୀ ପଦବୀରେ ଥିଲେ।

କିରଣ କେରାକତ ଥାନା ଅନ୍ତର୍ଗତ ଦେବକଲୀ ଗାଁରେ ଭଡ଼ାରେ ରହୁଥିଲେ। ପଡ଼ୋଶୀଙ୍କ କହିବାନୁସାରେ ବାହାଘର ପରେ ରବିନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ଭିତ​‌ରେ ଶାରୀରିକ ଓ ମାନସିକ ଭାବେ ବହୁ ନିର୍ଯ୍ୟାତନା ଦେଉଥିଲେ। ଏହି କଥାକୁ ନେଇ କିରଣ ବହୁଥର ଶାଶୁଘର ଲୋକଙ୍କୁ ଜଣାଇଛନ୍ତି।

କିରଣଙ୍କର ଏଟିଏମ୍ କାର୍ଡକୁ ମଧ୍ୟ ରବିନ୍ଦ୍ର ନେଇଯାଇଥିଲା। ପ୍ରତିମାସରେ ପଡ଼ୁଥିବା ଦରମାକୁ ମଧ୍ୟ ରବିନ୍ଦ୍ର ନେଇଯାଉଥିଲା। ଏଭଳି ଝଗଡ଼ା ଅହରହ ଚାଳୁଥିଲା।

ଆଜି ଅପରାହ୍ନ ୨ଟା ସମୟରେ ରବିନ୍ଦ୍ର କିରଣଙ୍କ ଫୋନକୁ କଲ୍ କରିଥିଲା। ଏହି ସମୟରେ ଉଭୟଙ୍କ ମଧ୍ୟରେ ପୁଣି ଥରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ରବିନ୍ଦ୍ର ରାଗରେ ଆସିଯାଇ କହିଲେ, ‘ତୁ ମରି କାହିଁ ଯାଉନୁ…’ । ଏହି ଗୋଟିଏ ପଦରେ କଥାରେ କିରଣ ରାଗି ଯାଇ ଦୋକାନରୁ ବିଷାକ୍ତ ଔଷଧ କିଣିଆଣିଲେ। ପୁଣି କିଛି ସମୟ ପରେ ରବିନ୍ଦ୍ର ପୁଣି ଥରେ ବିଡ଼ିଓ କଲ୍ କରିଲା ଏବଂ କହିଲା, ‘ଏ ପର୍ଯ୍ୟନ୍ତ ତୁ ମରିନୁ… କ’ଣ ପାଇଁ ବଂଚିଛୁ…’। କିରଣ ଆହୁରି ଜୋରରେ ରାଗିଯାଇ ସେହି ବିଷାକ୍ତ ଔଷଧକୁ ରବିନ୍ଦ୍ରକୁ ଦେଖାଇଲା। ରବିନ୍ଦ୍ର କହିଲା, ‘ଯଦି ଔଷଧ ଆଣିଛୁ ତେବେ ମୋ ସାମ୍ନାରେ ତାକୁ ଖା…’ ଆଉ ମୋ ସାମ୍ନା ମରେ। ରବିନ୍ଦ୍ରର ଏତିକି କଥାରେ ରାଗି ଯାଇ କିରଣ ବିଶ ଖାଇଦେଲା।

କିରଣ ପାଖରେ ତାର ଅଢ଼େଇ ବର୍ଷର ଝିଅ ସୋନା ମୋର୍ଯ୍ୟା ମଧ୍ୟ ଥିଲା। ନିଜ ମାକୁ ଏମିତି ସନ୍ଦିଗ୍ଧ ଅବସ୍ଥାରେ ମରୁଥିବାର ଦେଖି ଝିଅ ବହୁତ କାନ୍ଦୁଥିଲା। ଏହାର ଅଧ ଘଣ୍ଟା ପରେ ରବିନ୍ଦ୍ର କିରଣ ଗାଁର ରହୁଥିବା ଚାଚା ଅମିତ ହର୍ଷ ମୋର୍ଯ୍ୟାଙ୍କୁ ଫୋନ୍ କରି କହିଲା କିରଣ ବିଶ ଖାଇଦେଇଛି ବୋଲି। ଏହାପରେ ଅମିତ କିରଣ ଘରେ ପହଞ୍ଚିଥିଲା ଓ କିରଣକୁ ହସ୍ପିଟାଲ ନେଇଯାଇଥିଲା। ମାତ୍ର ସେଠାରେ କିରଣ ମୃତ ବୋଲି ଘୋଷଣା କରିଥିଲେ।। ଘଟଣାସ୍ଥଳୀରେ ପୁଲିସ ପହଞ୍ଚି ପୋଷ୍ଟବର୍ଟମ ପାଇଁ ଶବକୁ ପଠାଇଛି। କିରଣଙ୍କ ପରିବାର ଲୋକ ଅଭିଯୁକ୍ତ ରବିନ୍ଦ୍ର ନାଁ ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତକୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇନାହିଁ। ପୁରା ଘଟଣାବଳୀକୁ ପୁଲିସ ଯାଞ୍ଚ କରୁଛି ବୋଲି ସୂଚନା ମିଳିଛି।

   ସମ୍ବନ୍ଧିତ ଖବର


ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା

ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ଦୋହା ବିମାନ ବନ୍ଦରରେ ହଙ୍ଗାମା: ମହିଳାଙ୍କ କପଡା ଖୋଲି ଯାଞ୍ଚ କଲେ ଅଧିକାରୀ, ଜାଣନ୍ତୁ କ’ଣ ଥିଲା ପୁରା ଘଟଣା