ଆଇସିସି ଟେଷ୍ଟ ଚାମ୍ପିଅନ୍‌ସିପ୍‌ ପଏଣ୍ଟ ନିୟମରେ ପରିବର୍ତ୍ତନ: ଟପ୍‌ରେ ଅଷ୍ଟ୍ରେଲିଆ, ଦ୍ୱିତୀୟରେ ଭାରତ

ଦୁବାଇ,୨୦/୧୧: ଚଳିତ ଆଇସିସି ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ପଏଣ୍ଟ ନିୟମରେ ପରିବର୍ତ୍ତନ କରାଯାଇଛି । ପଏଣ୍ଟର ହାରା ହାରି ହିସାବ ଜରିଆରେ ଶ୍ରେଷ୍ଠ ଦୁଇ ଦଳ ଫାଇନାଲ୍‌ ଖେଳିବେ । କରୋନା ଭାଇରସ ସଂକ୍ରମଣ ଯୋଗୁ କିଛି ସିରିଜ୍‌ ବାତିଲ ହେବାରୁ ପଏଣ୍ଟ ବଦଳରେ ବିଜୟ ପ୍ରତିଶତକୁ ହିସାବକୁ ନିଆଯିବ । ସର୍ବାଧିକ ପ୍ରତିଶତ ପଏଣ୍ଟ ହାସଲ କରିଥିବା ଦୁଇ ଦଳ ଫାଇନାଲ୍‌ ଖେଳିବେ । ଆଇସିସି କ୍ରିକେଟ୍‌ କମିଟିର ପ୍ରସ୍ତାବକୁ କାର୍ଯ୍ୟକାରୀ କମିଟି ସ୍ୱୀକୃତି ଦେଇଛି । ଫଳରେ ପଏଣ୍ଟ ତାଲିକାରେ ଅଷ୍ଟ୍ରେଲିଆ ଶୀର୍ଷକୁ ଉନ୍ନୀତ ହୋଇଥିବାବେଳେ ଭାରତ ଦ୍ୱିତୀୟ ସ୍ଥାନକୁ ଖସିଛି ।

ଭାରତ ମୋଟ୍‌ ୩୬୦ ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଥିଲା । ଅଷ୍ଟ୍ରେଲିଆ ୨୯୬, ଇଂଲଣ୍ଡ ୨୯୨, ନ୍ୟୁଜିଲାଣ୍ଡ ୧୮୦, ପାକିସ୍ତାନ ୧୬୬, ଶ୍ରୀଲଙ୍କା ୮୦, ୱେଷ୍ଟ ଇଣ୍ଡିଜ ୪୦, ଦକ୍ଷିଣ ଆଫ୍ରିକା ୨୪ ପଏଣ୍ଟ ହାସଲ କରିଛନ୍ତି । ବାଂଲାଦେଶର ପଏଣ୍ଟ ଖାତା ଖୋଲି ନାହିଁ । ପରିବର୍ତ୍ତିତ ନିୟମ ଅନୁଯାୟୀ ଅଷ୍ଟ୍ରେଲିଆ ୮୨.୨ ପ୍ରତିଶତ ପଏଣ୍ଟ ହାସଲ କରିଥିବାବେଳେ ଭାରତ ୭୫ ପ୍ରତିଶତ ପଏଣ୍ଟ ହାସଲ କରିଛି ।

ସେହିପରି ଇଂଲଣ୍ଡ ୬୦.୮% ପଏଣ୍ଟ, ନ୍ୟୁଜିଲାଣ୍ଡ ୫୦%, ପାକିସ୍ତାନ ୩୯.୫ ଧ ପଏଣ୍ଟ ହାସଲ କରି ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ଅଧିକ ରହିଛି । ୩ଟି ସିରିଜର ମୋଟ୍‌ ୧୦ଟି ମ୍ୟାଚ୍‌ରୁ ଅଷ୍ଟ୍ରେଲିଆ ୭ଟିରେ ବିଜୟ ହାସଲ କରିଥିବାବେଳେ ଗୋଟିଏ ଟେଷ୍ଟ ଡ୍ର’ ରଖିଛି । ୨ଟି ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ସେହିପରି ଭାରତ ୪ଟି ସିରିଜର ୯ଟି ମ୍ୟାଚ୍‌ ଖେଳି ୭ଟିରେ ବିଜୟ ହାସଲ କରିଥିବାବେଳେ ୨ଟି ଟେଷ୍ଟରେ ପରାଜିତ ହୋଇଛି ।

   ସମ୍ବନ୍ଧିତ ଖବର


ଓସିଏର ନୂଆ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଭଞ୍ଜନ ମଲ୍ଲିକ

ଭାରତର ଅଷ୍ଟ୍ରେଲିଆ ଗସ୍ତ: ଆଜି ପ୍ରଥମ ଦିନିକିଆ ସିରିଜ୍

ସାନିଆ ମିର୍ଜା ମାତୃତ୍ୱ ଲାଭ କରିବା ପରେ ପୁଣି ସେ କୋର୍ଟକୁ ଫେରିବେ

ଆର୍ଜେଣ୍ଟିନାର ଏହା ହେଉଛି ସେହି ସ୍ଥାନ ଯେଉଁଠି ମାରାଡୋନାଙ୍କ ମୃତ୍ୟୁ ପରେ କେହି କାନ୍ଦିଲେନି, ଉତ୍ସବ ପାଳିଲେ

ଗୋଆରେ ପ୍ରତିଷ୍ଠା ହେବ ଫୁଟବଲ କିମ୍ବଦନ୍ତୀ ମାରାଡୋନାଙ୍କ ବିଶାଳ ପ୍ରତିମା, ଜାଣନ୍ତୁ କେତେ ରହିବ ଓଜନ…

ମାରାଡୋନାଙ୍କ ବିଷୟରେ କିଛି ଅଜଣା କଥା: ଭାଇ ଦେଇଥିବା ଫୁଟବଲକୁ ୬ ମାସ ପର୍ଯ୍ୟନ୍ତ ପାଖରେ ରଖି ଶୋଉଥିଲେ,ଜାଣନ୍ତୁ ଗୋଲ୍ ଅଫ୍ ଦ ସେଞ୍ଚୁରି ବିଷୟରେ…