ସାଓମି ଆରମ୍ଭ କଲା ଏହି ସେବା: ମାତ୍ର ୫ ମିନିଟ୍‌ରେ ମିଳୁଛି ୧ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଲୋନ୍, ଏମିତି ଉଠାନ୍ତୁ ଫାଇଦା

ନୁଆଦିଲ୍ଲୀ ୩/୧୨: ସାଓମି ଭାରତରେ ମି କ୍ରେଡିଟ୍(Mi Credi) ଲଞ୍ଚ କରିଦେଇଛି । ଏହା ଯୁବପିଢିଙ୍କ ପାଇଁ ପର୍ସନଲ୍ ଲୋନର ନୂଆ ପ୍ଲାଟଫର୍ମ । ଏହା ମାଧ୍ୟମରେ ମାତ୍ର କିଛି ସମୟ ମଧ୍ୟରେ ୧ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଲୋନ୍ ମିଳିପାରିବ । କମ୍ପାନୀର କହିବାନୁସାରେ ମି କ୍ରେଡିଟ୍, ୟୁଜରଙ୍କ ପାଇଁ ଇନ୍‌ଷ୍ଟାଣ୍ଟ୍ ଋଣ ଦେବା ପ୍ଲାଟଫର୍ମ ଭାବେ କାମ କରିବ ।

ସାଓମି ନିଜ ମି କ୍ରେଡିଟ୍ ସେବା ପାଇଁ ଆଦିତ୍ୟ ବିଡଲା ଫାଇନାନ୍ସ ସମେତ ୪ ଫାଇନାନ୍ସିୟଲ୍ କମ୍ପାନୀ ସହିତ ଚୁକ୍ତି କରିଛି । Mi Credit, ଭାରତରେ କମ୍ପାନୀର ୩ୟ ଭାଲ୍ୟୁ-ଆଡେଡ୍ ଇଣ୍ଟରନେଟ୍ ସେବା । ଏହା ପୂର୍ବରୁ ମେ ମାସରେ Mi Music ଓ Mi Video କୁ ମଧ୍ୟ ଲଞ୍ଚ କରାଯାଇଥିଲା ।

ମାତ୍ର ୫ ମିନିଟରେ ମିଳିବ ଲୋନ୍
ସାଓମି କମ୍ପାନୀର ୟୁଜର୍ସ ଏବେ ସହଜରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେଇପାରିବେ । କିନ୍ତୁ ଏହି ଲୋନ୍ କ୍ରେଡିଟ୍ ସ୍କୋର ଉପରେ ନିର୍ଭର କରିବ ।  ଲୋନ୍ ନେବା ପାଇଂ ଆପ୍ଲିକେଶନ୍ ମାତ୍ର ୫ ମିନିଟରେ ଭରାଯାଇହେବ । ଲୋନ୍ ରି ପେମେଣ୍ଟ ପାଇଁ ୯୧ ଦିନରୁ ୩ ବର୍ଷ ପର୍ଯ୍ୟନ୍ତ ସମୟ ରଖା ଯାଇଛି । ସୁଧ କଥା କହିବା ତ ଏହା ୧.୩୫ ପ୍ରତିଶତ ପ୍ରତି ମାସିକ ନିର୍ଦ୍ଧାରିତ କରାଯାଇଛି ।

ଏହି ସର୍ଭିସ୍ ପାଇଁ ୟୁଜର୍ସ ରେଜିଷ୍ଟର କରିପାରିବେ । KYC ପାଇଁ କଷ୍ଟମର୍ସ ଆଇଡି, ଆଡ୍ରେସ୍ ପ୍ରୁଫ୍ ଦେବାକୁ ପଡିବ । ୟୁଜର୍ସଙ୍କୁ ଫଣ୍ଡ ଟ୍ରାନ୍ସଫର ପାଇଁ ବ୍ୟାଙ୍କ ଡିଟେଲ୍ସ ମଧ୍ୟ ଆଡ୍ କରିବାକୁ ହେବ । Mi Credit ଏପର୍ଯ୍ୟନ୍ତ କେବଳ ସାଓମି ସ୍ମାର୍ଟଫୋନ୍ସ ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯାଇଛି ।

   ସମ୍ବନ୍ଧିତ ଖବର


ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରୋନା ପଜିଟିଭ୍

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଇଏ ସେହି ମହିଳା, ଯିଏ ପୁରା ବିଶ୍ୱ ପାଇଁ ତିଆରି କରନ୍ତି Indian Flag

କରୋନା କାଳରେ ଚାଲିଛି ଅରବପତିଙ୍କ ବିଳାସପୂର୍ଣ୍ଣ ପାର୍ଟି, ଅତିଥିଙ୍କର ପ୍ରତି ୧୫ ମିନିଟରେ ହେଉଛି କୋଭିଡ୍ ଟେଷ୍ଟ

କୋଭିଡ୍‌ ପାଇଁ ରୁଷ୍‌ରେ ପ୍ରଥମ ବ୍ୟାଚ ଟିକା ଉତ୍ପାଦନ ଆରମ୍ଭ

ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ନଥିଲା ଡେଥ୍ ଟାଇମ୍, ପ୍ରଶ୍ନ ଉଠାଇଲେ ଓକିଲ