କୋଭିଡ୍-୧୯ ଭାକ୍ସିନ ପାଇଁ WHOର ସ୍ୱତନ୍ତ୍ର ପ୍ଲାନିଂ ; ସବୁ ଦେଶ ସମ ପରିମାଣରେ ଟିକା ପାଇବାକୁ ପଦକ୍ଷେପ

ନୂଆଦିଲ୍ଲୀ – ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ( WHO) ମଙ୍ଗଳବାର ଦିନ  ବିଶ୍ୱର ସବୁ ଦେଶକୁ ଏକ ଗ୍ଲୋବାଲ ପାକ୍ଟ ବା ବୈଶ୍ୱସ୍ତରୀୟ ବୁଝାମଣାରେ ଯୋଗ ଦେବାକୁ  କହିଛି । ଯାହାର ଉଦ୍ଦେଶ୍ୟ ଗରୀବ ଦେଶ ମାନେ କେମିତି ସହଜରେ କୋଭିଡ୍‌-୧୯ ଭାକ୍‌ସିନ୍‌ ସୁବିଧାରେ ପାଇବେ ।

WHOର ଏହି  ଭାକସିନ୍‌ ପ୍ରୋଗ୍ରାମ କଣ  ? ଆସନ୍ତୁ ଜାଣିବା –

COVAX ଗ୍ଲୋବାଲ ଭାକସିନ୍‌ ସୁବିଧା ଏକ କାର୍ଯ୍ୟକ୍ରମ ଯେଉଁଥିରେ ଧନୀ ଦେଶ ଓ ନନପ୍ରଫିଟ୍‌ ସଂସ୍ଥା ଗୁଡ଼ିକ ଦ୍ୱାରା ସଂଗୃହିତ ଫଣ୍ଡରେ ପ୍ରସ୍ତୁତ ହେବ କୋଭିଡ୍‌-୧୯ ଭାକସିନ୍‌ । ଆଉ ଏହାକୁ ସମପରିମାଣରେ ପୁରା ବିଶ୍ୱର ବଣ୍ଟାହେବ । ୨୦୨୧ର ଶେଷ ସୁଦ୍ଧା ପ୍ରଭାବିତ ଅନୁମୋଦିତ ୨ ବିଲିୟନ ଡୋଜ୍‌ କୋଭିଡ୍‌-୧୯ ଭାକ୍ସିନ୍‌କୁ ବାଣ୍ଟିବାର ଏହାର ଲକ୍ଷ୍ୟ ରହିଛି ।

 ସବୁ ଦେଶ ସାମିଲ ହେବାକୁ ଏହି କାର୍ଯ୍ୟକ୍ରମର ସମୟ ସୀମା ଅଗଷ୍ଟ ୩୧କୁ ରହିଛି ।  ଏହାର ନେତୃତ୍ୱ  ଡବ୍ଲୁଏଚ୍‌ଓ  ନେବା ସହ ଏଥିରେ ଗାବି ଭାକ୍‌ସିନ୍‌ ଆଲାଏନ୍ସ ଓ CEPI ରହିଛନ୍ତି ।  

କୋଭାକ୍ସ ଏକ ବ୍ୟାପକ କାର୍ଯ୍ୟକ୍ରମର ଅଂଶ ବିଶେଷ । ଯାହାକୁ ଏକ୍ସେସ୍‌ ଟୁ କୋଭିଡ-୧୯ ଟୁଲ୍‌ସ ( ଏସିଟି)  ଏକ୍ସିଲିରେଟର କୁହାଯାଏ । ଏହା ମହାମାରୀକୁ ହ୍ରାସ ପାଇଁ ଟିକା , ଚିକିତ୍ସା , ନୈଦାନିକ ପରୀକ୍ଷଣ ଓ ଅନ୍ୟ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ କାମର ସୁନିଶ୍ଚିତ  କରିବ ।

ଧନୀ ଦେଶମାନେ କଣ କରୁଛନ୍ତି -?

ଧନୀ ରାଷ୍ଟ୍ରମାନେ ନିଜ ଦେଶର ନାଗରିକଙ୍କ ପାଇଁ ଟିକା ହାସନ ପାଇଁ ଧ୍ୟାନ କେନ୍ଦ୍ରିତ କରୁଛନ୍ତି । ପ୍ରଥମ ଡୋଜ୍‌ ପାଇବା ସେମାନେ କମ୍ପାନୀ ମାନଙ୍କ ସହ ଡିଲ୍‌ କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ କୌଣସି ଟିକା ପ୍ରଭାବଶାଳୀ ସାବ୍ୟସ୍ତ ହୋଇନାହିଁ ।

ସଂଯୁକ୍ତ ରାଷ୍ଟ୍ର ଆମେରିକା , ୟୁନାଇଟେଡ୍‌  କିଙ୍ଗଡମ୍ , ଜାପାନ ଓ ୟୁରୋପୀଯ ସଂଘ ର ସରକାର  ଭାକ୍‌ସିନ୍ ନିର୍ମାତା କମ୍ପାନୀ Pfizer, AstraZeneca , Johnson & Johnson ଓ ଅନ୍ୟ ସହ ଡିଲ୍‌ ବିଲିୟନ ବିଲିୟନ ଜଲାର ଖର୍ଚ୍ଚ କରିଛନ୍ତି । ଏକାକୀ ୟୁନାଇଟେଡ୍ ଷ୍ଟେଟ୍‌  ଆମେରିକା ଶହ ଶହ  ମିଲିୟନର ଡୋଜ୍‌ ବିକଶିତ , ପରୀକ୍ଷଣ ଓ ତିଆରି କରିବାକୁ ପାଖାପାଖି ୧୧ ବିଲିୟନ ଡଲାର ବିନିଯୋଗ କରିଛି ।

ରୁଷ୍‌ ଓ ଚୀନ୍‌ ମଧ୍ୟ ଟିକା ଉପରେ କାମ କରୁଛନ୍ତି ଏବଂ ପ୍ରାରମ୍ଭିକ ଭାବେ ନିଜର କିଛି ନାଗରିକଙ୍କର ଟିକାକରଣ ଆରମ୍ଭ କରିଦେଇଛନ୍ତି ।

WHOର ଏହି ଗ୍ଲାବାଲ ଲକ୍ଷ୍ୟ ନିଶ୍ଚୟ ସ୍ୱାଗତ ଯୋଗ୍ୟ ହୋଇପାରେ । କାରଣ କରୋନା କବଳରୁ ରକ୍ଷା ପାଇବା ଯେଉଁ ଭଳି ଭାବେ ଧନୀ ରାଷ୍ଟ୍ର ମାନଙ୍କ ମଧ୍ୟରେ ଘୋଡ଼ା ଦୌଡ଼ ଚାଲିଛି , ସେଥିରେ ଗରୀବ ରାଷ୍ଟ୍ରଗୁଡ଼ିକୁ ଟିକା ପାଇବାରେ ପଛରେ ପଡ଼ିଯିବେ। ଏଣୁ WHO ଏହାକୁ ବୁଝି ଏକ ସମତୁଲ ଟିକାକରଣର ବ୍ୟବସ୍ଥା କରିବାକୁ ଆଗେଇଛି ।

   ସମ୍ବନ୍ଧିତ ଖବର


ଚୀନ୍‌ର ଚୋରପଣ- କହିଲା ଭାରତରୁ ବ୍ୟାପିଛି କରୋନା ଭାଇରସ୍‌

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?

ପୁଣି ସ୍ଥଳଭାଗ ମୁହାଁଇପାରେ ଆଉ ଏକ ବାତ୍ୟା, ସତର୍କ ସୂଚନା ଜାରି

ନିର୍ଦ୍ଦୟ ପ୍ରେମିକ ! ପ୍ରେମିକାକୁ ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର କରୁଥିଲା ଯୌନଶୋଷଣ …

ୟୁପି ସରକାରଙ୍କ ଲଭ ଜିହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ, ବେଆଇନ ଭାବେ ଧର୍ମାନ୍ତରୀକରଣ ବିରୁଦ୍ଧରେ କଡାନିୟମ ଲାଗୁ…