ରେଲଓ୍ବ ନିୟମ ଭାଙ୍ଗିଲେ ଉଠାଇ ନେଉଛନ୍ତି ଯମରାଜ

ମୁମ୍ବାଇ ୯/୧୧: ରେଳ ଲାଇନ୍‌ରେ ଚାଲିବାର ଭୟାବହତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଏକ ନିଆରା ପଦକ୍ଷେପ ଆପଣେଇଛି ପଶ୍ଚିମ ରେଳବାଇ । ଏଥିରେ ମୁଖ୍ୟ ଦାୟିତ୍ୱ ବହନ କରିଛନ୍ତି ନିଜେ ମୃତ୍ୟୁର ଦେବତା ଯମରାଜ। ପଶ୍ଚିମ ରେଳବାଇର ସରକାରୀ ଟ୍ୱିଟର ହ୍ୟାଣ୍ଡେଲରେ ଯେଉଁ ଫଟୋ ଶେୟାର କରାଯାଇଛି, ସେଥିରେ ଜଣେ ବ୍ୟକ୍ତି ଯମରାଜ ପୋଷାକ ପିନ୍ଧି ରେଳ ଲାଇନ୍‌ରୁ ଲୋକଙ୍କୁ କାନ୍ଧରେ ଉଠାଇ ପ୍ଲାଟଫର୍ମରେ ପହଞ୍ଚାଇବାର କାମ କରୁଛନ୍ତି ।

ରେଳ ଲାଇନ୍‌ରେ ଚାଲିବା ପରିବର୍ତ୍ତେ ପୋଲ କିମ୍ବା ଅନ୍ୟ ରାସ୍ତାରେ ଯିବା ପାଇଁ ଯାତ୍ରୀଙ୍କୁ ସଚେତନ କରିବା ଭଳି ଏହି ଅଭିଯାନ ପାଇଁ ଉକ୍ତ ରେଳବାଇର ନିଆରା ପ୍ରୟାସକୁ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି । ଏ ନେଇ ହଜାର ହଜାର ପ୍ରତିକ୍ରିୟା ମାଇକ୍ରୋ-ବ୍ଲଗିଂ ସାଇଟ୍‌ରେ ଦେଖିବାକୁ ମିଳିଛି ।

ସଡ଼କ ନିରାପତ୍ତା ସଚେତନତା ଅଭିଯାନରେ ଏହା ପୂର୍ବରୁ ବେଙ୍ଗାଲୁରୁ ପୁଲିସ ଓ ଗୁଡ଼ଗାଓଁ ଟ୍ରାଫିକ୍‌ ପୁଲିସ ଯମରାଜଙ୍କ ସାହାଯ୍ୟ ନେଇଥିଲେ । ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ଯମରାଜ ପୋଷାକରେ ଟ୍ରାଫିକ୍‌ ନିୟମ ମାନିବା ଓ ହେଲମେଟ୍‌ ପିନ୍ଧିବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ । ଜଣେ ପୁଲିସ କର୍ମଚାରୀ ମଧ୍ୟ ଯମରାଜ ବେଶରେ ମଦ୍ୟପାନ କରି ଗାଡ଼ି ଚାଳନା ବିରୁଦ୍ଧରେ ଲୋକଙ୍କୁ ସଚେତନ କରି ଚର୍ଚ୍ଚାକୁ ଆସିଥିଲେ ।

   ସମ୍ବନ୍ଧିତ ଖବର


ଭାରତକୁ ବଡ ଝଟକା ଦେଲା ଇରାନ୍, ଚାବହାର ରେଳ ପ୍ରୋଜେକ୍ଟରୁ ବାହାର କଲା

AIIMS-ପାଟନାରେ କରୋନାରେ ଚାଲିଗଲା ୨ ଡାକ୍ତରଙ୍କ ଜୀବନ !

କାହିଁକି ଏହି କାର୍ ପିନ୍ଧିଛି ମାସ୍କ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଫେସ୍‌ବୁକ୍‌ ଆକାଉଣ୍ଟ ବନ୍ଦ କର , ନୁହେଁତ ଚାକିରୀ ଛାଡ଼ – ସେନାରେ ୮୯ଟି ଆପ୍ ବ୍ୟାନ୍

ଭାରତରେ କରୋନାକୁ ନେଇ ଏକ ଭଲ ଖବର – ସ୍ୱଦେଶୀ ଭାକ୍‌ସିନ୍‌ର ଟକ୍ସିସିଟି ଅଧ୍ୟୟନ ସଫଳ ବୋଲି କହିଲା ଆଇସିଏମ୍‌ଆର୍‌

ବିହାର ସରକାରଙ୍କ ବଡ଼ ନିଷ୍ପତ୍ତି, ୧୬-୩୧ ଜୁଲାଇ ଯାଏ ପୁରା ଲକ୍‌ଡାଉନ୍‌