Xiaomi ଭାରତରେ ଲଞ୍ଚ କଲା ଆଉ ଏକ ଶସ୍ତା ଫୋନ୍ Redmi 8, ରହିଛି ଅନେକ ଦମଦାର ଫିଚର୍ସ

ନୁଆଦିଲ୍ଲୀ ୯/୧୦: ସାଓମି ବଜେଟ୍ ସେଗମେଣ୍ଟରେ ନିଜର ଆଉ ଏକ ନୂଆ ସ୍ମାର୍ଟଫୋନ୍ ରେଡମି ୮ଯୋଡି ଦେଇଛି । କମ୍ପାନୀ ଏହି ଫୋନକୁ ଆଜି (୯ ଅକ୍ଟୋବର) ଭାରତରେ ଲଞ୍ଚ କରିଛି । ଏହି ନୂଆ ସ୍ମାର୍ଟଫୋନର ମୂଲ୍ୟ ୮୯୯୯ ଟଙ୍କା ରଖାଯାଇଛି । ଏହାର ଭେରିଏଣ୍ଟ ୪ ଜିବି ଓ ୬୪ ଜିବି । ସାଓମିର କହିବାନୁସାରେ ଏହି ଫୋନର ପ୍ରଥମ ୫୦ ଲକ୍ଷ ୟୁନିଟ୍ ପର୍ଯ୍ଯନ୍ତ ୭୯୯୯ ଟଙ୍କାରେ ଉପଲବ୍ଧ କରାଯିବ । ଯଦି ଆପଣ ଏହି ନୂଆ ସ୍ମାର୍ଟଫୋନକୁ ଶସ୍ତାରେ କିଣିବାକୁ ଚାହୁଁଛନ୍ତି ତେବେ ଏହା ଏକ ସୁବର୍ଣ୍ଣ ସୁଯୋଗ । କହିରଖୁଛୁ ଏହି ଫୋନର ପ୍ରଥମ ସେଲ୍ ୧୨ ଅକ୍ଟୋବରକୁ ରଖାଯାଇଛି । ରେଡମି ୮ରେ ୬.୨ ଇଞ୍ଚର ଏଚଡି ଡିସପ୍ଲେ ଦିଆଯାଇଛି । ଏହି ଫୋନରେ ଡିସପ୍ଲେରେ ଡଟ୍ ନଚ୍ ରହିଛି । ଏହା Corning Gorilla Glass 5 ପ୍ରୋଟେକ୍ସନ ସହିତ ଆସିଥାଏ ।

ଫୋନରେ ୩ କ୍ୟାମେରା
Redmi 8ର ଏହି ସ୍ମାର୍ଟଫୋନରେ ଡୁଆଲ୍ ରିୟର କ୍ୟାମେରା ଦିଆଯାଇଛି । ଏହାର ପ୍ରାଇମେରୀ କ୍ୟାମେରା ୧୨ ମେଗାପିକ୍ସେଲ । ଦ୍ୱିତୀୟ କ୍ୟାମେରା ୨ ମେଗାପିକ୍ସେଲ । ଏହାର କ୍ୟାମେରାରେ HDR ସପୋର୍ଟ ମଧ୍ୟ ଦିଆଯାଇଛି । କ୍ୟାମେରା ଇଣ୍ଟରଫେସରେ ଗୁଗଲ ଲେନ୍ସର ସପୋର୍ଟ ମଧ୍ୟ ସାମିଲ । ସେଲ୍ଫି ପାଇଁ ରେଡମି ୮ରେ ୮ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି  ।

ଏହି ସ୍ମାର୍ଟଫୋନରେ ରିୟର ଫିଙ୍ଗରପ୍ରିଣ୍ଟ ସ୍କାନର ଓ ଫେସ୍ ଅନଲକ୍ ଭଳି ପ୍ରିମିୟମ୍ ଫିଚର୍ସ ମଧ୍ୟ ଦିଆଯାଇଛି । ପାୱାର ପାଇଁ ଏଥିରେ ୫୦୦୦ mAh ବ୍ୟାଟେରୀ ଦିଆଯାଇଛି । କମ୍ପାନୀର କହିବାନୁସାରେ ଏହା ୨୭ ଦିନର ଷ୍ଟାଣ୍ଡବାୟ ବ୍ୟାକଅପ୍ ଦେବ । କନେକ୍ଟିଭିଟ୍ ପାଇଁ ଏଥିରେ USB Type C ର ସପୋର୍ଟ ଦିଆଯାଇଛି ଯାହାକି ୧୮W ଫାଷ୍ଟ ଚାର୍ଜିଂର ସପୋର୍ଟ ସହିତ ଆସିଥାଏ ।

   ସମ୍ବନ୍ଧିତ ଖବର


ଜିୟା ଭରାଲି ନଦୀରେ ବୁଡିଲା ଡଙ୍ଗା, ଥିଲେ ୭୦ରୁ ୮୦ ଯାତ୍ରୀ

ଭାରତରେ ବ୍ୟାପିବାରେ ଲାଗିଛି ୯୯୬ ୱର୍କ କଲ୍ଚର, ପ୍ରଭାବିତ ହେଉଛି ବ୍ୟକ୍ତିଗତ ଜୀବନ

ରାମ ମନ୍ଦିର ମାମଲା : ମଧ୍ୟସ୍ଥତା ପ୍ୟାନେଲର ସମାଧାନ ରାସ୍ତାରେ ହିନ୍ଦୁ ଓ ମୁସଲମାନ ଉଭୟଙ୍କର ହେବ ବିଜୟ

ପୁଣି ପାକିସ୍ତାନର ନୀଚ କାର୍ଯ୍ୟ : ମଝି ଆକାଶରେ ଭାରତୀୟ ଯାତ୍ରୀବାହୀ ବିମାନକୁ ଏଫ୍-୧୬ ଦ୍ବାରା ଘଣ୍ଟେ ପର୍ଯ୍ୟନ୍ତ ଘେରିକି ରଖିଥିଲା