PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଏହା ହେଉଛି ୨୦୧୯ର ସବୁଠାରୁ ଖରାପ ପାସଓ୍ୱାର୍ଡ୍, ତାଲିକାରେ ଆପଣଙ୍କର ନାହିଁ ତ?

ନୂଆଦିଲ୍ଲୀ, ୨୪|୧୨:  ପ୍ରତିବର୍ଷ ଭଳି ଚଳିତ ବର୍ଷର ମଧ୍ୟ ସବୁଠାରୁ ଖରାପ ପାସଓ୍ୱାର୍ଡର ଲିଷ୍ଟ୍ ଜାରି କରାଯାଇଛି।ଏହି ପାସଓ୍ୱାର୍ଡ ଏହିପରି ରହିଛି ଯାହାକୁ ସହଜରେ କେହି ହ୍ୟାକ୍ କରିପାରିବ। ଏପରିକି ଆପଣଙ୍କ ଆକାଉଣ୍ଟ ଆକସେସ୍ କରିପାରିବ।

ଗତବର୍ଷ ଅର୍ଥାତ ୨୦୧୮ରେ ସବୁଠାରୁ ଖରାପ ପାସଓ୍ୱାର୍ଡ୍ ଲିଷ୍ଟରେ ନମ୍ବର ୧ରେ ୧୨୩୪୫୬ ଥିଲା। ଟପ୍ ୫ରେ ଚଳିତ ଥର ମଧ୍ୟ PASSWORD ରହିଛି। ଏହି ଲିଷ୍ଟରେ ପ୍ରେସିଡେଣ୍ଟ୍ ଟ୍ରମ୍ପଙ୍କ ନାମ ରହିଛି। ୩୩ ନମ୍ବରରେ DONALD ରହିଛି।

ଏହି ଡାଟା ପାସଓ୍ୱାର୍ଡ ମ୍ୟାନେଜମେଣ୍ଟ କମ୍ପାନୀ ସ୍ପ୍ଲାସଡାଟା ତରଫରୁ ଜାରି ହୋଇଛି। ଏହି ବର୍ଷ ଜାରି ହୋଇଥିବା ସ୍ପ୍ଲାସଡାଟାର ବାର୍ଷିକ ରାଉଣ୍ଡଅପ୍ ୫୦ ଲକ୍ଷ ପାସଓ୍ୱାର୍ଡ ଉପରେ ଆଧାରିତ ଅଟେ। ଏହି ପାସଓ୍ୱାର୍ଡ ଡାଟାଲିକ୍ ଦ୍ୱାରା ହ୍ୟାକ୍ ହୋଇଥିଲା। ଏହି ପାସଓ୍ୱାର୍ଡ ମଧ୍ୟରୁ କମ୍ପାନୀ ସବୁଠାରୁ ଖରାପ ପାସଓ୍ୱାର୍ଡ ଜାରି କରିଛି।

ଯଦି ଏହି ଲିଷ୍ଟରେ ଏପରି କିଛି ପାସଓ୍ୱାର୍ଡ ରହିଛି ଯାହାକୁ ଆପଣ ଅନଲାଇନ୍ ଆକାଉଣ୍ଟରେ ରଖିଛନ୍ତି ତେବେ ତୁରନ୍ତ ବଦଳାଇ ଦିଅନ୍ତୁ।ଷ୍ଟ୍ରଙ୍ଗ୍ ପାସଓ୍ୱାର୍ଡର ନିୟମ ହେଉଛି ଯେ ଆପଣ ଅପରକେସ୍, ଲୋୟରକେସ୍, ସ୍ପେଶାଲ କ୍ୟାରେକଟ୍କର ଆଦି ବ୍ୟବହାର କରିବେ। ଯଦି ଆପଣ ପାସଓ୍ୱାର୍ଡ ଭୁଲିଯାଆନ୍ତି ତେବେ ପାସଓ୍ୱାର୍ଡ ଜେନେରେଟର୍ ଟୁଲକୁ ବ୍ୟବହାର କରି ନୂଆ ରଖିପାରିବେ।

ଏହା ହେଉଛି ୨୦୧୯ର ସବୁଠାରୁ ଖରାପ ପାସଓ୍ନାର୍ଡ ଲିଷ୍ଟ୍

୧- ୧୨୩୪୫୬

୨- ୧୨୩୪୫୬୭୮୯

୩-qwerty

୪-password

୫-୧୨୩୪୫୬୭

୬-୧୨୩୪୫୬୭୮

୭-୧୨୩୪୫

୮-iloveyou

୯-୧୧୧୧୧୧

୧୦-୧୨୩୧୨୩

୧୧-abc୧୨୩

୧୨-qwerty୧୨୩