PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ପ୍ରଭୁ ଗଣେଶଙ୍କର ଏହି ମୂର୍ତ୍ତିକୁ ୬୦୦ କୋଟିରେ ବିକ୍ରି କରିବାକୁ ରାଜି ନାହାନ୍ତି ବେପାରୀ, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ଆଜି ଆମେ ଦୁନିଆର ସବୁଠୁ ମହଙ୍ଗା ଭଗବାନ ଗଣେଶଙ୍କ ମୂର୍ତ୍ତି ବିଷୟରେ କହିବାକୁ ଯାଉଛୁ। ଯିଏ ଏହି ଗଣେଶ ମୂର୍ତ୍ତିର ଦାମ୍ ବିଷୟରେ ଶୁଣିବ ସିଏ ହୋଇଯିବ ଆଶ୍ଚଯ୍ୟ। ସତରେ! ଭଗବାନ ଗଣେଶଙ୍କର ଏହି ନିଆରା ମୂର୍ତ୍ତିର ଦାମ୍ ପାଖାପାଖି ୬୦୦ କୋଟି। ଏହି ମୂର୍ତ୍ତିର ସୁବଠୁ ଖାସ୍ କଥା ହେଲା କି ଏହା ହେଉଛି ପ୍ରାକୃତିକ। ଏହାକୁ ତିଆରି କରାଯାଇନାହିଁ।

ଗୁରୁରାଟର ସୁରତ ସହରକୁ ହୀରା ନଗରୀ ବୋଲି କୁହାଯାଏ। ଏହି ହୀରା ନଗରୀରେ ହୀରାର ୧୮୨.୩ କ୍ୟାରେଟର ଗଣେଶ ମୂର୍ତ୍ତି ରହିଛି। ଯାହାର ଓଜନ ପାଖାପାଖି ୩୬.୫ ଗ୍ରାମ। ଯଦି ମୂର୍ତ୍ତିକୁ ବଜାର ମୂଲ୍ୟ ହିସାବରେ କହିବା ତେବେ ଏହାର ମୂଲ୍ୟ ପ୍ରାୟ ୬୦୦ କୋଟି ହେବ। ଯିଏ ବି ଏହି ମୂର୍ତ୍ତିର ଦାମ୍ ସମ୍ପର୍କରେ ଶୁଣୁଛି ସିଏ ଆଶ୍ଚଯ୍ୟ ହୋଇଯାଉଛି।

ଏହି ମୂର୍ତ୍ତି ଚର୍ଚ୍ଚିତ ହୀରା ବ୍ୟବସାୟୀ କନୁଭାଈ ଆସୋଦରିୟାଙ୍କ ଘରେ ଅଛି। ଗତ ୧୨ବର୍ଷରୁ ଆସୋଦରିୟାଙ୍କ ପରିବାର ଏହି ମୂର୍ତ୍ତିକୁ ପୂଜା କରି ଆସୁଛନ୍ତି। ଏହି ପରିବାର ଲୋକଙ୍କ କହିବାନୁସାରେ, ଗତ ୧୨ବର୍ଷ ତଳେ ବେଲଜିୟମ୍ରୁ କଞ୍ଚା ହୀରା ଆସିଥିବା ସମୟରେ ଏହି ମୂର୍ତ୍ତି ବହାରିଥିଲା। ଏହା ତାଙ୍କ ଭାଗ୍ୟ ବୋଲି ସେମାନେ ଭାବନ୍ତି। ମୁଖ୍ୟ କଥା ହେଲାକି ଏହି ମୂର୍ତ୍ତିକୁ ୬୦୦ କୋଟି ଦେଇ ଲୋକେ ନେବାକୁ ଚାହୁଁଥିଲେ ବି ଆସୋଦରିୟା ପରିବାରର ଲୋକେ ଏହାକୁ ବିକ୍ରି କରିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି।