ଭୁଲି ଗଲେ ବିପଦ, ଲକ୍‌ଡାଉନ୍‌ ଉଠିବା ପରେ ୱୁହାନରେ ଏବେ ବିବାହ ଋତୁ

ବେଜିଂ ୨୬/୪: କରୋନା ଭୂତାଣୁ ସୃଷ୍ଟି ହୋଇଥିବା ଚୀନ୍‌ର ୱୁହାନ ସହରରେ ଲକ୍‌ଡାଉନ୍‌ ହଟାଇ ଦିଆଯିବାର ଇତିମଧ୍ୟରେ କିଛିଦିନ ବିତିଗଲାଣି । ୭୬ ଦିନ ପାଇଁ ଏଠାରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା । ଏବେ କୌଣସି କଟକଣା ନ ଥିବା ସୁଯୋଗରେ ଯୁବ ବର୍ଗର ଲୋକମାନେ ବିବାହ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଫଳରେ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି । ସେହିଭଳି ‘ୱେଡିଙ୍ଗ୍‌ ଫଟୋଗ୍ରାଫି ଷ୍ଟୁଡିଓ’ରେ ମଧ୍ୟ ଗହଳି ହେବାରେ ଲାଗିଛି ।

ଚାଇନା ଡେଲି ମୁତାବକ ଲକ୍‌ଡାଉନ୍‌ ପରେ ଯେ କୌଣସି ଦିନ ବିବାହ କଲେ ମଙ୍ଗଳ ହେବ ବୋଲି ଲୋକମାନେ ଭାବୁଛନ୍ତି । କରୋନା ସଂକ୍ରମଣ ବ୍ୟାପିବା ବେଳେ ସେମାନେ ଯେଉଁ ପରିସ୍ଥିତିର ସାମ୍ନା କରିଥିଲେ, ଏବେ ତାହାକୁ ଭୁଲିବାକୁ ଚେଷ୍ଟା କରୁଉନ୍ତି । ତେଣୁ ପ୍ରତ୍ୟେକ ଦିନ ଏଠାରେ ଅନେକ ସଂଖ୍ୟାରେ ଯୁବକଯୁବତୀ ବିବାହ କରୁଛନ୍ତି । ଆଭିଭା ୱେଡିଙ୍ଗ ଫଟୋଗ୍ରାଫି ଷ୍ଟୁଡିଓକୁ ମଙ୍ଗଳବାର ନିଜ ଭାବୀ ସ୍ୱାମୀଙ୍କ ସହ ଆସିଥିବା ଆଏଲ୍ୟୁ ଜିଙ୍ଗ୍‌ କୁହନ୍ତି, ଭାବୀ ସ୍ୱାମୀ ବିବାହ ପ୍ରମାଣପତ୍ର ପାଇଁ ତାରିଖ ଚୂଡ଼ାନ୍ତ କରୁଛନ୍ତି । କିନ୍ତୁ ମୁଁ ତାଙ୍କୁ ଏବେ ହିଁ ବିବାହ କରିବାକୁ ଚାହୁଁଛି ।
ୱୁହାନ୍‌ରେ ପ୍ରେମୀଯୁଗଳମାନେ ଜାନୁଆରୀରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ।

ଏଥିପାଇଁ ପ୍ରସ୍ତୁତି ବି ଚଳାଇଥିଲେ । କିନ୍ତୁ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାରୁ ତାହା ବାତିଲ ହୋଇଯାଇଥିଲା । ଏହାପରେ ସେମାନେ ମାର୍ଚ୍ଚରେ ବିବାହ ପଞ୍ଜିକରଣ କାର୍ଯ୍ୟାଳୟ ଯିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ସେମାନଙ୍କ ସବୁ ଯୋଜନା ପଣ୍ଡ ହୋଇଯାଇଥିଲା । ଜାନୁଆରୀ ୨୩ରେ ହିଁ ୱୁହାନ୍‌ ଲକ୍‌ଡାଉନ୍‌ ହୋଇଯାଇଥିଲା । ଫଟୋଗ୍ରାଫି ଷ୍ଟୁଡିଓ ମ୍ୟାନେଜର ଗୁଓ ଜିଓଫ୍ୟାନ୍‌ କହିଛନ୍ତି, ଲକ୍‌ଡାଉନ୍‌ ପରେ ବିବାହ ଫଟୋ ନିମନ୍ତେ ଚାହିଦା ବଢ଼ିବାରେ ଲାଗିଛି । କାରଣ ଯେଉଁମାନଙ୍କ ବିବାହ ଅଟକିଥିଲା, ସେମାନେ ଏବେ ଲମ୍ବା ଧାଡ଼ି ଲଗାଉଛନ୍ତି । କିନ୍ତୁ ଆମେ ଦିନକୁ ଦୁଇ କିମ୍ବା ତିନୋଟି ଜୋଡ଼ାଙ୍କୁ ସେବା ଯୋଗାଇ ପାରିବୁ । ପୂର୍ବରୁ ଆମେ ଗୋଟିଏ ଦିନରେ ୧୬ ଯୋଡ଼ାଙ୍କୁ ସେବା ଯୋଗାଉଥିଲୁ । କିନ୍ତୁ କରୋନା ଭୂତାଣୁ ସଂକ୍ରମଣ ପରେ ପରିସ୍ଥିତି ବଦଳିଯାଇଛି ।

   ସମ୍ବନ୍ଧିତ ଖବର


ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ