ସାଓମି ଲଞ୍ଚ୍ କଲା ଇଲେକ୍ଟ୍ରିକ୍ ବାଇକ୍, ଫୁଲ୍ ଚାର୍ଜରେ ଯିବ ୧୨୦ କି.ମି

ନୁଆଦିଲ୍ଲୀ ୨୯/୪: ସାଓମି ନିଜ ସ୍ମାର୍ଟଫୋନର ଏକ ବଡ ରେଞ୍ଜ ପାଇଁ ସାରା ବିଶ୍ୱରେ ବେଶ୍ ପରିଚିତ କିନ୍ତୁ ଏବେ ଏହି ଟେକ୍ କମ୍ପାନୀ ଅନ୍ୟ ପ୍ରଡକ୍ଟ ପ୍ରତି ମଧ୍ୟ  ଧ୍ୟାନ ଦେଉଛି । ଏଥିରେ ଏୟାର ପ୍ୟୁରିଫାୟର, ଭାକ୍ୟୁମ କ୍ଲିନର, ଫିଟନେସ୍ ବ୍ୟାଣ୍ଡ, ହେଡଫୋନ୍ ସାମିଲ । ଏବେ ଏହି ତାଲିକାରେ ଏକ ଇଲେକ୍ଟ୍ରିକ୍ ବାଇକ୍ ମଧ୍ୟ ସାମିଲ ହୋଇଛି । କମ୍ପାନୀ ନିଜ ନୂଆ ଇଲେକ୍ଟ୍ରିକ୍ ବାଇକ୍ Xiaomi Himo T1 ଲଞ୍ଚ୍ କରିଛି ।

ଦାମ୍ ଓ ଫିଚର୍ସ
ଏହି ବାଇକକୁ ନିକଟରେ ଚାଇନାରେ ୨,୯୯୯ ୟୁଆନ୍(ପ୍ରାୟ ୩୨,୦୦୦ ଟଙ୍କା) ଦାମରେ ଲଞ୍ଚ କରାଯାଇଛି । ଏହି ବାଇକ ଫୁଲ୍ ଚାର୍ଜରେ ୧୨୦ କିଲୋମିଟର ରେଞ୍ଜ ଦେବ ବୋଲି କମ୍ପାନୀ କହିଛି । ୨ଟି ବ୍ୟାଟେରୀ ଅପ୍ସନରେ ଆସିବ ଏହି ବାଇକ୍ । ଏଥିରେ ୪୮V ଭୋଲ୍ଟେଜ୍ ଥିବା ୧୪,୦୦୦ ଏମଏଏଚର ବ୍ୟାଟେରୀ ମିଳିବ ଯାହା କି ୧୪ ଏଏଚର ବିକଳ୍ପ ସହିତ ୬୭୨ Wh  ପାୱର ଦେବ । ଫୁଲ୍ ଚାର୍ଜରେ ଏହି ବାଇକ୍ ୬୦ କିଲୋମିଟର ଯାତ୍ରା କରିପାରିବ । ଅନ୍ୟ ବ୍ୟାଟେରୀ ୨୮ Ahର ହେବ ଯାହାକି ୧୨୦ କିଲୋମିଟର ରେଞ୍ଜ ଦେବ । ଏହାର ଫ୍ରଣ୍ଟ ଓ ରିୟରରେ ଡୁଆଲ୍ ବ୍ରେକ ସିଷ୍ଟମ ଦିଆଯାଇଛି ।  ଫ୍ରଣ୍ଟରେ ହାଇଡ୍ରୋଲିକ୍ ଡିସ୍କ ବ୍ରେକ୍ ଓ ରିୟରରେ ଡ୍ରମ୍ ବ୍ରେକ୍ ସିଷ୍ଟମ ଦିଆଯାଇଛି ।

ସ୍ପିଡ୍
ଏଥିରେ ୩୫୦ W ବ୍ରଶଲେସ୍ ପର୍ମାନେଣ୍ଟ ଇଲେକ୍ଟ୍ରିକ୍ ମ୍ୟାଗ୍ନେଟ୍ ମୋଟର ବ୍ୟବହାର କରାଯାଇଛି । ହାଇସ୍ପିଡ୍ ଦେବାରେ ଏହା ସାହାଯ୍ୟ କରିଥାଏ । ଏଥରେ ୯୦ ଏମଏମ ଚଉଡା ଓ ୮ ଏମଏମର ମୋଟା ଟାୟର ବ୍ୟବହାର କରାଯାଇଛି । କୁହାଯାଉଛି ୫୫ କିଗ୍ରା ଓଜନରେ ଏହାର ଘଣ୍ଟାପ୍ରତି ସ୍ପିଡ୍ ୨୫ କିମି ରହିବ । ଏଥିରେ ୱନ ଟଚ୍ ଷ୍ଟାର୍ଟ ବଟନ ମିଳିବ । ଏହି ବାଇକରେ ଡିସପ୍ଲେ ମଧ୍ୟ ରହିବ ଯେଉଁଥିରେ ବ୍ୟାଟେରୀ ଲେବଲ, ରାଇଡିଂ ମୋଡ ଓ ସ୍ପିଡ୍ ସମ୍ପର୍କରେ ସୂଚନା ମିଳିବ ।

   ସମ୍ବନ୍ଧିତ ଖବର


ସରକାରୀ କର୍ମଚାରୀଙ୍କ ପାଇଁ ମାରୁତି ସୁଜୁକିର ସ୍ୱତନ୍ତ୍ର ଅଫର: ପାର୍ବଣ ଅଫର ବାଦ୍‌ ମିଳିବ ସ୍ୱତନ୍ତ୍ର ବେନିଫିଟ୍‌

ପାର୍ବଣ ଋତୁରେ SBIର ବଡ଼ ଅଫ‌ର, ଘର କିଣୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର

ବଜାରରେ ଖୁବ୍ ଶୀଘ୍ର ୩୦ ଟଙ୍କାରେ ମିଳିବ ପିଆଜ!

ପିଆଜ ଦରରେ ଲାଗିବ ରୋକ: ଲାଗୁ ହେଲା ମହଜୁଦ ସୀମା, ଡିସେମ୍ବର ୩୧ ଯାଏ ବଳବତ୍ତର ରହିବ

କ୍ରେଡିଟ୍‌ ସୁଇସ୍‌ ରିପୋର୍ଟ: କରୋନା ସଙ୍କଟ ସମୟରେ ଭାରତୀୟ ପରିବାରକ ସମ୍ପତ୍ତି ବଢ଼ିଛି

ପାର୍ବଣ ଉପଲକ୍ଷେ ହିନ୍ଦୁଜା ଗ୍ରୁପ୍‌ର ମିଡିଆ ଆର୍ମ ନେକ୍ସଟଡିଜିଟାଲ ପକ୍ଷରୁ ଦୁର୍ଗୋତ୍ସବ