PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ବିଶ୍ବର ୭ଟି ଏଭଳି ଦେଶ, ଯେଉଁଠାରେ ଲୋକଙ୍କୁ ଦେବାକୁ ପଡେନି ଇନକମ୍ ଟ୍ୟାକ୍ସ

ନୂଆଦିଲ୍ଲୀ,୫।୪: ଭାରତରେ ଚାକିରି, ବ୍ୟବସାୟ ଆଦି କ୍ଷେତ୍ରରେ ପ୍ରତି ବ୍ୟକ୍ତିଙ୍କୁ ଇନକମ ଟାକ୍ସ ଦେବାକୁ ପଡିଥାଏ। ଏଥିପାଇଁ ସର୍ତ୍ତ ରହିଛି ଯେ ତାଙ୍କର ଆମଦାମୀର ଟ୍ୟାକ୍ସ ଛାଡ କରାଯାଇଥିବା ଆୟ ସୀମା ୨.୫ ଲକ୍ଷରୁ ଅଧିକ ହେବା ଦରକାର। କିନ୍ତୁ ଆଜି ଆମେ ଆପଣଙ୍କୁ ବିଶ୍ବର ଏଭଳି ୭ଟି ଦେଶ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଲୋକମାନେ ଯେତେ ଅର୍ଥ ଉପାର୍ଜନ କଲେ ମଧ୍ୟ, ତାଙ୍କୁ ଇନକମ୍ ଟାକ୍ସ ଦେବାକୁ ପଡେନି। ତେବେ ଆସନ୍ତୁ ଜାଣିବା ଏହି ୭ଟି ଦେଶ ସମ୍ପର୍କରେ…

source: https://www.nytimes.com

ଉତ୍ତର ଆମେରିକାର ମହାଦ୍ବୀପ କାରିବିୟନ ଅଞ୍ଚଳରେ ଥିବା ଦେଶ,ବାହାମସରେ କୌଣସି ପ୍ରକାର ଇନକମ୍ ଟାକ୍ସ ଦେବାକୁ ପଡିନଥାଏ ଲୋକଙ୍କୁ। ଏଠାରେ ଲୋକମାନେ ଯେତେ ଅର୍ଥ ଉପାର୍ଜନ କଲେ ମଧ୍ୟ ତାଙ୍କୁ ଟ୍ୟାକ୍ସ ଦେବାକୁ ପଡେନି। ତେବେ ସମସ୍ତ କର୍ମଚାରୀ ଓ ଯେଉଁମାନେ ନିଜେ ବ୍ୟବସାୟ କରୁଛନ୍ତି ତାଙ୍କୁ ନିଜର ବେତନକୁ ରାଷ୍ଟ୍ରୀୟ ବୀମାକୁ ଦେବାକୁ ପଡିଥାଏ ଓ ଏହି ନିୟମ ସେଠାରେ ଥିବା ପ୍ରବାସୀଙ୍କ ଉପରେ ଲାଗୁ ହୋଇଥାଏ।

source: https://www.omanair.com/

ଓମାନ ଏକ ତୈଳ ଉତ୍ପାଦନକାରୀ ଦେଶ। ଏଠାରେ ମଧ୍ୟ କୌଣସି ବ୍ୟକ୍ତିଙ୍କୁ ଇନକମ୍ ଟ୍ୟାକ୍ସ ଦେବାକୁ ପଡିନଥାଏ। ତେବେ ଏଠାରେ କର୍ପୋରେଟ୍ ଟାକ୍ସ ୧୨ରୁ ୧୫ ପ୍ରତିଶତ ଦେବାକୁ ପଡିଥାଏ।

source: http://www.arabnews.com

ସାଉଦି ଆରବର ଲୋକଙ୍କୁ ମଧ୍ୟ ତାଙ୍କ ବେତନରୁ କୌଣସି ଟ୍ୟାକ୍ସ ଦେବାକୁ ପଡିନଥାଏ। ତେବେ ନିଜର ବ୍ୟବସାୟ କରୁଥିବା ପ୍ରବାସୀଙ୍କୁ ୨୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିଥାଏ। ଏହାଛଡା ସେଠାରେ କୌଣସି ବ୍ୟକ୍ତି ଉପରେ ଅନ୍ୟ କୌଣସି ପ୍ରକାର ଟ୍ୟାକ୍ସ ଲାଗୁ ହେବ ନାହିଁ।

source: https://www.cruisemapper.com

ଉତ୍ତର ଆଟଲାଣ୍ଟିକ୍ ମହାସାଗର ସ୍ଥିତ ବ୍ରିଟେନର ପ୍ରବାସୀ ଅଞ୍ଚଳ ବରମୁଣ୍ଡାରେ ମଧ୍ୟ କୌଣସି ଆୟକର ନାହିଁ, କିନ୍ତୁ ଏଠାରେ ଏକ ପେ-ରୋଲ ଟ୍ୟାକ୍ସ ରହିଛି ଯାହା ଆପଣଙ୍କ ବେତନରୁ କାଟା ଯାଇପାରେ। ଜଣେ କର୍ମଚାରୀଙ୍କ ବେତନରୁ କଟା ଯାଉଥିବା ଟ୍ୟାକ୍ସ ଅତିବେଶୀରେ ୫.୫ ପ୍ରତିଶତ ଅଟେ, ଯାହାକୁ କର୍ମଚାରୀଙ୍କ ବେତନରୁ ଦିଆଯାଇଥାଏ।

source: https://citizen.co.za

କତରରେ ତେଲର ଭଣ୍ଡାର ରହିଛି, ଯାହାର କାରଣରୁ ଏହି ଦେଶରେ ଖୁବ୍ ଧନୀ ଲୋକ ରହିଛନ୍ତି, କିନ୍ତୁ ଏହା ସତ୍ବେ ମଧ୍ୟ ଏଠାରେ ଇନକମ୍ ଟ୍ୟାକ୍ସ ଦେବାକୁ ପଡେନି। କୌଣସି ବ୍ୟକ୍ତି କିମ୍ବା କର୍ମଚାରୀ ଉପରେ ଆୟକର, ଲାଭାଶଂ, ପୁଞ୍ଜିଗତ ଲାଭ ଓ ଧନ କିମ୍ବା ସମ୍ପତ୍ତିର ହସ୍ତାନ୍ତରଣ ଉପରେ କୌଣସି ଟ୍ୟାକ୍ସ ନାହିଁ।

source: https://blog.continentalcurrency.ca

ଇଣ୍ଡୋନେସିଆ ପାଖରେ ଥିବା ଦେଶ ବ୍ରୁନେଇରେ କୌଣସି ପ୍ରକାର ଇନକମ୍ ଟ୍ୟାକ୍ସ ଦେବାକୁ ପଡେନି। ସେଠାରେ କେବଳ ଏକ କର୍ମଚାରୀ ଟ୍ରଷ୍ଟ ଫଣ୍ଡ ଓ ସପ୍ଲିମେଣ୍ଟ କଣ୍ଟ୍ରିବ୍ୟୁଟରୀ ପେନଶନ ଯୋଜନା ରହିଛି, ଯେଉଁଥିରେ ଲୋକଙ୍କୁ ଟଙ୍କା ଜମା କରିବାକୁ ପଡିଥାଏ।

source: https://www.nationsonline.org

ସେଭଳି କୁଏତରେ ମଧ୍ୟ ପ୍ରତ୍ୟେକ ନାଗରିକଙ୍କୁ ଇନକମ୍ ଟ୍ୟାକ୍ସ ଦେବାକୁ ପଡିନଥାଏ। ଯଦିଓ ଲୋକଙ୍କୁ ଏଠାରେ ସାମାଜିକ ବୀମାରେ ଯୋଗଦାନ କରିବା ଜରୁରୀ ରହିଛି।

ସମ୍ବନ୍ଧିତ ଖବର