PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ସଙ୍କଟରେ ବିଶ୍ୱ ଯୋଗାଣ ଶୃଙ୍ଖଳ, ଉତ୍ପାଦନ କମାଇପାରନ୍ତି ଅଟୋ ନିର୍ମାତା

https://www.bakingbusiness.com/

ନୂଆଦିଲ୍ଲୀ ୨୫/୭: କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ, ଚୀନ୍‌ ଏବଂ ଜର୍ମାନି ଭଳି ରାଷ୍ଟ୍ରରେ ପ୍ରାକୃତିକ ଦୁର୍ବିପାକ ଓ ଦକ୍ଷିଣ ଆଫ୍ରିକୀୟ ବନ୍ଦରଗୁଡ଼ିକରେ ସାଇବର ଆକ୍ରମଣ ଏସବୁ ଯୋଗୁ ଚାପରେ ଅଛି ବିଶ୍ୱ ଯୋଗାଣ ଶୃଙ୍ଖଳ । ଫଳରେ ଆଗକୁ କଞ୍ଚାମାଲ, ପାର୍ଟସ ଏବଂ ଖାଉଟି ଉତ୍ପାଦ ଆଦିର ଯୋଗାଣ ବାଧା ପାଇବ ବୋଲି ଅର୍ଥନୀତିଜ୍ଞ ତଥା ନୌପରିବହନ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । କୋଭିଡ-୧୯ ଡେଲ୍‌ଟା ଭାରିଆଣ୍ଟ ଏସିଆ ମହାଦେଶର କେତେକ ପ୍ରାନ୍ତରେ ଭୟଙ୍କର ପରିସ୍ଥିତି ଉପୁଯାଇଛି । ଏଭଳି କ୍ଷେତ୍ରରେ ଅନେକ ରାଷ୍ଟ୍ର ଏସବୁ ରାଷ୍ଟ୍ରରୁ ଆସୁଥିବା ନାବିକମାନଙ୍କୁ ନିଜ ନିଜ ସୀମାରେ ପଶାଇ ଦେଉନାହାନ୍ତି । ଜାହାଜଗୁଡ଼ିକରେ ଉତ୍କଟ କର୍ମଚାରୀ ସମସ୍ୟା ଦେଖାଦେଇଛି । ବିଶ୍ୱ କାରବାରର ପ୍ରାୟ ୯୦% ସାମୁଦ୍ରିକ ପଥରେ ହୋଇଥାଏ । ଜାହାଜ ଯୋଗେ ରାଷ୍ଟ୍ରଗୁଡ଼ିକ ପରସ୍ପରକୁ ସାମଗ୍ରୀ ପଠାଇଥାନ୍ତି । ସମ୍ପ୍ରତି ନୌପରିବହନ କ୍ଷେତ୍ରରେ ଦେଖାଦେଇଥିବା କର୍ମଚାରୀ ସମସ୍ୟା ଯୋଗୁ ତୈଳଠାରୁ ଆରମ୍ଭ କରି ଲୁହାପଥର, ଖାଦ୍ୟ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯୋଗାଣ ବ୍ୟାହତ ହୋଇଛି । ଜର୍ମାନିର କଣ୍ଟେନର ଲାଇନ୍‌ ହାପାଗ ଲଏଡ୍‌ ବର୍ତ୍ତମାନ ସ୍ଥିତିକୁ ଅତି ଭୟଙ୍କର ବୋଲି ଦର୍ଶାଇଛି ।

୨୦୨୦ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା, ଯେତେବେଳେ ପ୍ରାୟ ୧,୦୦,୦୦୦ ନାବିକ ସମୁଦ୍ର ମଧ୍ୟରେ ଅଟକି ରହିଥିଲେ । ବର୍ତ୍ତମାନ କରୋନାର ପରବର୍ତ୍ତୀ ଭାରିଆଣ୍ଟ ଏବଂ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକରେ ଦୁର୍ବିପାକ ମଧ୍ୟରେ ବିଶ୍ୱ ଯୋଗାଣ ଶୃଙ୍ଖଳକୁ ଏକ ବଡ ଧକ୍କା ମିଳିପାରେ ବୋଲି ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି । କଣ୍ଟେନର ସମସ୍ୟା ମଧ୍ୟ ରହିଛି । ଖାଲି କଣ୍ଟେନର ମିଳିବା କଷ୍ଟକର । କେତେକ ବନ୍ଦର ଏବଂ ଟର୍ମିନାଲରେ ପରିଚାଳନା ବ୍ୟବସ୍ଥାରେ ସୁଧାର ନାହିଁ । ଆହୁରି କିଛି ଦିନ ଏ ସମସ୍ୟା ଲାଗି ରହିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ଅର୍ଥନୈତିକ ପାୱାରହାଉସ୍‌ ଚୀନ୍‌ ଏବଂ ଜର୍ମାନିରେ ଭୟଙ୍କର ବନ୍ୟା ମଧ୍ୟ ବିଶ୍ୱ ଯୋଗାଣ ଶୃଙ୍ଖଳ ସମସ୍ୟାକୁ ଅଧିକ ତେଜିଛି । ପ୍ରଥମ ଲହରରୁ ଏ ଯାଏ ଯୋଗାଣ ଶୃଙ୍ଖଳ ସମସ୍ୟା ମୁକୁଳି ନ ଥିବାବେଳେ ବର୍ତ୍ତମାନର ନୂଆ ବାଧକଗୁଡିକ ପରିସ୍ଥିତିକୁ ଆହୁରି ଖରାପ କରୁଛି । ଚୀନ୍‌ରେ ବନ୍ୟା ଯୋଗୁ ଇନର ମଙ୍ଗୋଲିଆ ଏବଂ ସାନ୍‌ଜି ଆଦି ଖଣିଜ ଅଞ୍ଚଳରେ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଛି । ଅଟୋ ନିର୍ମାତାମାନେ କଞ୍ଚାମାଲ ଅଭାବରୁ ପୁଣି ଉତ୍ପାଦନ କମାଇବାକୁ ବାଧ୍ୟ ହୋଇପାରନ୍ତି ବୋଲି ଶିଳ୍ପ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।