PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଆଜି ଶ୍ରାବଣର ପ୍ରଥମ ସୋମବାର : ଇଚ୍ଛାକୃତ ଫଳ ପାଇବା ପାଇଁ ଏହି ଫୁଲରେ କରନ୍ତୁ ଭଗବାନ ଶିବଙ୍କ ପୂଜା

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପ୍ରସନ୍ନ ଏବଂ ମନୋକାମନା ପୂର୍ଣ୍ଣ କରିବା ପାଇଁ ଏକ ପର୍ବ ରହିଛି। ଭଗବାନ ଶିବଙ୍କ ପାଇଁ ଏହି ମାସ ଅତ୍ୟନ୍ତ ପ୍ରିୟ ଅଟେ । ବିଶ୍ୱାସ କରାଯାଏ ଯେ ଏହି ମାସରେ ଜଗତ ଜନନୀ ଦେବୀ ପାର୍ବତୀ କଠୋର ତପ ଏବଂ ବ୍ରତ କରି ଶିବଙ୍କୁ ପ୍ରସନ୍ନ କରିଥିଲେ ଏବଂ ତାଙ୍କୁ ତାଙ୍କ ସ୍ୱାମୀ ଭାବରେ ଗ୍ରହଣ କରିଥିଲେ।

ଅନ୍ୟପକ୍ଷରେ, ଅନ୍ୟ ଏକ ବିଶ୍ୱାସ ଅନୁଯାୟୀ, ଶ୍ରାବଣ ମାସରେ ଶିବ ସମୁଦ୍ର ମନ୍ଥନରୁ ବାହାରୁଥିବା ବିଷ ପିଇ ବ୍ରହ୍ମାଣ୍ଡକୁ ରକ୍ଷା କରିଥିଲେ। ଏହି କାରଣରୁ, ଏହି ମାସରେ ଶିବ ପୂଜାର ମହତ୍ତ୍ୱ ଆହୁରି ବଢ଼ିଥାଏ । ଧାର୍ମିକ ବିଶ୍ୱାସ ହେଉଛି ଯେ ସକାଳୁ ଉଠିବା ପରେ ଏବଂ ସ୍ନାନ କରିବା ପରେ ଭଗବାନ ଶିବଙ୍କୁ ଭକ୍ତି ଭାବ ଓ ରୀତିନୀତି ଅନୁଯାୟୀ ଭଗବାନ ଶିବଙ୍କୁ ପୂଜା ଏବଂ ଅଭିଷେକ କରିବା ଦ୍ବାରା ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ତେବେ ଶିବ ପୁରାଣ ଅନୁଯାୟୀ, ଶିବ ପୂଜାରେ ଏହି ଫୁଲ ଅର୍ପଣ କରିବା ଦ୍ବାରା ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ।

ଭଗବାନ ଶିବଙ୍କ ପୂଜାରେ ଗଙ୍ଗଶିଉଳୀ ଫୁଲର ବିଶେଷ ଭାବେ ବ୍ୟବହାର କରାଯାଏ। ଏହାକୁ ପାରିଜାତ ଫୁଲ ମଧ୍ୟ କୁହାଯାଏ। ଏହି ଫୁଲ ଧଳା ରଙ୍ଗ ଏବଂ ଏହାର ମଝିରେ ନାରଙ୍ଗି ରଙ୍ଗ ରହିଥାଏ। ରାତିରେ ଫୁଟୁଥିବା ଏହି ଫୁଲକୁ ଭଗବାନ ଶିବଙ୍କ ନିକଟରେ ଅର୍ପଣ କରିବା ଦ୍ବାରା ସୁଖ ଓ ବୈଭବ ବୃଦ୍ଧି ହୋଇଥାଏ।

ଧତୁରା ବା ଦୁଦୁରା ଫୁଲ ଭୋଳାନାଥଙ୍କ ଅତ୍ୟନ୍ତ ପ୍ରିୟ। ଶିବଙ୍କ ପୂଜାରେ ଏହାର ଫଳ ଓ ଫୁଲ ବିଶେଷ ଭାବେ ଅର୍ପଣ କରାଯାଏ। ମାନ୍ୟତା ଅନୁଯାୟୀ ଯେଉଁ ଦମ୍ପତି ଶିବରାତ୍ରି ଦିନ ଦୁଦୁରା ଫୁଲ ସହ ଭଗବାନ ଶିବଙ୍କ ପୂଜା କରନ୍ତି, ସେମାନଙ୍କୁ ଶିବ କୃପାରୁ ବହୁତ ଶୀଘ୍ର ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ।

ଯଦି ଆପଣ ଅବିବାହିତ ଏବଂ ଉତ୍ତମ ଜୀବନସାଥୀ ଚାହୁଁଛନ୍ତି ତେବେ ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ତାଙ୍କ ପ୍ରିୟ ଚମ୍ପା ଫୁଲ ଅର୍ପଣ କରନ୍ତୁ। ଏହା ସହ ଭଗବାନ ଶିବଙ୍କ ସାଧନା ଓ ଆରାଧନା କରିବା ଦ୍ବାରା ସୁନ୍ଦର ଓ ଯୋଗ୍ୟ ଜୀବନସାଥୀ ଆବଶ୍ୟ ପ୍ରାପ୍ତି ହେବ।

ପଦ୍ମ, ବେଲ ପତ୍ର ଏବଂ ଶଙ୍ଖ ଫୁଲରେ ଭଗବାନ ଅଶୁତୋଷଙ୍କୁ ପୂଜା କରିବା ଉଚିତ୍ । ଯଦି ଏହି ଫୁଲ ଦ୍ୱାରା ଭଗବାନ ଶିବଙ୍କର ପୂଜା ସମ୍ପନ୍ନ ହୁଏ ତାହେଲେ ସମସ୍ତ ପାଦ ନଷ୍ଟ ହୋଇଯାଏ ଏବଂ ଲକ୍ଷ୍ମୀ ପ୍ରାପ୍ତ ହୁଏ ।

ଦୁର୍ବା ଏବଂ ହରସିଙ୍ଗାର ଫୁଲରେ ଭୋଲେନାଥଙ୍କୁ ପୂଜା କରିବା ଦ୍ୱାରା ସୁଖ ଏବଂ ଧନ ବୃଦ୍ଧି ପାଇଥାଏ । ଭଗବାନ ଶିବଙ୍କୁ ଦୁର୍ବା ଅର୍ପଣ କରି ଜଣେ ବ୍ୟକ୍ତି ସୁସ୍ଥ ରହିଥାଏ । ଦୀର୍ଘାୟୁ ହେବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଶିବ ପୁରାଣରେ କୁହାଯାଇଛି ଯେ, ଏକ ଲକ୍ଷ ଦୁର୍ବା ଦ୍ୱାରା ଶିବଙ୍କୁ ପୂଜା କରିବା ଉଚିତ୍ ।

ଦୁପହରିୟାର ଫୁଲ ସହିତ ପୂଜା କରିବା ଦ୍ବାରା ଜଣେ ବ୍ୟକ୍ତିଙ୍କ ଆଭୂଷଣ ପ୍ରାପ୍ତି ହୋଇଥାଏ । ସେହି ପ୍ରକାରର ଫୁଲ ସହିତ ପୂଜା କରି ଜଣେ ବ୍ୟକ୍ତି ସର୍ବୋତ୍ତମ ପୋଷାକ ପ୍ରାପ୍ତି ହୋଇଥାଏ ।

ଭଗବାନ ଶିବଙ୍କ ସାଧନାରେ ଅଲସୀ ଫୁଲର ବିଶେଷ ମହତ୍ତ୍ବ ରହିଛି। ଶାସ୍ତ୍ର ଅନୁସାରେ ମହାଶିବରାତ୍ରି ଦିନ ଏହି ଫୁଲକୁ ଅର୍ପଣ କରିବା ଦ୍ବାରା ମନୁଷ୍ୟକୁ ସମସ୍ତ ପାପରୁ ମୁକ୍ତି ମିଳିଥାଏ।