PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ସବୁଠାରୁ ବଡ଼ ଭାସମାନ କ୍ରିସମାସ୍ ଟ୍ରି : ଉଚ୍ଚତା ୨୪ ମହଲା କୋଠା ସହ ସମାନ, ଲାଗିଛି ୯ ଲକ୍ଷ ଲାଇଟ୍

ରିଓ ଦି ଜେନେରୋ,୨୦।୧୨: ବ୍ରାଜିଲର ସହର ରିୟୋ ଡି ଜେନେରୋରେ ପାରମ୍ପାରିକ ଓ ଭାସମାନ କ୍ରିସମସ୍ ଟ୍ରି ରହିଛି। ଯାହାକୁ ବିଶ୍ବର ସବୁଠାରୁ ବଡ ଭାସମାନ  କ୍ରିସମସ୍ ଟ୍ରି ବୋଲି କୁହାଯାଏ। ତାକୁ ଲାଇଟରେ ସଜାଯିବା ସହିତ ମ୍ୟୁଜିକାଲ ଶୋ’ ଓ ବାଣ ଫୁଟାଇ ଭବ୍ୟ ଭାବରେ ଉଦଘାଟିତ କରାଯାଇଛି। ଏହାକୁ ଡିସେମ୍ବର ମାସର ପର୍ବ ଭାବରେ ପ୍ରାରମ୍ଭିକ ସଙ୍କେତ ଭାବି ମନାଯାଇଥାଏ।

ପ୍ରଭାବଶାଳୀ ଧାତୁରେ ତିଆରି କରାଯାଇଥିବା ଏହି କ୍ରିସମସ୍ ଟ୍ରି ୨୩୦ ଫୁଟର ହୋଇଥିବା ବେଳେ ଶନିବାର ରୋଡିଗୋ ଡି ଫ୍ରିଟାସ୍ ଲାଗୁନ ଉପରୁ ଭିନ୍ନ ଭିନ୍ନ ପ୍ରକାର ଲାଇଟରେ ସଜାଯାଇଥିଲା। ଏହାକୁ ରିୟୋ ଡି ଜେନେରୋର ଦକ୍ଷିଣ କ୍ଷେତ୍ରର ପ୍ରତିଷ୍ଠିତ ସ୍ଥାନ ଭାବରେ ମନେକରାଯାଇଥାଏ।

ଲାଇଟ୍, ମ୍ୟୁଜିକ୍ ଶୋ ଓ ବାଣ ପ୍ରାୟ ୭ ମନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଉଦଘାଟନ ସମୟରେ ଶତାଧିକ ଦର୍ଶକ ସେଠାରେ ଉପସ୍ଥିତ ଥିଲେ। ପ୍ରାୟ ୨୪ ମହଲା କୋଠା ଉଚ୍ଚତାର ଏହି ବିଶାଳ କ୍ରିସମସ୍ ଟ୍ରି ପାଣିରେ ଭାସମାନ ଅବସ୍ଥାରେ ୧୧ଟି ପ୍ଲାଟଫର୍ମ ଉପରେ ରହିଥିଲା। ଏହାକୁ ସଜାଇବାରେ ୯ଲକ୍ଷରୁ ଅଧିକ ଏଲଇଡି ଲାଇଟ୍  ବ୍ୟବହାର କରାଯାଇଥିଲା।

ସମ୍ବନ୍ଧିତ ଖବର