ଯୋଗେନ୍ଦ୍ରଙ୍କ ପୁଅକୁ ମିଳିଲାନି ଟିକେଟ, ନବୀନ ନିବାସ ବାହାରେ ସମର୍ଥକଙ୍କ ନାରାବାଜି

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରାଙ୍କୁ ଲାଗିଛି ଝଟ୍‌କା । ଏଥର ନିଜ ଆସନରୁ ପୁଅ ନିହାରଙ୍କୁ ପ୍ରାର୍ଥୀ କରିବା ପାଇଁ ଲବି ଚଳାଇଥିଲେ ଯୋଗେନ୍ଦ୍ର । ଗତ କିଛିଦିନ ହେବ ପୁଅକୁ ଧରି ନବୀନ ନିବାସ ଚକ୍କର କାଟୁଥିଲେ । ମାତ୍ର ଆଜି ଲୋଇସିଂହା ଆସନ ପାଇଁ ନୂଆ ପ୍ରାର୍ଥୀ ପ୍ରଦୀପ ବେହେରାଙ୍କୁ ଟିକେଟ ଦେଇଛି ବିଜେଡି । ନବୀନଙ୍କ ଏହି ଘୋଷଣାରେ ଯୋଗେନ୍ଦ୍ର ଓ ତାଙ୍କ ପୁଅ ନିହାର ନିରାଶ ହୋଇଛନ୍ତି । ନିହାରଙ୍କ ସମର୍ଥକମାନେ ଅସନ୍ତୁଷ୍ଟ ହୋଇ ନବୀନ ନିବାସ ବାହାରେ ନାରାବାଜି କରିଛନ୍ତି । ଏପରିକି ଦଳ ପୁନଃ ବିଚାର କରି ଲୋଇସିଂହା ଆସନରେ ଯୋଗେନ୍ଦ୍ରଙ୍କ ପୁଅ ନିହାରଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି । ନଚେତ୍‌ ସେମାନେ ଦଳ ଛାଡ଼ିବେ ବୋଲି ଚେତାବନୀ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ନଭେମ୍ବର ମାର୍ଗଦର୍ଶିକା ଜାରି: ଟ୍ୱିନ୍‌ ସିଟିରେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ

ଏରିଆ ଅଧିକ ଦାୟିତ୍ବ ବେଶି, କିନ୍ତୁ ତେଲ ସରିଯିବା ଭୟରେ କମିଛି ପିସିଆର୍ ପାଟ୍ରୋଲିଂ: ପୋଲିସ ଗାଡି ନଦେଖି ବଢ଼ିଛି ଅପରାଧୀଙ୍କ ସାହସ

କୁମାର ପୁନେଇଁ ଜହ୍ନ ଗୋ… ଫୁଲ ବଉଳ ବେଣୀ: ଆଜି ସନ୍ଧ୍ୟାରେ କୁମାରୀ ପାଳିବେ କୁମାର ପୂର୍ଣ୍ଣମା

ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ଲିଙ୍ଗରାଜ ମନ୍ଦିରକୁ 5-T ସଚିବ ଭି.କେ. ପାଣ୍ଡିଆନ ଅଚାନକ ଗସ୍ତ: ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ

ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ