PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

କୂଅ ଖୋଳିବା ବେଳେ ମାଟି ଭିତରୁ ମିଳିଲା ୫୧୦ କିଲୋର ନୀଲମ, ମୂଲ୍ୟ ୧୦ କୋଟି ଡଲାରରୁ ଅଧିକ

https://whatsnew2day.com

କଲୋମ୍ବୋ,୨୮।୭: କୂଳ ଖୋଳୁ ଖୋଳୁ ବାହାରିଲା ବିଶ୍ବର ସବୁଠାରୁ ବଡ ଦାମୀ ନୀଲମ ରତ୍ନ ପଥର। ଦାମୀ ପଥରର ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀ କହିଛନ୍ତି, ଜଣେ ବ୍ୟକ୍ତି ତାଙ୍କ ଘରର କୂଅ ଖୋଳିବା ବେଳେ ତାଙ୍କୁ ଏହା ମିଳିଥିଲା। ଏହି ନିଲମ ପଥରର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୧୦ କୋଟି ଡଲାର ରହିଛି। ବିଶେଷଜ୍ଞମାନେ ଏହି ନୀଲମ ପଥରକୁ ସେରେଣ୍ଡିପିଟି ସେଫାୟର ନାଁ ଦେଇଛନ୍ତି। ଏହା ପ୍ରାୟ ୫୧୦ କିଲୋ ଓଜନର ରହିଛି ଓ ୨୫ ଲକ୍ଷ କ୍ୟାରେଟର। ଏହି ନୀଲମ ପଥରର ମାଲିକ  ଡକ୍ଟର ଗାମଗେ କହିଛନ୍ତି, ଯେଉଁ ବ୍ୟକ୍ତି ତାଙ୍କ କୂଆ ଖୋଳୁଥିଲେ, ତାଙ୍କୁ ଖୋଦେଇ ସମୟରେ ମାଟି ଭିତରୁ କିଛି ଦାମୀ ପଥର ଦବି ହୋଇ ରହିଥିବାର ସୂଚନା ଦେଇଥିଲେ। ପରେ ଲୋକମାନେ ଏହି ବଡ ପଥରକୁ ବାହାର କରିବାରେ ସଫଳ ହୋଇଥିଲେ।

ଡକ୍ଟର ଗମାଗେ ସୁରକ୍ଷା କାରଣରୁ ନିଜର ପୁରା ନାଁ ଓ ଠିକଣା କହିନାହାନ୍ତି। ଡକ୍ଟର ଗମାଗେ ମଧ୍ୟ ଜଣେ ଦାମୀ ପଥର କାରବାରୀ। ସେ ନିଜର ଏହି ପଥର ବିଷୟରେ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ତାଙ୍କର କହିବା ଅନୁସାରେ, ଏହି ପଥରକୁ ସଫା କରିବା ଓ ଏଥିରୁ ମଇଳା ହଟାଇବାରେ ଏକ ବର୍ଷ ସମୟ ଲାଗିବ। ଏହାପରେ ତାକୁ ବିଶ୍ଲେଷଣ କରି ତା’ର ପଞ୍ଜିକରଣ କରାଯିବ।

ଡକ୍ଟର ଗମାଗେ କହିଛନ୍ତି, ପଥର ସଫେଇ ବେଳେ ତାଙ୍କଠାରୁ ନୀଲମର କିଛି ଟୁକୁଡା ଅଲଗା ହୋଇପଡିଥିଲା। ଏହି ସମୟରେ ଏହାର ବିଶ୍ଲେଷଣ କରାଯିବା ପରେ ଜଣାପଡିଥିଲା ତାହା ଖୁବ୍ ଉଚ୍ଚଶ୍ରେଣୀର ଓ ମୂଲ୍ୟବାନ ପଥର । ଏହି ପଥର ରତ୍ନାପୁରା ସହରରେ ମିଳିଥିଲା। ଏହି ସହରକୁ ଶ୍ରୀଲଙ୍କାର ଜେମ୍ ସିଟି ବୋଲି କୁହାଯାଏ। ସେଠାରେ ପୂର୍ବରୁ ଖୁବ୍ ଦାମୀ ପଥର ମିଳିସାରିଛି। ଶ୍ରୀଲଙ୍କା ବିଶ୍ବରେ ନୀଲମ ଓ ଅନ୍ୟ ଦାମୀ ପଥର ରପ୍ତାନିକାରୀ ଦେଶ। ଗତ ବର୍ଷ ଶ୍ରୀଲଙ୍କା ହୀରା କଟା ଓ ମୂଲ୍ୟବାନ ପଥର ରପ୍ତାନୀ କରିବାରେ ପ୍ରାୟ ୫୦ କୋଟି ଡଲାର ରୋଜଗାର କରିଥିଲା। ତେବେ କିଛି ବିଶେଷଜ୍ଞଙ୍କ ମତରେ ଏହି କ୍ଲଷ୍ଟର ଭିତରେ ଅଧିକାଂଶ ନୀଲମ ପଥର ଉଚ୍ଚ କ୍ବାଲିଟିର ନଥିବ।

ସମ୍ବନ୍ଧିତ ଖବର