କରୋନାକୁ ହରାଇଥିବା ୨୦୦ କୋଭିଡ୍ ଯୋଦ୍ଧା, ବ୍ଲୁ ଫ୍ଲାଗ ବିଚ୍‌ରେ ଏକାଠି କଲେ ଯୋଗ

ପୁରୀ, ୧୮/୧୦: କରୋନାକୁ ହରାଇଥିବା ୨୦୦ଜଣ ଯୋଦ୍ଧାଙ୍କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଏକ ସାମୂହିକ ଯୋଗ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଛି । ଆୟୁଷ ବିଭାଗ ଓ ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ କରୋନାରୁ ରକ୍ଷା ପାଇବା ନିମନ୍ତେ ଓ କରୋନା ପରେ ନିଜ ଶରୀରକୁ ସୁସ୍ଥ ରଖିବା ନିମନ୍ତେ ଯୋଗର ଆବଶ୍ୟକତା ପ୍ରଶିକ୍ଷଣ ଦିଆଯାଇଥିଲା ।

ପ୍ରଶାସନିକ ସୂଚନା ମୁତାବକ ଏହି କାର୍ଯ୍ୟକ୍ରମରେ କରୋନାକୁ ପରାସ୍ତ କରି ଜିତିଥିବା ୧୦୦ ଜଣ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଏହି ରୋଗରୁ ମୁକ୍ତି ପାଇଥିବା ୧୦୦ ଜଣ ସାଧାରଣ ନାଗରିକ ଯୋଗଦେଇଥିଲେ । ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଏଥିନିମନ୍ତେ ୧୦ଟି ଷ୍ଟେଜ୍‌ କରାଯାଇଥିଲା । ଜଣେ ଲେଖାଏଁ ପ୍ରଶିକ୍ଷକଙ୍କ ସମେତ ୨ ଜଣ ସହାୟକ ପ୍ରତି ଷ୍ଟେଜ୍‌ରେ ଉପସ୍ଥିତ ୨୦ ଜଣ କରୋନା ଯୋଦ୍ଧାଙ୍କୁ ଯୋଗ ଶିକ୍ଷା ଦେଇଥିଲେ । ପ୍ରଶିକ୍ଷକ ଦେଖାଉଥିବା ଯୋଗକୁ ଅନୁସରଣ କରି କରୋନା ଯୋଦ୍ଧାମାନେ ଯୋଗ କରିଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବଲୱନ୍ତ ସିଂ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ବିଜୟ ଦାଶ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୁରୁବୀର ସିଂ ପ୍ରମୁଖ ଯୋଗଦେଇଥିଲେ । ଆସନ୍ତାକାଲି ମଧ୍ୟ ଏଭଳି ବେଳାଭୂମି ଯୋଗ ବ୍ଲୁ ଫ୍ଲାଗ ବିଚ୍‌ରେ ଅନୁଷ୍ଠିତ ହେବ । ଏଥିରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପୁରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଯୋଗ ଶିକ୍ଷକ ଓ ସହାୟକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଶିକ୍ଷା ଦେଉଛନ୍ତି ।

   ସମ୍ବନ୍ଧିତ ଖବର


ଏହି ଦେଶର ରାଜା ନିଜ କୁକୁରକୁ କଲେ ଏୟାରଫୋର୍ସ ଚିଫ୍,୨୦ ସେକ୍ସ ସୋଲଜରଙ୍କ ସହ ବିଦେଶରେ ବିତାଉଛନ୍ତି ବିଳାସପୂର୍ଣ୍ଣ ଜୀବନ

ଭାରତକୁ ଆସିବା ପାଇଁ ସମସ୍ତଙ୍କୁ ଅନୁମତି ଦେଲା ଗୃହମନ୍ତ୍ରଣାଳୟ, କେବଳ ଏମାନଙ୍କ ପ୍ରବେଶ ଉପରେ ରହିଛି କଟକଣା

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ସତ୍ୟାଗ୍ରହ , ଦାବି ପୂରଣ ନହେଲେ ସବୁ ଅଚଳ କରିବାକୁ ଚେତାବନୀ…

ପଶ୍ଚିମବଙ୍ଗର ଲୋକଙ୍କୁ ଦୁର୍ଗାପୂଜା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ- ଆତ୍ମନିର୍ଭର ଭାରତରେ ବଙ୍ଗଳାର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା