PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିରେ ମିଶିଲେ ସୁନୀଲ ଜାଖଡ, କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ
  • ||
  • ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବାନ୍ଧିଥିଲା ଏନ୍‌ଆଇଏ
  • ||
  • ପୁରୀ : ଏଥର ଭକ୍ତ ଦେଖିବେ ସ୍ନାନଯାତ୍ରା, ହେଲେ ସ୍ନାନ ବେଦିରେ ଶ୍ରୀବିଗ୍ରହଙ୍କୁ କରିପାରିବେନି ସ୍ପର୍ଶ
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ଆକ୍ଟିଭ କେସ୍,୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୨ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ଆଜି-କାଲି ବର୍ଷା ଆଶଙ୍କା, ତିନି ଦିନ ପରେ ପୁଣି ତାତି
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌… ଅଖ ଅନୁକୂଳ, ନାହାକା ଚକରେ ପଇତା ଓ ୧୫ ଚକ ପ୍ରସ୍ତୁତ
  • ||
  • ମୋହନା: ରାସ୍ତା କଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • କୁତ୍ରା: ୧୨ ବର୍ଷର ନାବାଳିକା ୭ ମାସର ଗର୍ଭବତୀ, ଥାନାରେ ଏତଲା ଦେଲେ ପରିବାରଲୋକ
  • ||
  • ବାରଙ୍ଗ: ପ୍ରେମ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ : ପ୍ରେମିକକୁ ହତ୍ୟା କଲେ ପ୍ରେମିକା ପରିବାର, ଇନ୍‌ଫୋସିଟି ଥାନା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ୧୭୦ ଆତଙ୍କବାଦୀ, ତାଲିମ ଦେଉଛି ପାକିସ୍ତାନୀ ସେନା ଏବଂ ISI
  • ||

ବିଶ୍ବର ସବୁଠାରୁ ସୁନ୍ଦରୀ ରାଣୀ କ୍ଲିୟୋପେଟ୍ରା, ଜାଣନ୍ତୁ ତାଙ୍କ ରହସ୍ୟମୟ ଜୀବନ ସମ୍ପର୍କରେ…

ନୂଆଦିଲ୍ଲୀ,୯।୩: ଇତିହାସରେ ଆପଣମାନେ ଏଭଳି କୌଣସି ରାଣୀ କିମ୍ବା ରାଜକୁମାରୀଙ୍କ ସମ୍ପର୍କରେ ପଢିଥିବେ ଯିଏକି ନିଜର ସୁନ୍ଦରତା ପାଇଁ ଇତିହାସ ପୃଷ୍ଠାରେ ଅମର ରହିଛନ୍ତି। ଆଜି ଆମେ ଆପଣଙ୍କୁ ଏଭଳି କିଛି ରାଣୀଙ୍କ ସମ୍ପର୍କରେ କହିବାକୁ ଯାଉଛି ଯେଉଁମାନେ କି ବିଶ୍ବର ସବୁଠାରୀ ସୁନ୍ଦରୀ ରାଣୀ ଭାବରେ ପରିଚିତ।ଇଜିପ୍ଟର ରାଜକୁମାରୀ କ୍ଲିୟୋପେଟ୍ରା ସୁନ୍ଦରତାର ଦେବୀ ବୋଲି କୁହାଯାଏ। କ୍ଲିୟୋପେଟ୍ରା ନା କେବଳ ତାଙ୍କର ସୁନ୍ଦରତା ପାଇଁ ଜଣାଥିଲେ ବଂର ତାଙ୍କର ଜୀବନ ଖୁବ୍ ରହସ୍ୟମୟ ରହିଥିଲା। ଯାହାକି ଏବେ ମଧ୍ୟ ଅନୁସନ୍ଦାନକାରୀଙ୍କୁ ତାଙ୍କ ଆଡକୁ ଆକର୍ଷିତ କରିଥାଏ। କ୍ଲିୟୋପେଟ୍ରା ଯେତିକି ସୁନ୍ଦର ଥିଲେ, ତା ଠାରୁ ଅଧିକ ଚତୁର ଏବଂ ଷଡଯନ୍ତ୍ରକାରୀ ଥିଲେ।

source:https://medium.com

ନିଜ ବାପାଙ୍କ ମୃତ୍ୟୁପରେ ମାତ୍ର ୧୪ ବର୍ଷ ବୟସରେ କ୍ଲିୟୋପେଟ୍ରା ଓ ତାଙ୍କର ଭାଇ ଟୋଲିମି ଦିୟୋନିସସଙ୍କୁ ମିଳିତ ଭାବରେ ରାଜ୍ୟଭାର ଗ୍ରହଣ କରିବାକୁ ପଡିଥିଳା।  ରାଜ୍ୟରେ କ୍ଳିୟୋପେଟ୍ରାଙ୍କ କ୍ଷମତା ତାଙ୍କ ଭାଇକୁ ସହ୍ୟ ହେଲାନାହିଁ। ସେ ବିଦ୍ରୋହ କରିବା ଆରମ୍ଭ କରିଥିଲେ। ଫଳରେ କ୍ଲିୟୋପେଟ୍ରାଙ୍କୁ କ୍ଷମତାଚ୍ୟୁଚ ହେବାକୁ ପଡିଥିଲା ଓ ସିରିୟାରେ ଶରଣ ନେଇଥିଲେ। କିନ୍ତୁ ରାଜକୁମାରୀ ଜଣକ ନିଜର ସାହାସ ଛାଡି ନଥିଲେ।ରୋମ ଶାସକ ଜୁଲିୟନ ସିଜରଙ୍କୁ ନିଜ ମୋହରେ ଫଶାଇ କ୍ଲିୟୋପେଟ୍ରା ଇଜିପ୍ଟ ଉପରେ ଆକ୍ରମଣ କରିଥିଲେ ଓ ତାଙ୍କ ଭାଇ ସିଜର ଟୋଲେମିକୁ ହତ୍ୟା କରି ଇଜିପ୍ଟର ରାଜସିଂହାସନରେ ବସିଥିଲେ।

source: nasvete.com

କ୍ଲିୟୋପେଟ୍ରାଙ୍କ ମୃତ୍ୟୁ ମଧ୍ୟ ଏକ ରହସ୍ୟ। କ୍ଲିୟୋପେଟାଙ୍କ ପରାଜୟ ପରେ ରୋମାନ ରୋମନ ରାଜ୍ୟର ପ୍ରଥମ ସମ୍ରାଟ ଅଗଷ୍ଟ ନିଜର ଶାସନ ସ୍ଥାପିତ କରିଥିଲେ। ଗବେଷଣାରୁ ଜଣାପଡିଛି ଯେତେବେଳେ ଅଗଷ୍ଟସଙ୍କ ପାଖରେ ନିଜର ସମ୍ମାନରେ ବର୍ଷର ଗୋଟେ ମାସର ନାମ ନିଜ ନାମରେ ରଖିବାର ସୁଯୋଗ ମିଳିଥିଲା, ସେ କ୍ଲିୟୋପେଟ୍ରାଙ୍କ ପରାଜୟନକୁ ବାର୍ଷିକ ଅନୁସ୍ମରଣୀୟ କରିବା ପାଇଁ ୮ମ ମାସକୁ ଚୟନ କରିଥିଲେ।  ଯେଉଁମାନେ କ୍ଲିୟୋପେଟ୍ରାଙ୍କର ମୃତ୍ୟୁ ହୋଇଥିଲା।

source:http://www.9india.com

ଅଗଷ୍ଟସ୍ କ୍ରିୟୋପେଟୟାଙ୍କୁ ରୋମରେ ବନ୍ଦୀ ଭାବରେ ରଖିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ରୋକିବା ପାଇଁ କ୍ଲିୟୋପେଟ୍ରା ନିଜକୁ ମାରି ଦେଇଥିଲେ। ଏଥିରୁ ସ୍ପଷ୍ଟ ଯେ କ୍ଲିୟୋପେଟ୍ରା ଲଜ୍ୟା, ଅସହାୟ ଏବଂ ହିଂସାକୁ ସହିବା ବଦଳରେ ନିଜ ପାଇଁ ମୃତ୍ୟୁର ବାଟକୁ ଶ୍ରେୟ ମଣିଥିଲେ। ଏବେ ବି ଇତିହାସରେ କ୍ଲିୟୋପେଟ୍ରା ଏଭଳି ରହସ୍ୟମୟୀ ରାଜକୁମାରୀ ଭାବରେ ଜଣାଯାଇଥାନ୍ତି ଯାହାଙ୍କ ବିଷୟରେ  ଏବେ ବି ଅନୁସନ୍ଧାନ ଜାରି ରହିଛି।