PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ବଜାରକୁ ଆସିଲା Yamahaର ଶସ୍ତା ସ୍କୁଟର! କେତେ ରହିଛି ଦାମ୍‌ ଜାଣନ୍ତୁ…

Zee News

ନୂଆଦିଲ୍ଲୀ: ୟାମାହା ଆଣିଲା ଶସ୍ତା ସ୍କୁଟର ! ୟାମାହା କମ୍ପାନୀ ଭାରତରେ Fascino 125 FI ମଡେଲର ଲଞ୍ଚ କରିଛି। ଅଗଷ୍ଟ ପହିଲା ପୂର୍ବରୁ ବଜାରରେ ଉପଲବ୍ଧ ହେବ ୟାମାହାର ଏହି ଶସ୍ତା ସ୍କୁଟର। Fascino 125 FI ଏକ ହାଇବ୍ରିଡ ଓ ଷ୍ଟାଇଲିସ୍‌ ମଡେଲ ଅଟେ।

ନୂଆ ୟାମାହା Fascino 125 FI ହାଇବ୍ରିଡରେ ବିଏସ୍-୬ ମାନକର ଏୟାର କୁଲ୍ଡ, ଏଫଆଇ, ୧୨୫ ସିସି ବ୍ଲୁ କୋର ଇଞ୍ଜିନ ରହିଛି। ଏହି ଗାଡ଼ିର ଇଞ୍ଜିନ୍‌ ୬,୫୦୦ ଆରପିଏମ୍‌ ଓ ୮.୨ ପିଏସ୍‌ ହେଉଛି ଅଧିକତମ ପାଓ୍ବାର ଓ ୫୦୦୦ ଆରପିଏମ୍‌ରେ ୧୦.୩ ଏନଏମ୍‌ର ପାଓ୍ବାର ଜେନେରେଟ ହୋଇଥାଏ।

Yamaha Fascino 125 Hybridର ଡିସ୍‌ବ୍ରେକ୍‌ ଭର୍ସନରେ ବ୍ଲୁଟୁଥ୍‌ ଇନବିଲ୍ଡ ଥିବାବେଳେ Yamaha Motorcycle Connect X ଆପ୍‌ ରହିଛି। ଏଥିସହିତ ଗାଡ଼ିରେ ଲାଟେଷ୍ଟ ଫିଚର ଦେଖିବାକୁ ମିଳିଛି। ଏଥିସହିତ ସ୍କୁଟରରେ ଏକ ସାଇଡ ଷ୍ଟାଣ୍ଡ ଇଞ୍ଜନ କଟ୍‌-ଅଫ୍‌ ସ୍ବିଚ୍‌ ରହିଛି।

Yamaha Fascino 125 FI ଡିସ୍‌ ବ୍ରେକ୍‌ ଭର୍ଜନର ଦାମ୍‌ ୭୬ ହଜାର ୫୩୦ ଟଙ୍କା ରହିଛି। ସେହିପରି ଡ୍ରମ୍‌ ବ୍ରେକ୍‌ ଭର୍ଜନର ଦାମ ୭୦ ହଜାର ଟଙ୍କା ରହିଛି। ଏହି ଦାମ ହେଉଛି ଦିଲ୍ଲୀର ଏକ୍ସ ସୋରୁମର। ବର୍ତ୍ତମାନ ମଡେଲ ଅପେକ୍ଷା ଡ୍ରମ୍‌ ବ୍ରେକ୍‌ ସ୍କୁଟରର ଦାମ ୨ ହଜାର ଶସ୍ତା ହୋଇଥିବା ବେଳେ ଡିସ୍କ ବ୍ରେକ୍‌ରେ ହଜାରେ ଟଙ୍କା ଅଧିକା ଦେବାକୁ ପଡ଼ିବ।