PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ନରୱେରେ ଅଚାନକ ରାତିରେ ଦେଖାଗଲା ଉଜ୍ଜଳ ଆଲୋକ, ଭିଡିଓ ଭାଇରାଲ

https://zeenews.india.com/

ନରୱେ ୨୬/୭: ୟୁରୋପୀୟ ଦେଶ ନରୱେରେ ଏକ ଚକିତ କରିଦେବା ଭଳି ଘଟଣା ଘଟିଛି । ଏହାର ଭିଡିଓ ଏବେ ଭାଇରାଲ ହେଉଛି । ଏଠାରେ ଆକାଶରେ ରାତିରେ ହଳଦିଆ ରଙ୍ଗର ଆଲୋକ ବାହାରିବା ଦେଖିଛନ୍ତି ଲୋକମାନେ । ଏହି ସମୟରେ ଏକ ଜୋରଦାର ଶବ୍ଦ ସହିତ ଏକ ଉଲକାପିଣ୍ଡ ନିକଟସ୍ଥ ଜଙ୍ଗଲରେ ଖସିପଡିଲା । ତେବେ ଉଲକାପିଣ୍ଡ ଖସିବା ଫଳରେ କେହି ଆହତ ହୋଇନାହାଁନ୍ତି କିମ୍ବା କୌଣସି କ୍ଷୟକ୍ଷତି ହୋଇନି । ଏହା ପରେ ବଡ ସଂଖ୍ୟାରେ ଲୋକମାନଙ୍କ ଏମରଜେନ୍ସି କଲ୍ ପୋଲିସ ପାଖକୁ ଆସିଲା ।

ଏବେ ନରୱେର ରାଜଧାନୀ ଓସ୍ଲୋରୁ ପ୍ରାୟ ୬୦ କିଲୋମିଟର ଦୂର ପଶ୍ଚିମରେ ଫିନମାର୍କା ଜଙ୍ଗଲରେ ଏକ ଟିମ୍ ଉଲକାପିଣ୍ଡର ସନ୍ଧାନ ଜାରି ରଖିଛି । କୁହାଯାଉଛି କି ଉଲକାପିଣ୍ଡ ଏଠାରେ ମାଡ ହୋଇଥିଲା । ସୂଚନା ଅନୁସାରେ ସ୍ଥାନୀୟ ସମୟାନୁସାରେ ପ୍ରାୟ ୧ଟାରେ ରାତିରେ ଏହି ଉଲକାପିଣ୍ଡ ଚମକିଥିଲା ଏବଂ ଅତିକମରେ ପ୍ରାୟ ୫ ସେକେଣ୍ଡ ଆଲୋକ ଆକାଶରେ ଦେଖାଯାଇଥିଲା । ପୃଥିବୀ ଆଡକୁ ଆସିବା ସମୟରେ ଏହାର ଗତି ପ୍ରାୟ ୧୬.୩ କିଲୋମିଟର ପ୍ରତି ସେକେଣ୍ଡ ଥିଲା ଏବଂ ଏହା ସ୍କୈଣ୍ଡିନୋଭିୟାର ଦକ୍ଷିଣ କ୍ଷେତ୍ରର ଭାଗରେ ନଜର ଆସିଥିଲା ।

ଏହି ଉଲକାପିଣ୍ଡର ଓଜନ ପ୍ରାୟ ୧୦ କିଲୋମିଟର ହେବା ଅନୁମାନ କରାଯାଉଛି । ଉଲକାପିଣ୍ଡ ମହାକାଶରୁ ପୃଥିବୀପୃଷ୍ଠକୁ ଆସିବା ସମୟରେ ବାୟୁମଣ୍ଡଳ ସହିତ ଘସି ହେବା ଯୋଗୁଁ ନିଆଁପିଣ୍ଡ ପାଲଟିଯାଏ । ତେବେ ଅଧିକାଂଶ ଉଲକା ଭୂପୃଷ୍ଠରେ ପଡିବା ପୂର୍ବରୁ ଜଳିଯାଏ କିନ୍ତୁ କିଛି ଉଲକା ପୃଥିବୀପୃଷ୍ଠରେ ମାଡ ହୋଇଥାଏ ।

ସମ୍ବନ୍ଧିତ ଖବର