ଗ୍ରାହକଙ୍କ ଅର୍ଡର ଅନୁସାରେ ବାଇକ୍ ପ୍ରସ୍ତୁତ କରିବ ୟାମାହା, ପସନ୍ଦ ଅନୁସାରେ ରହିବ କଲର୍

ନୂଆଦିଲ୍ଲୀ ୨୩/୧୧: ଦେଶର ପ୍ରମୁଖ ବାଇକ କମ୍ପାନୀ ୟାମାହା ମୋଟର ଗ୍ରାହକଙ୍କ ପାଇଁ ଏକ ଅଫର ନେଇଆସିଛି । ଏଣିକି ଗ୍ରାହକଙ୍କ ଅର୍ଡରରେ ବାଇକ୍ ପ୍ରସ୍ତୁତ ହେବ । ଏହା ବ୍ୟତୀତ କଷ୍ଟମର ନିଜ ବାଇକର କଲର ମଧ୍ୟ ନିଜେ ଚୟନ କରିପାରିବେ । କମ୍ପାନୀ ଏଥିପାଇଁ କଲର କଷ୍ଟମାଇଜେସନ ଅପ୍ସନ ଆଣିଛି ଯେଉଁଥିରେ ଗ୍ରାହକ MT-15 ବାଇକରେ ନିଜେ ପସନ୍ଦ କରି ରଙ୍ଗ ସାମିଲ କରିପାରିବେ ।

ଏମିତି କରିବେ ଅର୍ଡର
କମ୍ପାନୀ ଏହି ଅଫର କ୍ୟାମ୍ପେନ କଷ୍ଟମାଇଜ ୟୋର ୱାରିୟରକୁ www.yamaha-motor-india.comରେ ଲଞ୍ଚ୍ କରିଛି । ଏଥିରେ କଷ୍ଟମରଙ୍କ ଅର୍ଡର ଅନୁସାରେ ଏହି ବାଇକ ପ୍ରସ୍ତୁତ ହେବ । ବାଇକର ସପ୍ଲାଇ ୨୦୨୧ ଜାନୁୟାରୀରୁ ଆରମ୍ଭ ହେବ ।

ଦାମ୍
MT-15 ବାଇକର ଏକ୍ସ ଶୋରୁମ୍(ଦିଲ୍ଲୀ) ଦାମ୍ ୧,୪୩,୯୦୦ ଟଙ୍କା ରଖାଯାଇଛି । ବାଇକ ୩ଟି ରଙ୍ଗରେ ଉପଲବ୍ଧ ହେବ । କିନ୍ତୁ ଗ୍ରାହକ ଆଉ ୧୧ଟି ରଙ୍ଗ ପାଇଁ ଅର୍ଡର କରିପାରିବେ । ଏଥିପାଇଁ ଗ୍ରାହକ ଡିଲରସିପ୍ ସହିତ ଯୋଗାଯୋଗ କରିବେ । ଅର୍ଥାତ୍ ବାଇକ ସମୁଦାୟ ୧୪ଟି ରଙ୍ଗରେ ଉପଲବ୍ଧ ହେବ ।