PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ବ୍ରହ୍ମପୁର ସମାବେଶରେ ଯୋଗ ଦେଇପାରିଲେନି ଯୋଗୀ, ଫୋନରେ ଦେଲେ ଭାଷଣ

source:www.indiatvnews.com

ଭୁବନେଶ୍ୱର ୬/୪: ଭୁବନେଶ୍ୱର ଏୟାରପୋର୍ଟରୁ ଭାଷଣ ଦେଲେ ଯୋଗୀ ଆଦିତ୍ୟନାଥ । ବ୍ରହ୍ମପୁରରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇପାରିଲେନି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେଣୁ ଭୁବନେଶ୍ୱର ଏୟାରପୋର୍ଟରୁ ଟେଲିଫୋନ ଯୋଗେ ଭାଷଣ ଦେଲେ ।

ଶନିବାର ବ୍ରହ୍ମପୁରରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶ ଥିଲା । ସମାବେଶରେ ଯୋଗ ଦେବାପାଇଁ ଯୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସିବାର କାର୍ଯ୍ଯକ୍ରମ ରହିଥିଲା । ୟୁପିରୁ ଯୋଗୀ ଭୁବନେଶ୍ୱର ଏୟାରପୋର୍ଟରେ ଆସି ପହଞ୍ଚିଥିଲେ । ସେଠାରୁ ସେ ହେଲିକପ୍ଟର ଯୋଗେ ବ୍ରହ୍ମପୁର ଯାଇଥାନ୍ତେ । ମାତ୍ର ନାଇଟ୍ ଭିଜନ ବ୍ଯବସ୍ଥା ନଥିବାରୁ ହେଲିକପ୍ଟରକୁ ଅନୁମତି ମିଳିଲାନି । ଯୋଗୀଙ୍କ ହେଲିକପ୍ଟରକୁ ଉଡାଣ ପାଇଁ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୁପକ୍ଷ ଅନୁମତି ଦେବାକୁ ମନାକଲେ । ଏହାପରେ ଯୋଗୀ ଟେଲିଫୋନ୍ ଯୋଗେ ବ୍ରହ୍ମପୁର ଓ ଫୁଲବାଣୀ ସଭାକୁ ଭାଷଣ ଦେଲେ । କହିରଖୁଛୁ ଆଜି ବ୍ରହ୍ମପୁରରେ ଅନୁଷ୍ଠିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ସେ ଯୋଗ ଦେଇଥାନ୍ତେ ।

ସମ୍ବନ୍ଧିତ ଖବର