ଆପୋଲ ହସ୍ପିଟାଲ ମାଲିକଙ୍କ ଝିଅ ଶୋଭନାଙ୍କର ଭୋଟର ଲିଷ୍ଟରୁ କଟିଲା ନାଁ, ନିରାଶ ହୋଇ କହିଲେ…

sobhana
ନୁଆଦିଲ୍ଲୀ ୧୧/୪: ଲୋକସଭା ନିର୍ବାଚନ ୨୦୧୯ ର ପ୍ରଥମ ପର୍ଯ୍ଯାୟ ମତଦାନ ସମୟରେ ଶୋଭନା କହିଛନ୍ତି ଯେ ତାଙ୍କୁ ସେ ସମୟରେ ଝଟକା ଲାଗିଲା ଯେତେବେଳେ ମତଦାତା ଅଧିକାରୀ ତାଙ୍କୁ କହିଲେ ଯେ ତାଙ୍କ ନାଁ ଭୋଟର ଲିଷ୍ଟରୁ ହଟାଇ ଦିଆଯାଇଛି । ତେବେ କହିରଖୁଛୁ ଯେ ଶୋଭନା ହେଉଛନ୍ତି ଆପୋଲ ହସ୍ପିଟାଲର ସଂସ୍ଥାପକ ପ୍ରତାପ ରେଡ୍ଡିଙ୍କ କନ୍ଯା ଶୋଭନା କାମିନେନି । ଭୋଟ୍ ଦେଇନପାରିବାରୁ ନିରାଶ ହୋଇଛନ୍ତି ଶୋଭନା ।
ଶୋଭନା ମତଦାନ କେନ୍ଦ୍ରରେ ବାହାରେ ଠିଆ ହୋଇ ନିଜ ଭୋଟ୍ ପରିଚୟ ପତ୍ର ଦେଖାଇ ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେଥିରେ ସେ କହିଛନ୍ତି ଯେ ଜଣେ ଭାରତୀୟ ନାଗରିକ ଭାବେ ଏହା ମୋ ପାଇଁ ସବୁଠାରୁ ଖରାପ ଦିନ । କେବଳ ଭୋଟ୍ ଦେବାପାଇଁ ସେ ବିଦେଶ ଗସ୍ତରୁ ରିଟର୍ଣ୍ଣ କରିଥିଲେ । ସେ କହିଛନ୍ତି ଯେ ସେ ଯେତେବେଳେ ଭୋଟ୍ ଦେବାପାଇଁ ମତଦାନ କେନ୍ଦ୍ରକୁ ଯାଇଥିଲେ ସେହି ସମୟରେ ତାଙ୍କୁ କୁହାଗଲା ଯେ ତାଙ୍କ ନାଁ ଭୋଟର ତାଲିକାରୁ ହଟାଇ ଦିଆଯାଇଛି ।
“I feel cheated as a citizen. Does my vote not count?” Former CII chief Shobhana Kamineni, daughter of Apollo hospitals chief Dr Pratap Reddy, lets fly at the deletion of her name—her disenfranchisement—from the voters’ list in Hyderabad. #GeneralElections2019 pic.twitter.com/yoRMmxCmzk
— churumuri (@churumuri) April 11, 2019
ସେ ଏହା ମଧ୍ଯ କହିଛନ୍ତି ଯେ ଗତ ବର୍ଷ ଡିସେମ୍ବରରେ ହୋଇଥିବା ତେଲେଙ୍ଗାନା ନିର୍ବାଚନରେ ସେ ଏହି ବୁଥରେ ନିଜ ମତଦାନ କରିଥିଲେ । ସେ କହିଛନ୍ତି ଯେ ‘କଣ ମୁଁ ଏ ଦେଶର ନାଗରିକ ନୁହେଁ, କଣ ମୋ ଭୋଟ୍ ମହତ୍ତ୍ୱପୂର୍ଣ୍ଣ ନୁହେଁ ? ଜଣେ ନାଗରିକ ଭାବେ ମୋ ବିରୋଧରେ ଏଭଳି କାର୍ଯ୍ୟ ଏକ ଅପରାଧ ଏବଂ ମୁଁ ଏହାକୁ ଜମା ବରଦାସ୍ତ କରିବିନି ।‘