ପ୍ରେମରେ ବିଫଳ ଛାତ୍ରର ଉନ୍ମତ୍ତ କାଣ୍ଡ : ବିବାହ ପାଇଁ ମନା କରିବାରୁ ଶିକ୍ଷୟିତ୍ରୀଙ୍କୁ କାମୁଡ଼ି ଖଣ୍ଡିଆ ଖାବରା କଲା

ଲୁଧିଆନା ୨୮।୨ : ପ୍ରେମରେ ଅନ୍ଧ ହୋଇ ଜଣେ ଛାତ୍ର ଏକ ବେସରକାରୀ ସ୍କୁଲରେ ପଶି ଇଂରାଜୀ ଶିକ୍ଷୟିତ୍ରୀଙ୍କ ଉପରେ ଧାରୁଆ ଦାନ୍ତରେ  ଆକ୍ରମଣ କରିଛି। ଶିକ୍ଷୟିତ୍ରୀଙ୍କ ଚେହେରା ଓ ମୁଣ୍ଡରେ ୧୦ରୁ ଅଧିକ ଥର ଆକ୍ରମଣ କରିଥିବା ଖବର ଆସିଛି। ଏବେ ଶିକ୍ଷୟିତ୍ରୀ ଜଣଙ୍କ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଖନ୍ନାରେ ଦେଖିବାକୁ ମିଳିଛି।

ମିଳିଥିବା ସୂଚନାନୁସାରେ, ହସ୍ପିଟାଲରେ ଭର୍ତ୍ତି ଶିକ୍ଷୟିତ୍ରୀ ନବଜୋତ କୌରଙ୍କୁ ୩ ଘଣ୍ଟାରେ ୧୫୦ରୁ ଅଧିକ ସିଲାଇ କରାଯାଇଛି। ଶିକ୍ଷୟିତ୍ରୀଙ୍କ ଅବସ୍ଥା ଗମ୍ଭୀର ରହିଛି। ନବଜତଙ୍କ କହିବାନୁସାରେ, ଅଭିଯୁକ୍ତ ଯୁବରାଜ ସିଂହ ତାଙ୍କର ପୂର୍ବତମ ବିଦ୍ୟାର୍ଥୀ ଥିଲା। ଏକ ମାସ ପୂର୍ବରୁ ସେ ମୋବାଇଲ ଫୋନରେ ବିବାହ କରିବା ପାଇଁ ଯୁବରାଜ ନବଜୋତଙ୍କୁ ମ୍ୟାସେଜ କରିଥିଲା। ଏହା ପରେ ନବଜୋତ ତାକୁ ବୁଝାଇଥିଲେ। ଏହି ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ। ମାତ୍ର ତାକୁ ଯୁବରାଜଙ୍କୁ କୌଣସି ଫରକ ପଡ଼ିନଥିଲା। ଏହାପରେ ସେ ତା ନମ୍ବରକୁ ବ୍ଲାକ୍ ଲିଷ୍ଟରେ ପକାଇଦେଇଥିଲେ।

ଅଭିଯୁକ୍ତ କହିବାକୁସାରେ ନବଜୋତ ଯୁବରାଜକୁ ଧୋକା ଦେଇଛନ୍ତି ଏବଂ ପାଗଳ କହିବା ସହିତ ବିବାହ ପାଇଁ ମନା କରିଦେଇଥିଲେ। ଏହାକୁ ନେଇ ଯୁବରାଜ ନବଜୋତଙ୍କ ଉପରେ ରାଗ ସୁଜାଇଥିଲା।  ମିଳିଥିବା ସୂଚନାନୁସାରେ, ଗାଁ ଜସପାଲୋର ଡିଏମ୍ ଏବରେଷ୍ଟ ମଡେଲ ହାଇ ସ୍କୁଲରେ ନବଜୋତ ପାଠ ପଢ଼ାଉଥିଲେ। ପାଠ ପଢ଼ାଉଥିବା ସମୟରେ ଯୁବରାଜ ଶ୍ରେଣୀ ଗୃହରେ ପଶି ଶିକ୍ଷୟିତ୍ରୀଙ୍କୁ ଧମକ ଦେଇଥିଲା। ସ୍କୁଲ ଛୁଟି ହେବା ପରେ ନବଜୋତ ଘରକୁ ଫେରୁଥିଲେ। ରାସ୍ତାରେ ଭେଟ ହୋଇଥିଲା ଯୁବରାଜ ସହିତ। ରାଗରେ ତମ ତମ ହେଉଥିବା ଯୁବରାଜ ଶିକ୍ଷୟିତ୍ରୀଙ୍କୁ ଠେଲି ତଳେ ପକାଇ ଦେଇଥିଲା। ତାପରେ ଶିକ୍ଷୟିତ୍ରୀଙ୍କୁ ମୁଣ୍ଡକୁ ଆକ୍ରମଣ କରିବା ସହିତ ଧାରୁଆ ଦାନ୍ତରେ କାମୁଡ଼ି ଦେଇଥିଲା। ଆଉ ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ପୋଲିସ ଅଭିଯୁକ୍ତ ନାଁରେ ମାମଲା ରୁଜୁ କରିବା ସହିତ ତଦନ୍ତ ଜାରି ରହିଛି।  

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି