PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଏହା ହେଉଛି ବିଶ୍ବର ସବୁଠାରୁ ବଡ ଗୁମ୍ଫା,ଭିତରୁ ଆସୁଥିବା ବିକଟ ଶବ୍ଦ ଶୁଣିଲେ ଭୟରେ ଥରିଯିବେ

ନୂଆଦିଲ୍ଲୀ,୮।୯: ଆପଣ ନିଜ ଜୀବନରେ ଅନେକ ଗୁମ୍ଫା ହୁଏତ ଦେଖିଥିବେ, କିନ୍ତୁ ଭିଏତନାମାରେ ଥିବା ଏହି ଗୁମ୍ପାକୁ କେବେ ଦେଖିନଥିବେ। ଏହା ବିଶ୍ବର ସବୁଠାରୁ ବଡ ଗୁମ୍ଫା, ଯାହା ଭିତରକୁ ଏକ ଅଲଗା ଦୁନିଆ ରହିଥିବାର ନେଇ ଚର୍ଚ୍ଚା ହୁଏ। ସବୁଠାରୁ ବଡ କଥା ହେଲା ଏହି ଗୁମ୍ଫା ଭିତରକୁ ଏଭଳି ଭୟଙ୍କର ଶବ୍ଦ ଶୁଣିବାକୁ ମିଳେ, ଯାହାକୁ ଶୁଣିଲେ ଭୟରେ ଥରି ଉଠିବେ।

୯ କିଲୋମିଟର ଲମ୍ବା,୨୦୦ ମିଟର ଚଉଡା ଓ ୧୫୦ ମିଟର ଉଚ୍ଚତା ବିଶିଷ୍ଟ ଏହି ଗୁମ୍ଫାର ନାମ ହେଉଛି ହ୍ୟାଙ୍ଗ ସୋନ ଡୁଙ୍ଗ। ଏହି ଗୁମ୍ଫା ଭିତରେ ଗଛ-ଲତା ଠାରୁ ନେଇ ଜଙ୍ଗଲ, ବାଦଲ ଓ ନଦୀ ସବୁକିଛି ରହିଛି। ଲକ୍ଷାଧିକ ବର୍ଷ ପୁରୁଣା ଏହି ଗୁମ୍ଫା ୨୦୧୩ରେ ପ୍ରଥମ ଥର ପାଇଁ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଆଯାଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରତି ବର୍ଷ ମାତ୍ର ୨୫୦ରୁ ୩୦୦ ଲୋକଙ୍କୁ ଏଠାକୁ ଯିବାକୁ ଅନୁମତି ମିଳିଥାଏ।

ଏହି ଗୁମ୍ଫାର ସନ୍ଧାନ ୧୯୯୧ରେ ’ହୋ ଖାନହ’ ନାମକ ଏକ ସ୍ଥାନୀୟ ବ୍ୟକ୍ତି କରିଥିଲେ, କିନ୍ତୁ ସେତେବେଳେ ପାଣିର ଭୟଙ୍କର ଗର୍ଜନ ଓ ଗୁମ୍ଫା ଭିତରେ ଘୋର ଅନ୍ଧାର ରହିଥିବା କାରଣରୁ ତା ଭିତରକୁ କେହି ଯିବାକୁ ସାହାସ କରୁନଥିଲେ।

ଅନ୍ତଃର୍ଜାତୀୟ ସ୍ତରରେ ୨୦୦୯ରେ ଏହି ଗୁମ୍ଫାକୁ ପରିଚୟ ମିଳିଥିଲା, ସେତେବେଳେ ଜଣେ ବ୍ରିଟିସ୍ ରିସର୍ଚ ଆସୋସିଏସନ୍ ପ୍ରଥମ ଥର ବିଶ୍ବକୁ ଏହି ଗୁମ୍ଫାର ଝଲକ ଦେଖାଇଥିଲେ। ପରେ ୨୦୧୦ରେ ବୈଜ୍ଞାନିକମାନେ ଏକ ୨୦୦ ମିଟର ଉଚ୍ଚ କାନ୍ଥ, ଯାହାକୁ ଭିଏତନାମ ପ୍ରାଚୀର ବୋଲି କୁହାଯାଏ, ଏହାକୁ ପାର କରି ଗୁମ୍ଫା ଭିତରକୁ ଯିବାର ରାସ୍ତା​‌ ଖୋଜିଥିଲେ।

ପ୍ରତିବର୍ଷ ପର୍ଯ୍ୟଟକ ଅଗ​‌ଷ୍ଟ ମାସ ପୂର୍ବରୁ ଏହି ଗୁମ୍ଫା ଭିତରକୁ ଯାଇ ଫେରିଆସିଥାନ୍ତି, କାରଣ ଏହାପରେ ଗୁମ୍ଫା ଭିତରେ ଥିବା ଜଳସ୍ତର ବଢି ଯାଇଥାଏ। ଗୁମ୍ଫା ଭିତରକୁ ଯିବା ପାଇଁ ପ୍ରତି ବ୍ୟକ୍ତିଙ୍କୁ ଟିକେଟ ବାବଦରେ ପ୍ରାୟ  ୨ ଲକ୍ଷ ଟଙ୍କା ଦେଇଥାନ୍ତି। ଏହା ଭିତରକୁ ଯିବା ପୂର୍ବରୁ ପର୍ଯ୍ୟଟକଙ୍କୁ ୬ ମାସ ପୂର୍ବରୁ ଟ୍ରେନିଂ ଦିଆଯାଇଥାଏ। ଅତି କମରେ ୧୦ କିଲୋମିଟର ପାଦରେ ଚାଲିଚାଲି ଯିବାକୁ ପଡିଥାଏ ଓ ୬ଥର ରକ୍ କ୍ଲାଇମ୍ବିଂ ତଥା ଚଟାଣ ଉପରେ ଚଢିବା ଶିଖାଯାଇଥାଏ। ଏହାପ​‌ରେ ଗୁମ୍ଫା ଭିତରକୁ ଯିବାର ଅନୁମତି ମିଳିଥାଏ।

ସମ୍ବନ୍ଧିତ ଖବର