‘ଶାଓମି’ର ଏହି ସ୍ବତନ୍ତ୍ର ଜ୍ୟାକେଟର ବିକ୍ରି ଆରମ୍ଭ, ମାଇନସ୍ ୧୨୦ ଡିଗ୍ରୀ ଥଣ୍ଡାରେ ମଧ୍ୟ ରଖିବ ଗରମ, ଜାଣି ରଖନ୍ତୁ ଏହାର ଦାମ୍ ଓ ଅନ୍ୟ ସୁବିଧା

ନୂଆଦିଲ୍ଲୀ,୧୭।୧୦: ଶୀତ ଋତୁ ଏବେ ଧିରେ ଧିରେ ପାଦ ଦେଇଛି ଧରାପୃଷ୍ଠରେ। ଏହି ଋତୁରେ ଗରମ ପୋଷାକର ଚାହିଦା ବଢିଯାଏ। ବିଶେ​‌ଷ କରି ଭିନ୍ନ ଭିନ୍ନ ପ୍ରକାର ଓ ଡିଜାଇନର ଜ୍ୟାକେଟର କିଣାବିକା ବଢିଯାଏ। ଶୀତ ଦିନକୁ ଦୃଷ୍ଟିରେ ରଖି ’ଶାଓମି’ ପକ୍ଷରୁ ଗତ ମାସରେ ହିଟେଡ୍ ଗୁଜ ଡାଉନ୍ ଜ୍ୟାକେଟକୁ ଲଞ୍ଚ କରାଯାଇଥିଲା, ଏ​‌ବେ ଏହାର ସେଲ୍(ବିକ୍ରି) ଆରମ୍ଭ ହେବାକୁ ଯାଉଛି।​‌କମ୍ପାନୀର କହିବା ଅନୁସାରେ ଏହି ଜ୍ୟାକେଟ୍ ମାଇନସ୍(ବିଯୁକ୍ତ) ୧୨୦ ଡିଗ୍ରୀ ସେଲସିୟସରେ ମଧ୍ୟ ଆପଣଙ୍କୁ ଥଣ୍ଡାରୁ ରକ୍ଷା କରିବ।

ଟେମ୍ପରେଚର​‌ କନଟ୍ରୋଲ ସିଷ୍ଟମ

ଏହି ସ୍ମାର୍ଟ ଟେମ୍ପରେଚର କନଟ୍ରୋଲଡ ଜ୍ୟାକେଟରେ ୯୦ ପ୍ରତିଶତରୁ ଅଧିକ ପକ୍ଷୀଙ୍କର ପର ବ୍ୟବହାର କରାଯାଇଥାଏ। ଏହା ଏକ ଏଭଳି ଲେୟାର ରହିଥାଏ, ଯାହକି ଥଣ୍ଡାକୁ ଭିତରେ ପଶିବାକୁ ରୋକିଥାଏ ଓ ପିନ୍ଧୁଥିବା ଲୋକଙ୍କ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ। ମିଳିଥିବା ସୂଚନା ଅନୁସାରେ, ଏହି ଜ୍ୟାକେଟ ୪-ସ୍ପିଡ୍ ମଲ୍ଟି ଜୋନ୍ ସ୍ମାର୍ଟ ଟେମ୍ପରେଚର କନଟ୍ରୋଲକୁ ସର୍ପୋଟ କରିଥାଏ।

ପାଓ୍ବାର ବ୍ୟାଙ୍କ ମାଧ୍ୟମରେ ମିଳିବ ଉତ୍ତାପ

ଏହି ଜ୍ୟାକେଟର ଡିଜାଇନ ଏଭଳି କରାଯାଇଛି ଯେ, ପାଓ୍ବାର ବ୍ୟାଙ୍କର ସହାୟତାରେ ପିନ୍ଧୁଥିବା ଜ୍ୟାକେଟ ଭିତରେ ଟେମ୍ପରେଚରକୁ ଆପଣ ସୁବିଧା ଅନୁସାରେ ଆଡଜଷ୍ଟ କରିପାରିବେ। କମ୍ପାନୀର କହିବା ଅନୁସାରେ, ଟେମ୍ପରେଚର କନଟ୍ରୋଲ ସିଷ୍ଟମ ପାଇଁ ଜ୍ୟାକେଟରେ ୧୦,୦୦୦ ଏମଏଏଚ୍ ପାଓ୍ବାର ବ୍ୟାଙ୍କ ଅପଶନ୍ ରହିଥାଏ, ଯାହାକି ୭ ଘଣ୍ଟା ପର୍ଯ୍ୟନ୍ତ ଟେମ୍ପରେଚର କନଟ୍ରୋଲ କରିପାରେ।

ଓ୍ବାଟର ପ୍ରୁଫ ଜ୍ୟାକେଟ:

ଜ୍ୟାକେଟର ବାହାର ଲେୟାରକୁ ଓ୍ବାଟରପ୍ରୁଫ ତିଆରି କରାଯାଇଛି, ଯେଉଁ କାରଣରୁ ବର୍ଷା ହେଉଥିଲେ ମଧ୍ୟ ପିନ୍ଧିଥିବା ଲୋକକୁ କୌଣସି ଅସୁବିଧା ହୁଏ ନାହିଁ। ଜ୍ୟାକେଟରେ ରିପ୍ଲେକଟିଭ ଷ୍ଟ୍ରିପ୍ ଡିଜାଇନ୍ କରାଯାଇଛି, ଯାହାକାରଣରୁ ଅନ୍ଧାର ରାତିରେ ପିନ୍ଧିଥିବା ଲୋକ ମଧ୍ୟ ଦେଖାଯିବେ

ମୂଲ୍ୟ ମାତ୍ର ୪୦ ଡଲାର

ଏହି ଜ୍ୟାକେଟ୍ ଏବେ Xiaomi Youpin  ରେ ବିକ୍ରି ପାଇଁ ଉପଲବ୍ଧ ରହିଛି, ଯାହାର ମୂଲ୍ୟ ୨୮୯ ୟୁଆନ(ପ୍ରାୟ ୪୦ ଡଲାର) ରହିଛି। ଭାରତରେ ଏହାର ମୂଲ୍ୟ ପ୍ରାୟ ୩୦୦୦ ଟଙ୍କା ରହିବ। ତେବେ ଭାରତରେ ଏହାର ବିକ୍ରି କେବେଠାରୁ ଆରମ୍ଭ ହେବ ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ପ୍ରକାର ସୂଚନା ନାହିଁ।

   ସମ୍ବନ୍ଧିତ ଖବର


ଆଇସବାଥ୍ ପରେ ୧ କପ୍ ୟୁରିନ୍ ପିଅନ୍ତି ଏହି ଆମେରିକାନ୍ ସିଙ୍ଗର, ଭାଇରାଲ ହେଉଛି ତାଙ୍କର ଏହି ଭିଡିଓ

‘ତାନାଜୀ’ରେ ଭିନ୍ନ ଅବତାରରେ ନଜର ଆସିଲେ ଅଜୟ ଓ ସୈଫ୍, ଦେଖନ୍ତୁ ଦମଦାର୍ ଟ୍ରେଲର

ରିଜର୍ଭ ବ୍ୟାଙ୍କର ସୂଚନା: ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି ଏହି ବ୍ୟାଙ୍କ, ଜଲଦି ବାହାର କରି ନିଅନ୍ତୁ ନିଜର ଟଙ୍କା

ରିଲିଜ ହେଲା ‘ଗୁଡ୍ ନ୍ୟୁଜ୍’ର ଟ୍ରେଲର, ହସି ହସି ଗଡିବେ ଦର୍ଶକ