ଯଦି ପାଖରେ ଅଛି ଏହି ଫୋନ୍ ତେବେ ପାଇପାରିବେ ୧ ଲକ୍ଷ ଟଙ୍କାର ଲୋନ୍, ଜାଣନ୍ତୁ କେମିତି ଉଠାଇବେ ଫାଇଦା

ନୁଆଦିଲ୍ଲୀ ୨୭/୮: ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମି ଭାରତରେ କଷ୍ଟମର୍ସଙ୍କ ପାଇଁ ଖୁବ ଶୀଘ୍ର ଲୋନର ସୁବିଧା ଦେବାକୁ ଯାଉଛି । ସାଓମି ବିଶ୍ୱର ୪ର୍ଥ ସବୁଠାରୁ ବଡ ମୋବାଇଲ୍ ଫୋନ୍ ଭେଣ୍ଡର । କିନ୍ତୁ ଏବେ ଏହା ଫାଇନାସିଂ ଫିଲ୍ଡରେ ପାଦ ଦେବା ପାଇଁ ମନ ବଳାଇଛି । ଅବଶ୍ଯ ପୂର୍ବରୁ ମଧ୍ୟ ଏହି ସୁବିଧା ସାଓମି ତରପରୁ ଦିଆଯାଉଥିଲା କିନ୍ତୁ ଏବେ ଏହା ସବୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ପୂର୍ବରୁ ଡାଟା କଲେକ୍ସନ ଓ ପ୍ରାଇଭେସୀକୁ ନେଇ ସାଓମି ଉପରେ ପ୍ରବଳ ପ୍ରଶ୍ନ ଉଠିସାରିଛି । ନିଜ ଦେଶରେ ମଧ୍ୟ ଚୀନ ରେଭିନ୍ଯୁ ମାମଲାରେ ବହୁତ କାମ କରୁଛି ।

୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍
ସାଓମିର ନିଜ କ୍ରେଡିଟ୍ କାର୍ଡ ଗତ ସେପ୍ଟେମ୍ବରରେ ଆରମ୍ଭ କରିଦେଇଥିଲା । KreditBee ସହିତ ପାର୍ଟନରସିପ୍ କରି ସାଓମି କ୍ରେଡିଟ୍ ସର୍ଭିସକୁ ଆରମ୍ଭ କରିଥିଲା । ପୂର୍ବରୁ ସାଓମି ଏହି ସର୍ଭିସରେ ଲୋନ୍ ଅଫର କରୁନଥିଲା । କିନ୍ତୁ ଏବେ ୧.୮ ପ୍ରତିଶତ ସୁଧରେ କମ୍ପାନୀ ୟୁଜର୍ସଙ୍କୁ ଲୋନ୍ ସୁବିଧା ପ୍ରଦାନ କରିବ । କହିରଖୁଛୁ ସୁଧର ଦର ୟୁଜରଙ୍କ କ୍ରେଡିଟ୍ ସ୍କୋର ଓ ଲୋନର ରାଶି ଉପରେ ନିର୍ଭର କରିବ । କମ୍ପାନୀର ସୁଧ ଦର ଅନ୍ଯ କମ୍ପାନୀଗୁଡିକ ଅରେକ୍ଷା ବହୁତ କମ୍ । ୟୁଜରଙ୍କୁ ଲୋନ୍ ୩୬ ମାସ ଭିତରେ ଫେରାଇବାକୁ ପଡିବ ।

ଏମିତି କରନ୍ତୁ ଆପ୍ଲାଏ
ଲୋନ୍ ନେବା ପାଇଁ ୟୁଜରଙ୍କୁ ଏମଆଇ ଷ୍ଟୋରରେ ଯାଇ Mi Credit App  ଡାଉନଲୋଡ୍ କରିବାକୁ ପଡିବ । ଏହା ପରେ ଆପକୁ ଜରୁରୀ ପରମିଶନ ଦେବା ପରେ ଗେଟ୍ ନାଓ ବଟନ ଉପରେ କ୍ଲିକ୍ କରି ଫୋନ୍ ନମ୍ବର ଦେଇ ଲଗଇନ୍ କରିବାକୁ ପଡିବ । ଏଠାରେ ୟୁଜରଙ୍କୁ ନିଜ ସମ୍ପୂର୍ଣ୍ଣ ଡିଟେଲ୍ ଦେବାକୁ ପଡିବ । ଏହା ପରେ ୟୁଜର ପାନ୍ କାର୍ଡର ଫଟୋ ଅପଲୋଡ୍ କରିବାକୁ ପଡିବ । ଏହା ସହିତ, ନାମ, ଜେଣ୍ଡର ଓ ଜନ୍ମ ତାରିଖର ସୂଚନା ଭରିବାକୁ ପଡିବ । ଏହାପରେ ୟୁଜରଙ୍କୁ ଆଡ୍ରେସ୍ ପ୍ରୁଫ୍ ଓ ସେଲ୍ଫି ଅପଲୋଡ୍ କରିବାକୁ ପଡିବ । ଏବେ କମ୍ପାନୀ ୟୁଜରଙ୍କୁ ଯୋଗ୍ଯତା ଅନୁସାରେ କେତେ ଲୋନ୍ ଦେବ ତାହାର ସୂଚନା ସ୍କ୍ରିନ୍ ଉପରେ ଦେଖାଇବ ।

ଯେଉଁ ୟୁଜର ଏମଆଇ କ୍ରେଡିଟ୍ ଲୋନ୍ ନେବାପାଇଁ ଯୋଗ୍ଯ, ସେମାନଙ୍କୁ ପରବର୍ତ୍ତୀ ପ୍ରୋସେସ୍ ପାଇଁ ବ୍ୟାଙ୍କ ଆକାଉଣ୍ଟର ସୂଚନା ଦେବାକୁ ପଡିବ । ଯୋଗ୍ଯ ନଥିଲେ କମ୍ପାନୀ ୟୁଜରଙ୍କୁ ୨ ମାସ ପରେ ପୁଣି ଥରେ ଯୋଗ୍ଯତୀ ଚେକ୍ କରିବାପାଇଁ କହିବ । ଯେଉଁ ୟୁଜର ଲୋନ୍ ନେବାପାଇଁ ଯୋଗ୍ଯ ସେମାନଙ୍କୁ ଲୋନ୍ ପଇସା ଫେରାଇବାର ତାରିଖ ଦେବାକୁ ପଡିବ । ଏହା ପରେ ଆପ୍ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଭେରିଫାଏ କରିବ ଏବଂ ୟୁଜରଙ୍କ ଆକାଉଣ୍ଟରେ ପଇସା ଟ୍ରାନ୍ସଫର କରିଦେବ ।

   ସମ୍ବନ୍ଧିତ ଖବର


ଦୀପାବଳି ପୂର୍ବରୁ କିଣନ୍ତୁ ଦେଶର ସବୁଠୁ ଶସ୍ତା ବାଇକ୍, ଯାହାର ମୂଲ୍ୟ ମାତ୍ର ଏତିକି ଟଙ୍କା

ଏବେ କାଶ୍ମୀରରେ ଭାରତର ଅନ୍ୟ ରାଜ୍ୟର ଲୋକ କିଣିପାରିବେ ଜମି

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…

ହୋଟେଲରେ ପ୍ରେମିକା ସହ ମଉଜ କରୁଥିବା ସମୟରେ ପହଞ୍ଚିଗଲେ ପତ୍ନୀ, ଆଉ ତା ପରେ…