PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ସୋଆ ଏନ୍‌ଏସ୍‌ଏସ୍‌ ଦ୍ୱାରା ବିଶ୍ୱ ତମାଖୁ ନିବାରଣ ଦିବସ ପାଳନ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏନ୍‌,ସ୍‌ଏସ୍‌ ପକ୍ଷରୁ ବିଶ୍ୱ ତମାଖୁ ନିବାରଣ ଦିବସ ଅବସରରେ ‘ତମାଖୁ ସେବନ ନିବାରଣର ପ୍ରତିଜ୍ଞା’ ଏବଂ ତମାଖୁର କ୍ଷତିକାରତା ବିଷୟରେ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟ ନେଇ ସୋମବାର ଦିନ ଏକ ଅନ୍‌ଲାଇନ୍‌ ବୈଠକ ଆୟୋଜିତ ହୋଇଯାଇଛି ।
ଏହି ବୈଠକରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଂଟାଲ୍‌ ସାଇନ୍‌ସେସ୍‌ର ପ୍ରଫେସର ଅନୁରାଗ ଶତପଥୀ ତମାଖୁର ମାରାତ୍ମକ ଗୁଣ ଓ କ୍ଷତିକାରକ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ସେ ଅନେକ ଉଦାହରଣ ଦେଇ ଜଣେ କିଭଳି ତମାଖୁ ସେବନଠାରୁ ଦୂରରେ ରହିବ ସେ ସମ୍ପର୍କରେ ବୁଝାଇଥିଲେ ।
ଏହି ବୈଠକରେ ସୋଆ ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ମଧ୍ୟ ତାଙ୍କ ବକ୍ତବ୍ୟ ରଖିଥିଲେ ।


ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରାୟ ୯୫ରୁ ଊଦ୍ଧ୍ୱର୍ ଅଧ୍ୟାପକ ଓ ବିଦ୍ୟାର୍ଥୀ ଯୋଗଦାନ କରିଥିଲେ ଏବଂ ତମାଖୁ ସେବନ ବିରୋଧରେ ପ୍ରତିଜ୍ଞା କରି ବୈଠକକୁ ସଫଳ କରିଥିଲେ । ସୋଆ ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ନଚିକେତା ଶର୍ମା ତମାଖୁ ସେବନ ନିବାରଣ ଓ ତମାଖୁ ମୁକ୍ତ କ୍ୟାମ୍ପସ ପାଇଁ ବିଦ୍ୟାର୍ଥୀମାନଙ୍କୁ ପ୍ରତିଜ୍ଞା କରାଇଥିଲେ ।