ନାଚୁଣୀରେ ଯୋଗୀ: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ, କହିଲେ ରାଜ୍ୟବାସୀଙ୍କୁ ଧୋକା ଦେଉଛନ୍ତି

ନାଚୁଣୀ ୨୦/୨: ଭବାନୀପାଟଣା ପରେ ଖୋର୍ଦ୍ଧା ନାଚୁଣୀରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଲେ ୟୁପି ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନାଚୁଣୀରେ ରାଜ୍ଯ ସରକାରଙ୍କୁ ଟାର୍ଗେଟ୍ କଲେ ଯୋଗୀ । କହିଲେ ନବୀନ ସରକାର ଓଡିଶାବାସୀଙ୍କୁ ଧୋକା ଦେଉଛନ୍ତି ।

ଯୋଗୀ କହିଲେ ପ୍ରଧାନମନ୍ତ୍ରୀ ଦେଶର ବିକାଶ ଚାହୁଁଛନ୍ତି । ସବୁ ଗରିବକୁ ଘର ମିଳିବ, ସ୍ୱଚ୍ଛ ଭାରତ ମିଶନରେ ସମସ୍ତଙ୍କ ଘରେ ଶୌଚାଳୟ ଏବଂ ଘରେ ଘରେ ବିଦ୍ଯୁତ୍ ମିଳିବ । ଯେଉଁଠି ବିଜେପି ସରକାର ଅଛନ୍ତି ସେଠି କେନ୍ଦ୍ର ଓ ରାଜ୍ଯ ମିଶି ଏହି ଯୋଜନାକୁ ଆଗକୁ ବଢାଉଛନ୍ତି କିନ୍ତୁ ଯେଉଁଠି ବିଜେପି ସରକାର ନାହିଁ ସେଠି ରାଜ୍ଯବାସୀ ଲୋକ କଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏପରି କହି ନବୀନ ସରକାରଙ୍କୁ ଟାର୍ଗେଟ୍ କଲେ ଯୋଗୀ । କହିଲେ ୟୁପିରେ ୨ ବର୍ଷରେ ବିଜେପି ସରକାର ୨ କୋଟି ୬୦ ଲକ୍ଷ ପରିବାରକୁ ଶୌଚାଳୟ ପ୍ରଦାନ କରିଛି କିନ୍ତୁ ଓଡିଶାରେ ସରକାର ଏହା କରିବାରେ ବିଫଳ ।

ୟୁପିରେ ୧ କୋଟି ପରିବାରକୁ ବିଦ୍ଯୁତ୍ ଯୋଗାଇ ଦିଆଯାଇଛି । କିନ୍ତୁ ଓଡିଶାରେ ଓଡିଶାର ମହାପୁରୁଷଙ୍କ ପ୍ରତି ବି ସମ୍ମାନ ଦେଖାଉନାହାନ୍ତି ନବୀନ ସରକାର । ପାଇକ ବିଦ୍ରୋହର ୨ ଶହ ବର୍ଷ ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ପ୍ରସ୍ତୁତ । କିନ୍ତୁ ଓଡିଶା ସରକାର ସ୍ମାରକୀ ପାଇଁ ଜମି ଦେଉନାହାନ୍ତି । ଓଡିଶାର ଏହି ସରକାରଙ୍କ ମୁଖା ଖୋଲିବାକୁ ପଡିବ ବୋଲି କହିଲେ ଯୋଗୀ ।

ଆହୁରି କହିଛନ୍ତି ଯୋଗୀ । ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୨୦୧୮ରେ ଆୟୁଷ୍ମାନ ଭାରତ ନାଁରେ ଏକ ଯୋଜନା ଚଲାଇଛନ୍ତି । ଏହି ଯୋଜନାରେ ଦେଶରେ ପ୍ରତି ଗରିବ ପରିବାରକୁ ବର୍ଷକରେ ୫ ଲକ୍ଷ ଟଙ୍କାର  ନିଶୁଳ୍କ ସ୍ୱାସ୍ଯସେବା ପ୍ରଦାନ କରାଯାଉଛି । ୟୁପିରେ ୬ କୋଟି ଏହି ଯୋଜନାରେ ଲାଭାନ୍ୱିତ ହୋଇଛନ୍ତି । କିନ୍ତୁ ଓଡିଶାରେ ନବୀନ ଏହାକୁ ଲାଗୁ କରୁନାହାନ୍ତି । ନବୀନଙ୍କୁ ଯଦି ପ୍ରକୃତରେ ଗରିବ, ଦଳିତ ଓ ମହିଳାଙ୍କ ଚିନ୍ତା ଥାନ୍ତା ତେବେ ସେ ଏହି ଯୋଜନାକୁ ରାଜ୍ୟରେ ଲାଗୁ କରିଥାନ୍ତେ । ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କରାଯାଉନାହିଁ । ଗରିବ, ଅନଗ୍ରସରଙ୍କ ପ୍ରତି ନବୀନ ସରକାରଙ୍କ ଆଦୌ ଦରଦ ନାହିଁ । ନିଜସ୍ୱ ଏଜେଣ୍ଡାରେ ଏଠି ନବୀନ, ସରକାର ଚଳାଇଛନ୍ତି । ନବୀନ ସରକାର ଓଡିଶା ଲୋକଙ୍କ ସହ ଧୋକା କରୁଛନ୍ତି । ଏଠିକାର ସରକାର ଆପଣଙ୍କ ଭାବନା ସହ ଖେଳୁଛି । ଓଡିଶାରେ ବିଜେପି ଆସିଲେ ସୁଶାସନ ହେବ, ବିକାଶ ହେବ । ଏଥିପାଇଁ ଆମକୁ ମିଶନ ୨୦୧୯ ପାଇଁ ପ୍ରସ୍ତୁତ ହେବାକୁ ପଡିବ ବୋଲି ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଥିଲେ ଯୋଗୀ ଆଦିତ୍ଯନାଥ ।

   ସମ୍ବନ୍ଧିତ ଖବର


ତେଜସ୍ୱୀ ସୂର୍ଯ୍ୟା ଯୁବ ମୋର୍ଚ୍ଚା ଅଧ୍ୟକ୍ଷ

ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ବର ପାଣ୍ଡେଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ, ଜେଡିୟୁର ହାତ ଧରିଲେ

ବିଧାନସଭା ବେଳେ ବିକ୍ଷୋଭ ମନା

ବିଜେପିର ନୂଆ ଟିମ୍‌ ଘୋଷଣା – ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଲେ ରାଷ୍ଟ୍ରୀୟ ପ୍ରବକ୍ତା

ଭାରତ ସହ ପୁଣିଥରେ ବନ୍ଧୁତା ଦେଖାଇଲା ମାଳଦ୍ବୀପ, ସାର୍କ ସମ୍ମିଳନୀ ନେଇ ପାକିସ୍ତାନର ଯୋଜନାକୁ କଲା ବିଫଳ

ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଥଣ୍ଡା ଖାଦ୍ୟ ଦେଇ ଅଧିକାରୀ ନିଲମ୍ବିତ, ଅସନ୍ତୋଷ ବଢିବା ପରେ ଫେରିପାଇଲେ ଚାକିରୀ