PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ସୁନା ଓ ହୀରାରେ ତିଆରି କରାଯାଇଛି ବିଶ୍ବର ସବୁଠାରୁ ଦାମୀ ମାସ୍କ, ଜାଣନ୍ତୁ କିଏ କିଣିବେ ଓ କେତେ ରହିଛି ଦାମ୍

https://www.livemint.com/

ନୂଆଦିଲ୍ଲୀ,୧୦।୮: କରୋନା କାଳରେ ସବୁଠାରୁ ଅଧିକ ଦରକାରୀ ଜିନିଷ ଯଦି କହିବା ତାହା ହେଲା ମାସ୍କ। କେନ୍ଦ୍ର ସରକାରଙ୍କଠାରୁ ନେଇ ରାଜ୍ୟ ସରକାର ଓ ପୋଲିସ ମାସ୍କ ପିନ୍ଧିବାକୁ ଜନସାଧାରଣକୁ ପରାମର୍ଶ ଦେଉଛନ୍ତି। ତେବେ ଆପଣଙ୍କ ପାଇଁ ୧୦ ଟଙ୍କା ନେଇ ୧ ହଜାର ଟଙ୍କା ପର୍ଯ୍ୟନ୍ତ ମାସ୍କ ବଜାରରେ ମିଳିପାରିବ। କିନ୍ତୁ କ’ଣ ଆପଣମାନେ ଜାଣନ୍ତି କି ବିଶ୍ବର ସବୁଠାରୁ ଦାମୀ ମାସ୍କର ମୂଲ୍ୟ କେତେ?

ବିଶ୍ବର ସବୁଠାରୁ ଦାମୀ ମାସ୍କର ମୂଲ୍ୟ ହଜାରେ କିମ୍ବା ଲକ୍ଷେ ଟଙ୍କାରେ ନୁହେଁ ବଂର କୋଟିଏ କୋଟିଏ ଟଙ୍କା। ହଁ ଏଭଳି ବିଶ୍ବର ସବୁଠାରୁ ଦାମୀ ମାସ୍କର ମୂଲ୍ୟ ହେଉଛି ୧୧ କୋଟି ଟଙ୍କା। ଇସ୍ରାଏଲର ଏକ ଜୁଏଲାରୀ କମ୍ପାନୀ ଏହି ମାସ୍କକୁ ତିଆରି କରିବା ନେଇ କାମ କରୁଛନ୍ତି ଓ ଏହା ବିଶ୍ବର ସବୁଠାରୁ ଦାମୀ କରୋନା ଭାଇରସ୍ ମାସ୍କ ହେବ। ଏହି ମାସ୍କ ସୁନା ଓ ହୀରାରେ ତିଆରି କରାଯାଇଛି, ଯାହାର ମୂଲ୍ୟ ୧.୫ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୧ କୋଟି ଟଙ୍କା।

ଡିଜାଇନର ଆଇଜକ୍ ଲେଭି କହିଛନ୍ତି, ୧୮ କ୍ୟାରେଟ୍ ଧଳା ସୁନାର ମାସ୍କକୁ ୩,୬୦୦ ଧଳା ଓ କଳା ରଙ୍ଗର ହୀରାରେ ସଜେ ଦିଆଯିବ।  ଯେଉଁ ବ୍ୟକ୍ତି ଏହାକୁ କିଣିବାକୁ କୁହନ୍ତି ତାଙ୍କର କଥା ରଖି ଟପ୍ ରେଟେଡ୍ ଏନ୍ ୯୯ ଫିଲ୍ଟରରେ ସୁସଜ୍ଜିତ କରାଯିବ। ୟଭେଲ କମ୍ପାନୀର ମାଲିକ ଲେଭି କହିଛନ୍ତି, ଏହାକୁ ଯିଏ କିଣିବ ତାଙ୍କର ଅନ୍ୟ ଦୁଇଟି ଦାବି ଥିଲା। ପ୍ରଥମେ ଗୋଟେ ବର୍ଷ ପର୍ଯ୍ୟନ୍ତ ଏହାର ତିଆରି ଶେଷ ହୋଇଯିବ ଓ ଦ୍ବିତୀୟଟି ହେଲା ଏହା ବିଶ୍ବର ସବୁଠାରୁ ଦାବୀ ମାସ୍କ ହେବ। ତେବେ ଏହାକୁ କିଏ କିଣିବେ ସେ ତାଙ୍କର ନାଁ କହିବାକୁ ମନା କରିଦେଇଛନ୍ତି। କିନ୍ତୁ କେବଳ ଏତିକି କହିଛନ୍ତି ସେ ବ୍ୟକ୍ତିଜଣକ ଆମେରିକାର ଜଣେ ଚିନି ବେପାରୀ।

ସମ୍ବନ୍ଧିତ ଖବର