ନିର୍ବାଚନ ଖବର
  • ଧର୍ମଶାଳା ଇତିହାସ ଲେଖିଲା ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ, ପ୍ରଣବଙ୍କୁ ୪ ହଜାରରୁ ଅଧିକ ଭୋଟରେ କଲେ ପରାସ୍ତ
  • ||
  • ପୁରୀରେ ସମ୍ମାନ ରଖିଲେ ସୁନୀଲ୍, ଜିତିଲେ ବାପାଙ୍କ ପାରମ୍ପରିକ ଆସନ
  • ||
  • କଟକ ସଦରରେ ଚନ୍ଦ୍ର ସାରଥିଙ୍କ ଗଡ଼ ଭାଙ୍ଗିଲେ ପ୍ରକାଶ ଚନ୍ଦ୍ର ସେଠୀ
  • ||
  • ବ୍ରଜରାଜନଗରରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ବିଶାଳ ବିଜୟୀ, ୨୬ ହଜାରରୁ ଅଧିକ ଭୋଟରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ପରାସ୍ତ
  • ||
  • ବାଙ୍କୀରେ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀଙ୍କ ବିଜୟ, ବିଜେପିକୁ ୧୬ ହଜାରରୁ ଅଧିକ ଭୋଟରେ ହରାଇଲେ
  • ||
  • ରଘୁନାଥପାଲିରେ ବିଜେପିର ବାଜିମାତ୍, ୫୭୦୯ ଭୋଟରେ ଦୁର୍ଗା ଚରଣ ତନ୍ତୀଙ୍କ ବିଜୟ
  • ||
  • ଝାରସୁଗୁଡ଼ାରେ ପଦ୍ମର ବିଜୟ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୩୨୮ ଖଣ୍ଡ ଭୋଟ୍‌ରେ ହରାଇଲେ ବିଜେପି ବିଧାନସଭା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ
  • ||
  • ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ
  • ||
  • ବରଗଡ଼ ଲୋକସଭା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୧୨୯ ଖଣ୍ଡ ଭୋଟ୍ ବିଜେଡି ପ୍ରାର୍ଥୀନୀ ପରିଣୀତା ମିଶ୍ରଙ୍କ ଠାରୁ ଆଗୁଆ
  • ||
  • ଜନାଦେଶ ୨୦୨୪: ୫୪୨ ଲୋକସଭା, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ବିଧାନସଭାର ମତଦାନ ଗଣତି ଆରମ୍ଭ
  • ||
  • ଓଡ଼ିଶା ଜନାଦେଶ ରାୟ: ୭୦ କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ, ପୋଷ୍ଟାଲ ବାଲଟରୁ କାଉଣ୍ଟିଂ
  • ||
  • ଆଗାମୀ ୫ ଦିନ ଭିତରେ ଓଡ଼ିଶା ପହଞ୍ଚିବ ମୌସୁମୀ, ୬ରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଟସ୍ ଜିତି ୟୁଗାଣ୍ଡାର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରୁଛି ଆଫଗାନିସ୍ତାନ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌, ଆଉ କିଛି ସମୟ ପରେ ଆରମ୍ଭ ହେବ ଗଣତି, ଇଭିଏମ୍‌ରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ
  • ||

ଓଟିଟିରେ ରିଲିଜ ହେଲା ଯୋଦ୍ଧା, ଜାଣନ୍ତୁ କେଉଁ ପ୍ଲାଟଫର୍ମରେ ରିଲିଜ ହେଲା ଏହି ଫିଲ୍ମ

ମୁମ୍ବାଇ,୧୧।୫:  ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ । ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ 'ଯୋଦ୍ଧା' ଓଟିଟିରେ ରିଲିଜ ହୋଇଛି। ଆକ୍ସନ ଥ୍ରିଲର୍‌ ଫିଲ୍ମକୁ ସାଗର ଅମ୍ବ୍ରେ ଓ ପୁଷ୍କର ଓଝା ନିର୍ଦ୍ଦେଶନା ଦେଇଥିବା ବେଳେ ପିଲ୍ମଟି ନିକଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ପିଲ୍ମରେ ସିଦ୍ଧାର୍ଥ ପୁଣିଥରେ ତାଙ୍କ ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିଥିଲେ । ସେହିପରି କିଛି ଫ୍ୟାନ ଅନେକ ଦିନ ଧରି ଫିଲ୍ମକୁ ଓଟିଟିରେ ରିଲିଜ ହେବା ନେଇ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫିଲ୍ମଟି ଓଟିଟିରେ ରିଲିଜ ହୋଇଛି। ତେବେ ଆସନ୍ତୁ ଜାଣିବା ଫିଲ୍ମକୁ କେବେ ଓ କେଉଁଠି ଦେଖିପାରିବେ। 

 ଚଳିତ ବର୍ଷ ମାର୍ଟ୍ଟ ୧୫ ତାରିଖରେ  ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ଯୋଦ୍ଧା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମକୁ ନେଇ ଫ୍ୟାନ୍‌ସଙ୍କ ଭଲ ପ୍ରତିକ୍ରିୟା ମିଳିଥିଲା । ହେଲେ ଯେଉଁମାନେ ସିନେମା ହଲରେ ଫିଲ୍ମକୁ ଦେଖି ପାରିନଥିଲେ ସେମାନେ ଓଟିଟି ରିଲିଜର ଅପେକ୍ଷା କରିଥିଲେ । ତେବେ ଅନେକ ଦିନର ଅପେକ୍ଷା ପରେ ଫିଲ୍ମଟି ଆମାଜନ ପ୍ରାଇମରେ ରିଲିଜ ହୋଇଛି । ଏନେଇ ପ୍ଲାଟଫର୍ମ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଘୋଷଣା କରିଛି। ପୋଷ୍ଟ ସେୟାର କରି କ୍ୟାପସନରେ ଲେଖା ହୋଇଛି ଯେ, 'ଯେବେ ଖରାପ ସମୟ ଆସେ , ସେତେବେଳେ ସହାସ ଅଧିକ ଆସିଥାଏ, ଯୋଦ୍ଧା ଏବେ ପ୍ରାଇମରେ ,ଏବେ ଦେଖନ୍ତୁ।' 

ଯୋଦ୍ଧାରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ବ୍ୟତୀତ ଦିଶା ପଟାନୀ ଓ ରାଶି ଖନ୍ନାଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ରୋମାଞ୍ଚକ ଆକ୍ସନ- ଡ୍ରାମାର ନିର୍ଦ୍ଦେଶନା ସାଗର ଅମ୍ବ୍ରେ ଓ ପୁଷ୍କର ଓଝା ଦେଇଛନ୍ତି । ଯୋଦ୍ଧା' ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରରେ ଜଣେ ଏପରି ଯୋଦ୍ଧାଙ୍କର କାହାଣୀକୁ ଦର୍ଶାଯାଇଛି, ଯିଏ ବିମାନକୁ ହାଇଜାକ କରିଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଢି ବିମାନରେ ଉପସ୍ଥିତ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ସିଦ୍ଧାର୍ଥ ମଲହୋତ୍ରା ଏହି ଯୋଦ୍ଧା ସେନା ଭୂମିକାରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ର ପୂର୍ବରୁ ସିଦ୍ଧାର୍ଥ 'ଶେରଶାହା'ରେ ମଧ୍ୟ ଜଣେ ସେନା ଭୂମିକାରେ ଅଭିନୟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.