PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିରେ ମିଶିଲେ ସୁନୀଲ ଜାଖଡ, କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ
  • ||
  • ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବାନ୍ଧିଥିଲା ଏନ୍‌ଆଇଏ
  • ||
  • ପୁରୀ : ଏଥର ଭକ୍ତ ଦେଖିବେ ସ୍ନାନଯାତ୍ରା, ହେଲେ ସ୍ନାନ ବେଦିରେ ଶ୍ରୀବିଗ୍ରହଙ୍କୁ କରିପାରିବେନି ସ୍ପର୍ଶ
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ଆକ୍ଟିଭ କେସ୍,୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୨ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ଆଜି-କାଲି ବର୍ଷା ଆଶଙ୍କା, ତିନି ଦିନ ପରେ ପୁଣି ତାତି
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌… ଅଖ ଅନୁକୂଳ, ନାହାକା ଚକରେ ପଇତା ଓ ୧୫ ଚକ ପ୍ରସ୍ତୁତ
  • ||
  • ମୋହନା: ରାସ୍ତା କଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • କୁତ୍ରା: ୧୨ ବର୍ଷର ନାବାଳିକା ୭ ମାସର ଗର୍ଭବତୀ, ଥାନାରେ ଏତଲା ଦେଲେ ପରିବାରଲୋକ
  • ||
  • ବାରଙ୍ଗ: ପ୍ରେମ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ : ପ୍ରେମିକକୁ ହତ୍ୟା କଲେ ପ୍ରେମିକା ପରିବାର, ଇନ୍‌ଫୋସିଟି ଥାନା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ୧୭୦ ଆତଙ୍କବାଦୀ, ତାଲିମ ଦେଉଛି ପାକିସ୍ତାନୀ ସେନା ଏବଂ ISI
  • ||

ଆଜି ଆସିବେ ଯୋଗୀ ଆଦିତ୍ୟନାଥ

source:indianexpress.com

ଭୁବନେଶ୍ୱର ୨୦/୨: ବିଜେପିର ଫାୟାରବ୍ରାଣ୍ଡ ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଯୋଗୀଙ୍କ ଏ ଗସ୍ତକୁ ରାଜ୍ୟ ବିଜେପି ବେଶ୍‌ ଗୁରୁତ୍ୱ ଦେଉଛି । ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରି କାଠଗଡ଼ାରେ ଛିଡ଼ା କରାଇଥିବା ଯୋଗୀ ଓଡ଼ିଶାରେ ନବୀନଙ୍କ ଉପରେ ଯେ ବର୍ଷିବେ ତାହା ସ୍ପଷ୍ଟ ବୋଲି ବିଜେପି କହୁଛି । ଯୋଗୀଙ୍କର ବେଶ କ୍ରେଜ୍‌ ଥିଲା ବେଳେ ତାଙ୍କ ଭାଷଣ ସାଧାରଣ ଲୋକଙ୍କୁ ପ୍ରଭାବିତ କରିବ । ସେ ନିଜ ଭାଷଣରେ ମୋଦି ସରକାରଙ୍କ ସଫଳତା ସହ ବିଜେଡି ସରକାରର ବିଫଳତାକୁ ଥୋଇବେ ବୋଲି ବିଜେପି ରାଜ୍ୟ ଶାଖା ଆଶା ବାନ୍ଧିଛି ।
ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶା ଗସ୍ତରେ ଆସି ବିଜେଡି ସରକାରକୁ କଡ଼ା ସମାଲୋଚନା କରିଥିଲେ । ଯୋଗୀ ଭବାନୀପାଟଣା ଓ ନାଚୁଣୀରେ ଦୁଇଟି ସମାବେଶରେ ଉଦବୋଧନ ଦେବେ । କାର୍ଯ୍ୟସୂଚୀ ଅନୁସାରେ, ଯୋଗୀ ବୁଧବାର ସକାଳ ୧୦ ଟାରେ ରାୟପୁର ବିମାନବନ୍ଦରରେ ପହଞ୍ଚି ସେଠାରୁ ହେଲିକପ୍‌ଟର ଯୋଗେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୁଲିସ ପଡିଆରେ ୧୧ଟାରେ ପହଞ୍ଚିବେ । ସେଠାରୁ ମାଣିକେଶ୍ୱରୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିବେ । ୧୧ଟା ୩୦ରେ ଯୋଗୀ ଭବାନୀପାଟଣା ଲାଲ ବାହାଦୁର ଷ୍ଟାଡିୟମ ଠାରେ କର୍ମକର୍ତ୍ତା ସମାବେଶରେ ଉଦ୍‌ବୋଧନ ଦେବେ ।
ସେହିପରି ଅପରାହ୍‌ଣ ୧ଟା ୪୫ରେ ଯୋଗୀ ହେଲିକପ୍ଟରରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ କଲେଜ ପଡ଼ିଆରେ ପହଞ୍ଚିବେ । ଅପରାହ୍‌ଣ ୨ଟାରେ ନାଚୁଣି ହାଇସ୍କୁଲ ପଡ଼ିଆରେ କର୍ମକର୍ତ୍ତା ସମାବେଶରେ ଯୋଗଦେଇ ଅଭିଭାଷଣ ରଖିବେ । ଅପରାହ୍‌ଣରେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଯୋଗୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି ।