PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ବିଶିଷ୍ଟ ଗାଳ୍ପିକ ତରୁଣକାନ୍ତି ମିଶ୍ର ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର, ୧୮|୧୨:    ଓଡିଶାର ବିଶିଷ୍ଟ ଗାଳ୍ପିକ ତଥା ଲେଖକ ତରୁଣକାନ୍ତି ମିଶ୍ରଙ୍କୁ ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ମନୋନୀତ କରାଯାଇଛି। ତାଙ୍କ ଲିଖିତ ପୁସ୍ତକ ‘ଭାସ୍ୱତୀ’ ୨୦୧୯ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତାଲିକାରେ ରହିଛି। ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେଇଥିବା ତରୁଣକାନ୍ତି ମିଶ୍ର ଜଣେ ଲୋକପ୍ରିୟ ଗାଳ୍ପିକ ଭାବରେ ପରିଚିତ। ତାଙ୍କ ଲିଖିତ ପ୍ରାୟ ୧୮ଟି ପୁସ୍ତକ ପ୍ରକାଶିତ ହୋଇଛି।

ସେ ଲେଖିଥିବା ପୁସ୍ତକଗୁଡ଼ିକ ମଧ୍ୟରେ ‘ଆବର୍ତ୍ତର ଦୁଇଟି ସ୍ବର’, ‘କୋମଳ ଗାନ୍ଧାର’, ‘ନିଃସଙ୍ଗତାର ସ୍ୱର’ ,‘ବହୁବ୍ରୀହି’ ,‘ଆଜି ରାତିର ଗଳ୍ପ’, ‘ଲୁବ୍ଧକର ରତି’,‘କେହି ଜଣେ ଏକା ଏକା’ ଆଦି ବେଶ୍ ପରିଚିତ। ତରୁଣକାନ୍ତି ମିଶ୍ର ପୂର୍ବରୁ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଶାରଳା ପୁରସ୍କାର ପାଇ ସାରିଛନ୍ତି।

ପିଲାଦିନୁ ତାଙ୍କର ଲେଖାଲେଥିରେ ରୁଚି ରହିଥିଲା। ମାତ୍ର ୧୪ବର୍ଷ ବୟସରେ ସେ ସମୟରେ ପ୍ରସିଦ୍ଧ ପତ୍ରିକା ‘ଆସନ୍ତାକାଲି’ରେ ତରୁଣକାନ୍ତିଙ୍କ ପ୍ରଥମ ଗପ ‘ହେ ପୃଥିବୀର ନାଗରିକ’ ପ୍ରକାଶିତ ହୋଇଥିଲା। ତାଙ୍କର ବିଭିନ୍ନ ପୁସ୍ତକ ହିନ୍ଦୀ ଓ ଇଂରାଜୀ ସହ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦିତ ହୋଇ ପ୍ରକାଶିତ ହୋଇଛି। ୨୦୧୦ମସିହାରେ ସେ ଆଇଏଏସ ପଦରୁ ଅବସର ପରେ ରାଜ୍ୟ ସୂଚନା କମିଶନର ପଦବୀରେ ଅବସ୍ଥାପିତ ହୋଇଥିଲେ ଏବଂ ୨୦୧୫ମସିହାରେ ଅବସର ଗ୍ରହଣ କରିଥିଲେ।

ଆଜି ଘୋଷଣା କରାଯାଇଥିବା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତାଲିକାରେ ତରୁଣକାନ୍ତି ମିଶ୍ରଙ୍କ ବ୍ୟତୀତ ବିଶିଷ୍ଟ ଲେଖକ ଶଶୀ ଥରୁର ଇଂରାଜୀ ସାହିତ୍ୟ ପାଇଁ ,ବଙ୍ଗଳା ଲେଖକ ଚିନ୍ମୟ ଗୁହା, ସାନ୍ତାଳୀ ଲେଖକ କାଳୀ ଚରଣ ହେମ୍ବ୍ରମ୍ ,ହିନ୍ଦୀ ରଚନା ଲାଗି ନନ୍ଦ କିଶୋର ଆଚାର୍ଯ୍ୟ ଏବଂ ସଂସ୍କୃତରେ ଲେଖୁଥିବା ପେନ୍ନା ମଧୁସୂଦନଙ୍କ ସମେତ  ବିଭିନ୍ନ ଭାଷାର ୨୩ଜଣ ଲେଖକ ଏବଂ ସାହିତ୍ୟିକଙ୍କ ନାମ ରହିଛି।