୧୯୯୫ ମସିହାରୁ ସୁରକ୍ଷିତ ଅଛି ଏହି ବର୍ଗର

କାନ୍‌ବେରା/: ଅଷ୍ଟ୍ରେଲିଆର ୨ଜଣ ବ୍ୟକ୍ତିଙ୍କ ପାଖରେ ବିଶ୍ୱର ସବୁଠାରୁ ପୂରୁଣା ବର୍ଗର ଅଛି । ୩୯ ବର୍ଷୀୟ କୈସୀ ଡିନ୍ ଓ ୩୮ ବର୍ଷୀୟ ଏଡଭର୍ସଡ୍ ନିଟ୍ସଙ୍କ ପାଖରେ ବିଶ୍ୱର ସବୁଠାରୁ ପୂରୁଣା ବର୍ଗର ରହିଛି ବୋଲି ଉଭୟ ଚାଲେଞ୍ଜ କରିଛନ୍ତି । ସେମାନେ କହିଛନ୍ତି ଯେ ୧୯୯୫ ମସିହାରେ ଯେତେବେଳେ ଉଭୟ ଏଡିଲେଡରେ ରହୁଥିଲେ ସେତେବେଳେ ମ୍ୟାକଡୋନାଲ୍ଡ୍ସର ଏକ ବର୍ଗର କିଣିଥିଲେ । ସେହି ବର୍ଗରଟି ଆଜି ପର୍ଯ୍ଯନ୍ତ ସୁରକ୍ଷିତ ଅଛି ଏବଂ ସାମାନ୍ୟ ଖରାପ ହୋଇନି । ବର୍ଗରଟି ଏତେ ସତେଜ ଦେଖାଯାଉଛି ଯେ ଲାଗୁଛି ତାକୁ ଏବେ ମଧ୍ୟ ଖାଇହେବ । ଗତ ୨୫ ବର୍ଷ ହେବ ବର୍ଗରଟି ତାଙ୍କ ପାଖରେ ଅଛି । ଉଭୟ ବର୍ଗରଟିକୁ ନିଜ ‘ସାଥୀ’ ବୋଲି କୁହନ୍ତି ।

କୈସୀ ଓ ଏଡଭର୍ଡ୍ସ କୁହନ୍ତି କି ବର୍ଗରଟିକୁ ସୁରକ୍ଷିତ ରଖିବାର ଏକ ଉପାୟ ତାଙ୍କ ମୁଣ୍ଡକୁ ଆସିଥିଲା । ସେମାନେ ବର୍ଗର କିଣି ଆଣିବା ପରେ ଚିନ୍ତା କଲେ ଯେ ସେମାନେ ତାକୁ ନଖାଇ ସାରା ଜୀବନ ସୁରକ୍ଷିତ ଭାବେ ନିଜ ପାଖରେ ରଖିବେ । ଏହି ଉତ୍ସାହର ସହିତ ସେମାନେ ତାକୁ ସୁରକ୍ଷିତ ରଖିବା ଆରମ୍ଭ କରିଦେଲେ ।

ଆପଣଙ୍କୁ କହିରଖୁଛୁ ଯେ ଅଷ୍ଟ୍ରେଲିଆନ୍ ମିଡିଆରେ ୧୯୯୫ ମସିହାରେ ଏହି ବର୍ଗର ସମ୍ପର୍କରେ ଅନେକ ଆଲୋଚନା ହୋଇସାରିଛି । କିନ୍ତୁ ଏବେ ଏହା ଅଧିକ ଭାଇରାଲ ହେଉଛି । କାରଣ ନିକଟରେ ଆଇସଲ୍ୟାଣ୍ଡରେ ଏକ ବର୍ଗର ପ୍ରଦର୍ଶନୀରେ ଏହି ବର୍ଗରଟି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ସେଠାରେ ଏହା ସାମ୍ନାକୁ ଆସିଥିଲା ଯେ ଏହା ବିଶ୍ୱର ସବୁଠାରୁ ପୂରୁଣା ବର୍ଗର ।

ସେହିଭଳି ୨୦୦୯ ମସିହାରେ ମ୍ୟାକଡୋନାଲ୍ଡ୍ସ, ଆଇସଲ୍ୟାଣ୍ଡରେ ନିଜ ସମସ୍ତ ଆଉଟଲେଟ୍ସ ବନ୍ଦ କରିବାର ନିଷ୍ପତ୍ତି ନେଇଥିଲା । ସେତେବେଳେ ଜଣେ ବ୍ୟକ୍ତି ଚିଜବର୍ଗର ଓ ଫ୍ରେଞ୍ଚ ଫ୍ରାଇଜ୍ କ୍ରୟ କରି ତାକୁ ସୁରକ୍ଷିତ ରଖିବାର ନିଷ୍ପତ୍ତି ନେଇଥିଲେ । ଏହି ଚିଜବର୍ଗର ଓ ଫ୍ରେଞ୍ଚ ଫ୍ରାଇଜ୍ ଏକ ହଷ୍ଟେଲରେ ପିସ୍ ଅଫ୍ ଆର୍ଟ ଭଳି ସୁରକ୍ଷିତ ରହିଛି । କାଚର ଏକ ବକ୍ସ ଭିତରେ ଏହା ରହିଛି ଏବଂ ଏଥିରେ ଲେଖା ଅଛି ଯେ ମୁଁ ମ୍ୟାକଡୋନାଲ୍ଡ୍ସର ଶେଷ ଚିଜବର୍ଗର, ଯାହା କି ୨୦୦୯ରେ ବିକ୍ରି ହୋଇଥିଲା ।

ତେବେ ଡିନ୍ ଓ କୌସି କୁହନ୍ତି ଯେ ଆଇସଲ୍ୟାଣ୍ଡରେ କାଚ ବାକ୍ସ ଭିତରେ ରଖାଯାଇଥିବା ବର୍ଗର ସବୁଠାରୁ ପୁରୁଣା ନୁହେଁ । ତାଙ୍କ ପାଖରେ ରଖାଯାଇଥିବା ‘ସାଥୀ’ ବର୍ଗର ସବୁଠାରୁ ପୁରୁଣା ।

   ସମ୍ବନ୍ଧିତ ଖବର


ଭୁଲ୍ ଆଧାର ନମ୍ବର ଦେଲେ ଲାଗିପାରେ ୧୦ ହଜାର ପର୍ଯ୍ଯନ୍ତ ଜୋରିମାନା

ଭାରତର ମହାନ କ୍ରିକେଟରଙ୍କର ନାମରେ ରଖାଗଲା ବୁଢିଆଣୀର ନୂଆ ପ୍ରଜାତିର ନାମ, ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ

ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

‘ଗୁରୁଜୀ ମୁଁ ଆସୁଛି’ କହି ୭ମ ମହଲାରୁ ଡେଇଁ ପଡିଲେ ଇଞ୍ଜିନିୟରିଂ ଛାତ୍ର