ଯୋଗୀଙ୍କୁ ପାକିସ୍ତାନର ଖବରକାଗଜ ‘ଡନ୍‌’ ସମ୍ପାଦକଙ୍କ ପ୍ରଶଂସା

ନୂଆଦିଲ୍ଲୀ ୯/୦୬: ପାକିସ୍ତାନର ଇଂରାଜୀ ଖବରକାଗଜ ‘ଦ ଡନ୍‌’ର ସମ୍ପାଦକ ଫହାଦ୍‌ ହୁସେନ୍‌ କରୋନା ମୁକାବିଲା କ୍ଷେତ୍ରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି । ଟୁଇଟରରେ ସେ ଯୋଗୀ ଏବଂ ଇମ୍ରାନ ଖାନ ସରକାରଙ୍କ କାର୍ଯ୍ୟକୁ ତୁଳନା କରିଛନ୍ତି । କରୋନା ମୁକାବିଲା କ୍ଷେତ୍ରରେ ଇମ୍ରାନ ସରକାରଙ୍କ ତୁଳନାରେ ଯୋଗୀଙ୍କ କାର୍ଯ୍ୟ ଉତ୍ତମ ରହିଥିବା ସେ ଟୁଇଟ୍‌ କରି କହିଛନ୍ତି ।

ଫହାଦ୍‌ ଏକ ଗ୍ରାଫକୁ ଟୁଇଟ୍‌ କରି କହିଛନ୍ତି ଯେ, ପାକିସ୍ତାନର କିଲୋମିଟର ପିଛା ଜନସଂଖ୍ୟା ଘନତ୍ୱ ଉତ୍ତର ପ୍ରଦେଶଠାରୁ କମ୍‌ ଏବଂ ବ୍ୟକ୍ତି ପିଛା ଆୟ ଅଧିକ । ଉତ୍ତର ପ୍ରଦେଶରେ ଲକ୍‌ଡାଉନ୍‌କୁ କଡାକଡି ଭାବେ ପାଳନ କରାଯାଇଛି । କିନ୍ତୁ ପାକିସ୍ତାନରେ ଲକ୍‌ଡାଉନ୍‌ ନିୟମକୁ ଆଦୌ କଡାକଡି ପାଳନ କରାଯାଇନାହିଁ । ଉତ୍ତର ପ୍ରଦେଶ ଏବଂ ପାକିସ୍ତାନରେ ମୃତ୍ୟୁ ହାର ମଧ୍ୟରେ ଥିବା ଅନ୍ତରକୁ ମଧ୍ୟ ଏହି ଟୁଇଟ୍‌ରେ ସ୍ଥାନିତ କରିଛନ୍ତି ଡନ୍‌ ସମ୍ପାଦକ । ପାକିସ୍ତାନର ଜନସଂଖ୍ୟା ୨୦.୮୦ କୋଟି ଥିବାବେଳେ ଉତ୍ତର ପ୍ରଦେଶର ଜନସଂଖ୍ୟା ୨୨.୫୦ କୋଟି । କିନ୍ତୁ ପାକିସ୍ତାନ ତୁଳନାରେ ଏଠାରେ ମୃତ୍ୟୁ ହାର କମ୍‌ ବୋଲି ଉକ୍ତ ଟୁଇଟ୍‌ରେ ପ୍ରକାଶ କରାଯାଇଛି ।

ଫହାଦ୍‌ ମହାରାଷ୍ଟ୍ରର ବି ତୁଳନା କରିଛନ୍ତି । ସେ କହିଛନ୍ତି ଯେ, ଉତ୍ତର ପ୍ରଦେଶରେ ମୃତ୍ୟୁହାର ପାକିସ୍ତାନଠାରୁ କମ୍‌ ଥିବାବେଳେ ମହାରାଷ୍ଟ୍ରରେ ଅଧିକ ରହିଛି । ମହାରାଷ୍ଟ୍ରରେ ବ୍ୟକ୍ତି ପିଛା ଆୟ ପାକିସ୍ତାନ ତୁଳନାରେ ଅଧିକ ।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ

ଯଦି ଭଗବାନ ବି ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତି ତେବେ ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ: ଗୋଆ ମୁଖ୍ୟମନ୍ତ୍ରୀ

ନଭେମ୍ବରରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ତା ପୂର୍ବରୁ କରି ନିଅନ୍ତୁ ଜରୁରୀ କାମ