ସାଓମି ଲଞ୍ଚ କଲା ଏଲଇଡି ବଲବ୍: ୧୧ ବର୍ଷ ପର୍ଯ୍ଯନ୍ତ ହେବନି ଖରାପ, ରହିଛି ଏହିସବୁ ଫିଚର୍ସ

ନୁଆଦିଲ୍ଲୀ ୨୫/୪: ଭାରତୀୟ ମାର୍କେଟରେ ଶସ୍ତା ଫୋନ୍ ପାଇଁ ପପୁଲାର୍ କମ୍ପାନୀ ସାଓମି ଏବେ Mi LED Smart Bulb ଲଞ୍ଚ କରିଛି । ଏହି ବଲବର ଖାସ୍ ବୈଶିଷ୍ଟ୍ୟ ହେଉଛି ଏଥିରେ Mi Home ଆପର ସପୋର୍ଟ ଦିଆଯାଇଛି । ଏହି ଆପ୍ ସାହଯ୍ୟରେ ଗ୍ରାହକ ବଲବକୁ ଅନ୍ ଓ ଅଫ୍ କରିପାରିବେ । ସାଓମି ଚାଲେଞ୍ଜ କରିଛି ଯେ ଏହି ଏଲଇଡି ବଲବ ୧୧ ବର୍ଷ ପର୍ଯ୍ୟନ୍ତ ଚାଲିବ । ଏହି ସ୍ମାର୍ଟ ବଲବ ଆମାଜନ ଏଲେକ୍ସା, ଗୁଗଲ ଆସିଷ୍ଟାଣ୍ଟ ଭଳି ଭଏସ୍ ଆସିଷ୍ଟାଣ୍ଟକୁ ସପୋର୍ଟ କରିବ । ସାଓମି କହିଛି ଯେ ଏମଆଇ ଏଲଇଡି  ସ୍ମାର୍ଟ ବଲବ ବ୍ଯବହାର କରିବା ପାଇଁ ଗ୍ରାହକଙ୍କୁ କୌଣସି ବ୍ରିଜ୍ କିମ୍ବା ହବର ଆବଶ୍ୟକ ନାହିଁ । ଅର୍ଥାତ୍ ୟୁଜର୍ସ ଏହାକୁ ଏମଆଇ ହୋମ୍ ଆପ ଜରିଆରେ କଣ୍ଟ୍ରୋଲ କରିପାରିବେ ।

ରହିଛି ଏହି ସବୁ ଫିଚର୍ସ
ସାଓମି ଘୋଷଣା କରିଛି ଯେ ଇଣ୍ଟରନେଟ୍ ଅଫ ଥିଙ୍ଗ୍ସ(IoT) ଡିଭାଇସ୍ Mi.comରେ କ୍ରାଉଡଫଣ୍ଡିଂ ଜରିଆରେ ଉପଲବ୍ଧ ହେବ । କମ୍ପାନୀ ଏହା ମଧ୍ଯ କହିଛି ଯେ ବଲବ, ୟୁଜରର ମୁଡ୍ ଅନୁସାରେ ରଙ୍ଗ ବଦଳାଇବ । କଲର ପ୍ରୋଫାଇଲ୍ ବଦଳାଇବା ବ୍ଯତୀତ ୟୁଜର୍ସ ଲାଇଟର ତାପମାତ୍ରା ମଧ୍ଯ ବଦଳାଇ ପାରିବ ।

ଭାରତରେ କେବେ ଉପଲବ୍ଧ ହେବ
ସାଓମି ନିଜ ଏଲଇଡି ବଲବର ମୂଲ୍ଯ ସମ୍ପର୍କରେ କିଛି ସୂଚନା ଦେଇନି । କିନ୍ତୁ ଏହି ସ୍ମାର୍ଟ ଡିଭାଇସ୍ ୨୬ ଏପ୍ରିଲରୁ Mi.com ରେ କ୍ରାଉଡଫଣ୍ଡିଂ ଜରିଆରେ ଉପଲବ୍ଧ ହେବ ।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌