PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଭିଡ୍ ନିୟମରେ ପରିବର୍ତ୍ତନ; କରୋନା ପଜିଟିଭ୍ ରିପୋର୍ଟ ନଥିଲେ ବି ଡାକ୍ତରଖାନାରେ ମିଳିବ ଆଡ୍‌ମିଶନ
  • ||
  • ବିହାର : JDU ନେତା ତଥା MLC ତନଭୀର ଅଖତରଙ୍କ ମୃତ୍ୟୁ , କରୋନାରେ ପୀଡ଼ିତ ଥିଲେ
  • ||
  • ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ସାପ କାମୁଡ଼ାରେ ପ୍ରାଣହରାଇଲେ ଶ୍ରମିକ
  • ||
  • ଜଳେଶ୍ୱର: ଘରୋଇ କ୍ଲିନିକରେ ପୁଣି ପ୍ରସବ ପରେ ମହିଳାଙ୍କ ମୃତ୍ୟୁ
  • ||
  • ବିରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସହରର ସାମ୍ବାଦିକ ଭବନ ନିକଟରେ ଅଳିଆ ଗଦାରୁ ନିଆଁ ଲାଗି ପୋଡିଗଲା ସେଲୁନ
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ପୁଲିସ ଡିଜି, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ପରେ ଗିରିସଲା ସୀମାକୁ ଯିବେ
  • ||
  • ପାରାଦୀପ : ଥାନାରେ ପଶି ଧମକ ଦେବା ଅଭିଯୋଗରେ ୨ ନକଲି ସାମ୍ବାଦିକ ଗିରଫ, ଡ୍ରାଇଭର ସମେତ ୩ ଦାମୀ କାର ଜବତ
  • ||
  • ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧ ହଜାର ୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪ ହଜାର ୧୮୭ ଜଣଙ୍କ ମୁଣ୍ଡ ନେଲା କରୋନା
  • ||
  • କଟକ: ଶୁକ୍ରବାର ରାତିରୁ ଏସସିବି କାଜୁଆଲଟିରେ ପଡି ରହିଛି କୋଭିଡ ସଂକ୍ରମିତଙ୍କ ମୃତଦେହ, ଏନେଇ ଅସନ୍ତୋଷ ବ୍ୟକ୍ତ କଲେ ଡାକ୍ତର ଓ କର୍ମଚାରୀ
  • ||
  • ଗାଙ୍ଗପୁର ଥାନା ଅନ୍ତର୍ଗତ ଷଢଙ୍ଗିପଲ୍ଲୀ ନିକଟରେ ଓଲଟିଲା ସ୍ପିରିଟ ବୋଝେଇ ଟ୍ରକ, ୨ ଆହାତ
  • ||
  • ସାଲେପୁର : ସାଲେପୁର ସବ୍-ଜେଲରୁ ଆଉ ୯ଜଣ କଏଦୀ କରୋନା ପଜିଟିଭ୍‌ ଚିହ୍ନଟ
  • ||
  • କୋରାପୁଟ:ହଳଦୀକୁଣ୍ଡ ପଞ୍ଚାୟତର ପୁରୁଣାପାଣି ଗାଁରେ ଘଟିଲା ଆଘଟଣ, ପୋଖରୀରେ ବୁଡି ଆଖିବୁଜିଲେ ମା’- ଝିଅ
  • ||
  • ଗଞ୍ଜାମ: ପୁଇଁତୋଳା ଛକରେ ଅଟୋ ପିଟିଲା ଟ୍ରକ, ଅଟୋ ଡ୍ରାଇଭର ମୃତ ,୩ ଆହତ
  • ||
  • ଭୁବନେଶ୍ଵର : ଆଇଗିଣିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା, କଣ୍ଟେନର ଖସି ଟ୍ରଲର ଡ୍ରାଇଭର ମୃତ, ହେଲପର ଗୁରୁତର
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ନେଲା ଆଉ ୨୧ ଜଣଙ୍କ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି
  • ||
  • ରାଞ୍ଚି : ଝାରଖଣ୍ଡର ରାଞ୍ଚିର ସଦର ହସ୍ପିଟାଲରେ ଅକ୍ସିଜେନ୍ ସପ୍ଲାଇ ବନ୍ଦ ହେବା କାରଣରୁ ୫ ରୋଗୀ ମୃତ, ଯାଞ୍ଚ୍ ନିର୍ଦ୍ଦେଶ ଦେଲେ ସ୍ଵାସ୍ଥ୍ୟମନ୍ତ୍ରୀ
  • ||
  • ଭୁବନେଶ୍ଵର : ଓଡ଼ିଶାରେ କରୋନା ବିସ୍ଫୋରଣ, ଦିନକରେ ଚିହ୍ନଟ ହେଲେ ୧୧ ହଜାର ୮୦୭ ପଜିଟିଭ ଆକ୍ରାନ୍ତ
  • ||
  • ଭୁବନେଶ୍ଵର : ଆଜି ଅଧା ଓଡ଼ିଶାରେ କାଳବୈଶାଖୀ, ୩ ଜିଲ୍ଲାରେ କୁଆପଥର ବର୍ଷିବା ନେଇ ସତର୍କ ସୂଚନା ଜାରି କଲେ ସ୍ୱତନ୍ତ୍ର ରିଲିଫ୍‌ କମିଶନର, ୧୧ରୁ ବଢ଼ିବ ତାତି
  • ||

ଓଡ଼ିଶା ଆସିବ ହଳଦିଆ ପେଟ୍ରୋକେମ୍‌

ଭୁବନେଶ୍ୱର,୫ା୩(ବ୍ୟୁରୋ): ହଳଦିଆ ପେଟ୍ରୋକେମିକାଲ୍‌ସ ଲିମିଟେଡ୍‌ (ଏଚ୍‌ପିଏଲ୍‌) ଓଡ଼ିଶାରେ ଏକ ସମନ୍ୱିତ ରିଫାଇନରି ଓ ଆରୋମେଟିକ୍ସ କମ୍ପେ୍ଲକ୍ସ ସ୍ଥାପନ କରିବ । ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ପ୍ରସ୍ତାବିତ ଏହି ରିଫାଇନରି କମ୍ପେ୍ଲକ୍ସରୁ ପାରାଜାଇଲିନ୍‌ ଓ ପ୍ୟୁରିଫାଏଡ୍‌ ଟେରିଫ୍‌ଥାଲିକ୍‌ ଏସିଡ୍‌ (ପିଟିଏ) ଉତ୍ପାଦନ ହେବ । ଏଥିପାଇଁ କମ୍ପାନି ପ୍ରଥମ ପର୍ଯ୍ୟାୟରେ ୨୮,୭୦୦ କୋଟି ଟଙ୍କା (୪୦୫ କୋଟି ଡଲାର) ନିବେଶ କରିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ମଙ୍ଗଳବାର ହଳଦିଆ ପେଟ୍ରୋକେମିକାଲ୍‌ସ ଦ୍ୱାରା ଦାଖଲ ଏହି ପ୍ରସ୍ତାବରେ ମୋହର ଲଗାଇଛି । ୨୦୧୮ ନଭେମ୍ବରରେ ଅନୁଷ୍ଠିତ ଦ୍ୱିତୀୟ ସଂସ୍କରଣ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ସର୍ବବୃହତ ନିବେଶକ ଭାବେ ରାଜ୍ୟରେ ୭୦,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ପାଇଁ ହଳଦିଆ ପେଟ୍ରୋକେମିକାଲ୍‌ସ ଆଗ୍ରହ ପ୍ରକାଶ କରିଥିଲା । ଏଚ୍‌ପିଏଲ୍‌ର ପ୍ରସ୍ତାବକୁ ଏଚ୍‌ଏଲ୍‌ସିଏ ଅନୁମୋଦନ ପରେ ଓଡ଼ିଶା ଭାରତର ସର୍ବବୃହତ ଘରୋଇ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ସମର୍ଥ ହୋଇଛି ।
ଏଚ୍‌ଏଲ୍‌ସିଏ ବୈଠକରୁ ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱରରେ ରିଫାଇନରି ଓ ଆରୋମେଟିକ୍ସ କମ୍ପେ୍ଲକ୍ସ ସ୍ଥାପନ ପାଇଁ ଚଳିତ ମାସ ୧ ତାରିଖରେ ପଶ୍ଚିମବଙ୍ଗଭିତ୍ତିକ ହଳଦିଆ ପେଟ୍ରୋକେମିକାଲ୍‌ସ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦାଖଲ କରିଥିଲା । ପ୍ରକଳ୍ପ ପାଇଁ କମ୍ପାନି ୨,୦୦୦ ଏକର ଜମି ମାଗିଛି । ବାଲିଆପାଳରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ନଦୀ ବନ୍ଦର ନିକଟରେ ଏହି ଜମି ଚିହ୍ନଟ ହୋଇଛି । ତେବେ ଓଡ଼ିଶା ଶିଳ୍ପାଞ୍ଚଳ ପ୍ରୋତ୍ସାହନ ଓ ପୁଞ୍ଜିନିବେଶ ନିଗମ (ଇପିକଲ୍‌)ର ଆକଳନ ପରେ କମ୍ପାନିକୁ ଏ ଜମି ଯୋଗାଇ ଦିଆଯିବ । ଜମି ମିଳିବାର ୫ ବର୍ଷ ମଧ୍ୟରେ ହଳଦିଆ ପେଟ୍ରୋକେମିକାଲ୍‌ସର ପ୍ରଥମ ପର୍ଯ୍ୟାୟ କାମ ସମ୍ପୂର୍ଣ୍ଣ ହେବ । ଏଥିପାଇଁ କମ୍ପାନି ୨୮,୭୦୦ କୋଟି ଟଙ୍କା ପୁଞ୍ଜି ଖଟାଇବ ।
ହଳଦିଆ ପେଟ୍ରୋକେମିକାଲ୍‌ସର ଓଡ଼ିଶା ପ୍ରକଳ୍ପରୁ ଉତ୍ପାଦନ ହେବାକୁ ଥିବା ପିଟିଏ, ପଲିଷ୍ଟର ଫାଇବର ଓ ପଲିଥିନ ଟେରେଫ୍‌ଥାଲେଟ୍‌ (ପେଟ୍‌) ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ ପାଇଁ କଞ୍ଚାମାଲ ହେବ । ଏହି ପଲିଷ୍ଟର ଫାଇବର ଓ ପେଟ୍‌ ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଧରଣର ପୋଷାକ ୟୁନିଟ୍‌, ଫୁଡ୍‌ ପ୍ୟାକେଜିଂ ୟୁନିଟ୍‌ରେ ବ୍ୟବହାର ହେବ । ଏଣୁ ହଳଦିଆ ପେଟ୍ରୋକେମିକାଲ୍‌ସର ପ୍ରସ୍ତାବିତ କମ୍ପେ୍ଲକ୍ସ ଓଡ଼ିଶାରେ ପ୍ରାୟ ୧ ଲକ୍ଷ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ଯୋଗାଇବ ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଚ୍‌ଏଲ୍‌ସିଏ ଆଜି ଭଦ୍ରକ ଜିଲ୍ଲାରେ ଆସିବାକୁ ଥିବା ବୟନ ପାର୍କରେ ଇଣ୍ଡିଆନ ଅଏଲ୍‌ କର୍ପୋରେସନ (ଆଇଓସିଏଲ୍‌) ଦ୍ୱାରା ପ୍ରସ୍ତାବିତ ପଲିଷ୍ଟର ମାନୁଫାକ୍‌ଚରିଂ ୟୁନିଟ୍‌କୁ ମଧ୍ୟ ଅନୁମୋଦନ କରିଛି । ୩୦୦ କେଟିପିଏ କ୍ଷମତାର ଏହି ପଲିଷ୍ଟର ମାନୁଫାକ୍‌ଚରିଂ ୟୁନିଟ୍‌ ସ୍ଥାପନ ପାଇଁ ଇଣ୍ଡିଆନ ଅଏଲ ୧,୯୭୦.୫୨ କୋଟି ଟଙ୍କା ନିବେଶ କରିବ । ଜମି ଆବଣ୍ଟନର ୪ ବର୍ଷ ମଧ୍ୟରେ ଚାଲୁ ହେବାକୁ ଥିବା ଏହି ପ୍ରକଳ୍ପ ୨୦୯ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ।
ଏହାଛଡ଼ା ଏଚ୍‌ଏଲ୍‌ସିଏ ରୁଙ୍ଗ୍‌ଟା ମାଇନ୍ସର ୨ଟି ପ୍ରସ୍ତାବରେ ମୋହର ଲଗାଇଛି । ପ୍ରଥମ ପ୍ରସ୍ତାବଟି କେନ୍ଦୁଝର ଜିଲ୍ଲା କାରାକୋହ୍ଲାଠାରେ ଥିବା ୫ଙ୍ଘ୧୦୦ ଟିପିଡିର ସ୍ପଞ୍ଜ ଆଇରନ୍‌ ପ୍ଲାଣ୍ଟକୁ ୦.୫୩ ନିୟୁତ ଟନ୍‌ କ୍ଷମତାର ଏକ ସମନ୍ୱିତ ଇସ୍ପାତ ପ୍ଲାଣ୍ଟରେ ସମ୍ପ୍ରସାରଣ ପାଇଁ ଥିଲା । ଏହି ପ୍ରକଳ୍ପ ପାଇଁ ରୁଙ୍ଗ୍‌ଟା ମାଇନ୍ସ ୧,୬୭୭.୯୮ କୋଟି ଟଙ୍କା ପୁଞ୍ଜି ଖଟାଇବାକୁ ଥିବା ବେଳେ ଏହା ୧,୧୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣିବ । ଅନୁମୋଦନ ହୋଇଥିବା ଦ୍ୱିତୀୟ ପ୍ରସ୍ତାବ ମୁତାବକ, କମ୍ପାନି ୧,୮୮୪.୬୯ କୋଟି ଟଙ୍କା ବିନିଯୋଗରେ କେନ୍ଦୁଝର ଜିଲ୍ଲା କାରାଖେନ୍ଦ୍ରାରେ ୦.୫୩ ନିୟୁତ ଟନ୍‌ କ୍ଷମତାର ଏକ ସମନ୍ୱିତ ଇସ୍ପାତ ପ୍ଲାଣ୍ଟ ସ୍ଥାପନ କରିବ । ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ୯୪୩ ଜଣକୁ ନିଯୁକ୍ତି ମିଳିବ ।

ସମ୍ବନ୍ଧିତ ଖବର