PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଆପଣଙ୍କ ଗୁଗଲ ପେ ଆପ୍‌ରେ ରହିଛି ୨୦୨୦ ଟଙ୍କା, ସ୍କ୍ରାଚ୍ କରି ଏମିତି ଜିତନ୍ତୁ

ନୁଆଦିଲ୍ଲୀ ୨୫/୧୨: ଗୁଗଲ ପେ ନିଜ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି । ଗୁଗଲ ପେ ୨୦୨୦ ଷ୍ଟାମ୍ପ (google pay 2020 stamp) ଆଣିଛି ଯେଉଁଥିରେ ଗ୍ରାହକଙ୍କୁ କ୍ୟାଶ୍ ଜିତିବା ପାଇଁ ସୁଯୋଗ ଦିଆଯାଉଛି । ଗ୍ରାହକଙ୍କୁ କ୍ୟାଶ୍ ଜିତିବା ପାଇଁ ଷ୍ଟାମ୍ପ୍ସ କଲେକ୍ଟ କରିବାକୁ ପଡିବ, ଯେଉଁଥିରେ ୩ ଲେୟାରର କେକ୍(3 layer cake stamp) ହେବା ଜରୁରୀ ।

୩ ଲେୟାର କେକ୍ କରିବା ପାଇଁ ୭ ଷ୍ଟାମ୍ପ ଏକାଠି କରିବାକୁ ପଡିବ, ଯେଉଁଥିରେ ବେଲୁନ୍, ଡିଜେ, ସନଗ୍ଲାସ୍,ଡିସ୍କୋ,ଟଫି, ସେଲ୍ଫି ଓ ପିଜ୍ଜା ସାମିଲ ଅଛି । ଏହି ୭ ଷ୍ଟାମ୍ପ କଲେକ୍ଟ କଲେ ୟୁଜର୍ସଙ୍କୁ ୨୦୨୦ ଟଙ୍କାର ରିୱାର୍ଡ ମିଳିବ । ଗୁଗଲ ଏହି ଅଫର ୨୩ ଡିସେମ୍ବରରୁ ଆରମ୍ଭ କରିଛି ଏବଂ ୟୁଜର୍ସ ୩୧ ଡିସେମ୍ବର ପର୍ଯ୍ୟନ୍ତ ଏହାର ଫାଇଦା ଉଠାଇ ପାରିବେ ।

କେମିତି କଲେକ୍ଟ କରିବ ଷ୍ଟାମ୍ପ୍ସ
ଏହି ଅଫରରେ ୟୁଜର୍ସ ୪ଟି ଉପାୟରେ ୨୦୨୦ ଷ୍ଟାମ୍ପ କଲେକ୍ଟ କରିପାରିବେ । ଧ୍ୟାନରେ ରଖନ୍ତୁ ଖି ଜଣେ ୟୁଜର୍ ପ୍ରତି ଦିନ କେବଳ ଗୋଟିଏ ଉପାୟରେ ୫ ଷ୍ଟାମ୍ପ କଲେକ୍ଟ କରିପାରିବ । ଆସନ୍ତୁ ଜାଣିବା କଣ ସେହି ୪ ଉପାୟ ଯେଉଁଥିରେ ୟୁଜର ୨୦୨୦ ଟଙ୍କାର ପୁରସ୍କାର ଜିତିପାରିବେ ।

ପ୍ରଥମ ଉପାୟରେ ୟୁଜରଙ୍କୁ କୌଣସି ଅନ୍ୟ ଜଣେ ଗୁଗଲ ୟୁଜର, ବିଜନେସ୍ କିମ୍ବା ସ୍ପୋଟଙ୍କୁ ୯୮ ଟଙ୍କା ପେମେଣ୍ଟ କରିବାକୁ ପଡିବ । ଅନ୍ୟ ଉପାୟରେ ୟୁଜରଙ୍କୁ ୩୦୦ ଟଙ୍କାର ବିଲ୍ ପେମେଣ୍ଟ କିମ୍ବା ମୋବାଇଲ୍ ରିଚାର୍ଜ କରିବାକୁ ହେବ । ୟୁଜର ନିଜ ବନ୍ଧୁମାନଙ୍କୁ ଗୁଗଲ ପେ ପାଇଁ ଇନଭେଷ୍ଟ କରି ମଧ୍ୟ ଷ୍ଟାମ୍ପ ପାଇପାରିବେ । ଯଦି ଆପଣଙ୍କ ରେଫରଲ କୋଡର ବ୍ୟବହାର କରି ଆପଣଙ୍କ ବନ୍ଧୁ ପ୍ରଥମ ପେମେଣ୍ଟ କରନ୍ତି ତେବେ ମଧ୍ୟ ଷ୍ଟାମ୍ପ ଜିତିହେବ ।  ଏହା ବ୍ୟତୀତ ଗୁଗଲ ପେ ଷ୍ଟାମ୍ପକୁ ଗିଫ୍ଟ ଓ ଆକସେପ୍ଟ କରି ମଧ୍ୟ ଷ୍ଟାମ୍ପ ଜିତିହେବ ।

କେମିତି ମିଳିବ ରିୱାର୍ଡ ?
ଗେମ୍ ରୁଲ୍ସ ଅନୁସାରେ ୭ ଷ୍ଟାମ୍ପ ଜିତି କେକକୁ ୩ ଲେୟାର ପୁରା କରନ୍ତୁ, ଯାହା ଫଳରେ ସ୍କ୍ରାଚ୍ କାଡ ଜରିଆରେ ୨୦୨ ଟଙ୍କାରୁ ୨୦୨୦ ଟଙ୍କାର ଗିଫ୍ଟ ଜିତିହେବ । ସୂଚନା ଅନୁସାରେ କେକର କୌଣସି ବି ଲେୟାରକୁ ପୂରା କଲେ ମଧ୍ୟ ବୋନସ୍ ରିୱାଡ୍ ଜିତିହେବ । ୟୁଜର୍ସଙ୍କୁ ନିଜ ବୋନସ୍ ରିୱାର୍ଡ ସ୍ୱୟଂ ଚୟନ କରିବାକୁ ପଡିବ ଯେଉଁଥିରେ ଭାଉଚର, ସ୍କ୍ରାଚ୍ କାର୍ଡ ଓ ୨୦ ଲକ୍ଷ ଟଙ୍କାର ଲକି ଡ୍ର ଟିକେଟ୍ ଜିତି ପାରିବେ ଗ୍ରାହକ ।

ସମ୍ବନ୍ଧିତ ଖବର