ସୋଆରେ ଯୋଗ-ମନୋବିଜ୍ଞାନ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, ୭ା୪(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ(ଡିମ୍ଡି ଟୁ ବି ୟୁନିର୍ଭସିଟି)ରେ ଯୋଗ ଓ ମନୋବିଜ୍ଞାନ ସାଧନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଶ୍ୱବିଦ୍ୟାଳୟର ଯୋଗଗୁରୁ ଅଖିଳ ଚନ୍ଦ୍ର ରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗୁରୁ ଶ୍ରୀ ରଣା ଯୋଗାସନ, ଧ୍ୟାନ ଓ ମନୋବିଜ୍ଞାନ ସାଧାନ ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କର୍ମକର୍ତ୍ତା ତଥା ସାଧନ କାର୍ଯ୍ୟକ୍ରମର ସଂଯୋଜକ ଅର୍ଜ୍ଜୁନ ବେହେରା, ସତୀଶ ସାମଲ ପ୍ରମୁଖ ଯୋଗ ଦେଇଥିଲେ ।