ସାଓମିର ଦମଦାର୍ ଅଫର୍, ଫ୍ରି ମିଳୁଛି ୩୨ ଇଞ୍ଚର ସ୍ମାର୍ଟ ଟିଭି

ନୂଆଦିଲ୍ଲୀ ୪/୫: ସାଓମି ନିଜ ଗ୍ରାହକଙ୍କ ପାଇଁ ଦମଦାର୍ ଅଫର ନେଇଆସିଛି । ସାଓମି ନିଜ କଷ୍ଟମର୍ସଙ୍କୁ ୩୨ ଇଞ୍ଚ୍ Mi TV ଫ୍ରି ଦେଉଛି । ୩୨ ଇଞ୍ଚ ଏମଆଇ ଟିଭି କେବଳ ସେହି ଗ୍ରାହକଙ୍କୁ ମିଳିବ ଯେଉଁମାନେ କମ୍ପାନୀର ହାଇ ଏଣ୍ଡ Mi ART TV କିଣିବେ । Mi ART TV କମ୍ପାନୀର ୬୫ ଇଞ୍ଚ ଡିସପ୍ଲେ ଥିବା ପ୍ରିମିୟମ୍ ସ୍ମାର୍ଟ ଟିଭି । ନିଜ ପ୍ରିମିୟମ୍ ସ୍ମାର୍ଟ ଟିଭିର ସେଲ୍ ବୁଷ୍ଟ କରିବା ପାଇଁ କମ୍ପାନୀ ଏହି ସ୍କିମ ଆଣିଛି । ଏଥିରେ ଆପଣ ପ୍ରିମିୟମ୍ ସ୍ମାର୍ଟ ଟିଭି ସହିତ ଆଫୋର୍ଡେବଲ ସ୍ମାର୍ଟ ଟିଭି ଫ୍ରି ପାଇପାରିବେ । ତେବେ ଏହି ଅଫର୍ କେବଳ ଚୀନରେ ଉପଲବ୍ଧ ।

Mi ART TV ସାଓମିର ୬୫ ଇଞ୍ଚର ହାଇ ଏଣ୍ଡ ସ୍ମାର୍ଟ ଟିଭି । ଏହି ଟିଭି ବହୁତ ପତଳା । ଟିଭିର ଚଉଡା ମାତ୍ର ୧୩.୯ ଏମଏମ । ଏହି ଟିଭିରେ ଇଣ୍ଟେଲିଜେଣ୍ଟ ଫ୍ଲାଟ୍ ବ୍ୟାକ୍ ଡିଜାଇନ୍ ଦିଆଯାଇଛି । ଟିଭିରେ ସାମସଙ୍ଗର 4K OLED ପ୍ୟାନେଲ୍ ଦିଆଯାଇଛି । ଟିଭିରେ Mali-T830MP2 GPU ସହିତ ଆମୋଲୋଜିକର କ୍ୱାଡ୍ କୋର୍ ପ୍ରୋସେସର ଦିଆଯାଇଛି । ଏହି ଟିଭିରେ ୨ ଜିବି ରାମ୍ ଓ ୩୨ ଜିବି ଇଣ୍ଟରନାଲ୍ ଷ୍ଟୋରେଜ୍ ଦିଆଯାଇଛି ।  ଏହି ଟିଭି 4G/5G ଡବ୍ଲୁ ବ୍ୟାଣ୍ଡ ୱାଇ ଫାଇ ଓ ବ୍ଲୁଟୁଥ୍ ୪.୨ ଦିଆଯାଇଛି ।

ଦାମ୍
ଚାଇନାରେ ଏହି ଟିଭିର ଦାମ୍ ୬,୯୯୯ ୟୁଆନ୍ ଅର୍ଥାତ୍ ପ୍ରାୟ ୭୫,୦୦୦ ଟଙ୍କା । ସାଓମିର ଏହି ସ୍ମାର୍ଟ ଟିଭି Xiao AI ଭଏସ୍ ଆସିଷ୍ଠ ସହିତ ଆସୁଛି । ଏହି ଟିଭିକୁ ସ୍ମାର୍ଟଫୋନ୍ ବ୍ୟତୀତ ସ୍ମାର୍ଟ ହୋମ୍ ପ୍ରଡକ୍ଟ୍ସ ସହିତ ମଧ୍ୟ କନେକ୍ଟ କରାଯାଇହେବ ।

ସାଓମି ନିକଟରେ ୨ଟି ସ୍ମାର୍ଟ ଟିଭି ଲଞ୍ଚ କରିଥିଲା । ଏଥିରେ ୭୫ ଇଞ୍ଚି ଫୁଲ୍ ସ୍କ୍ରିନ୍ ଟିଭି ପ୍ରୋ ଓ Mi TV 4A ର ନୂଆ ୬୦ ଇଞ୍ଚର ମଡେଲ୍ । ସାଓମି Mi Fan ଫେଷ୍ଟିଭଲରେ ଅନେକ ପ୍ରଡକ୍ଟ୍ସ ସହିତ ଏହି ସ୍ମାର୍ଟ ଟିଭି ଲଞ୍ଚ କରିଥିଲା । ୭୫ ଇଞ୍ଚ ଟିଭି ଫୁଲ୍ ସ୍କ୍ରିନ୍ ଟିଭି ପ୍ରୋ ସିରିଜରେ ସବୁଠାରୁ ବଡ ଭେରିଏଣ୍ଟ । କମ୍ପାନୀ ଗତ ବର୍ଷ ସେପ୍ଟେମ୍ବରରେ ନିଜ ଫୁଲ୍ ସ୍କ୍ରିନ୍ ଟିଭି ପ୍ରୋ ସିରିଜ ଅନୁସାରେ ୪୫ ଇଞ୍ଚ, ୫୫ ଇଞ୍ଚ ଓ ୬୫ ଇଞ୍ଚର ଟିଭି ଲଞ୍ଚ କରିଥିଲା ।

   ସମ୍ବନ୍ଧିତ ଖବର


ଏଥର ଦୀପାବଳିରେ ବାଣ ଫୁଟିବ ତ ? ବାଣ ମଗାଇବେ କି’ ନାହିଁ ଦ୍ୱନ୍ଦ୍ୱରେ ହୋଲ୍‌ସେଲ୍‌ ବ୍ୟବସାୟୀ

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ନଦୀବନ୍ଧ ମରାମତି ପାଇଁ ୧୦,୦୦୦ କୋଟି ମଞ୍ଜୁରୀ, ଚୟନ ହୋଇଥିବା ନଦୀବନ୍ଧ ମଧ୍ୟରୁ ୩୬ଟି ଓଡ଼ିଶାର

ଶ୍ରମିକ ଓ ଛୋଟ ଦୋକାନୀଙ୍କ ପାଇଁ ଖୁସି ଖବର, ସରକାର ଆଣୁଛନ୍ତି ଏହି ନୂଆ ଯୋଜନା

ବିଦେଶୀ କମ୍ପାନୀର ସେୟାରରେ ପଇସା ଲଗାଇବା ହେଲା ସହଜ, ଆଉ କରନ୍ତୁନି ବିଳମ୍ବ

ଶସ୍ତା ହେଲା ସୁନା-ରୂପା, ଜାଣନ୍ତୁ ନୂଆ ଦାମ୍

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ