PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ବ୍ୟାଙ୍କ ଯାଇ କମାଇ ପାରିବେ ଲୋନ୍‌ର ଇଏମଆଇ, ସିବିଲ୍ ସ୍କୋର ହେବନି ଖରାପ

ନୂଆଦିଲ୍ଲୀ ୧୦/୮: ଏଣିକି ଲୋନ୍ ନେଇଥିବା ବ୍ୟାଙ୍କ କିମ୍ବା ଅନ୍ୟ ଆର୍ଥିକ ସଂସ୍ଥା ଯାଇ ନିଜ ଇଏମଆଇକୁ କମ୍ କରାଇପାରିବେ । ଏଥିରେ ଆପଣଙ୍କ ସିବିଲ୍ ସ୍କୋରରେ ମଧ୍ୟ କୌଣସି ପ୍ରକାର ନେଗେଟିଭ୍ ଇଫେକ୍ଟ ପଡିବନାହିଁ । ଲୋନ୍ ମୋରେଟୋରିୟମ୍ ପାଇଁ ଗ୍ରାହକଙ୍କୁ ବ୍ୟାଙ୍କ ଅଗଷ୍ଟ ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଇଥିଲା ଯେଉଁଥିରେ ବ୍ୟାଙ୍କ ନିଜ ଲୋନ୍ ପାଇଁ ଗ୍ରାହକଙ୍କୁ କିସ୍ତି ଭରିବା ପାଇଁ ଆଶ୍ୱସ୍ତି ଦେଇଥିଲା । ଏବେ ସେପ୍ଟେମ୍ବରରୁ ଲୋକଙ୍କୁ ନିଜ କିସ୍ତି ସୁଧ ସହିତ ଜମା କରିବାକୁ ହେବ । ଅର୍ଥାତ୍ ସେମାନଙ୍କ ଉପରେ ପୁଣି ଅଧିକ ଇଏମଆଇର ବୋଝ ପଡିବାକୁ ଲାଗିବ ।

ଆରବିଆଇ ନେଇଥିଲା ଏହି ନିଷ୍ପତ୍ତି
ଆରବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଏହି ଘୋଷଣାରେ ଲୋନ୍ ସେଟଲମେଣ୍ଟ ପାଇଁ ଆଉ ଏକ ସ୍କିମ୍ ଜାରି କରିଥିଲେ । ଏହି ସ୍କିମ ଜରିଆରେ ମଧ୍ୟ ଗ୍ରାହକ ନିଜ ଲୋନ୍ ସେଟଲେମେଣ୍ଟ କରିପାରିବେ । ଭଲ କଥା ହେଉଛି କି ଏହି ସ୍କିମର ଲାଭରୁ ଡିଫଲ୍ଟର ବଞ୍ଚିତ ରହିବେ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ମୌଦ୍ରିକ ସମୀକ୍ଷା ନୀତିର ବୈଠକରେ କରଜ ପୁର୍ନଗଠନ ସୁବିଧାର ଘୋଷଣା କରିଛନ୍ତି । ଲୋନ୍ ରିଷ୍ଟ୍ରକ୍ଚରିଂ ମଞ୍ଜୁରି ମିଳିବା ପରେ ଏବେ ବ୍ୟାଙ୍କ ନିଜ କରଜଦାରଙ୍କୁ ଲୋନ୍ ଫେରସ୍ତର ସିଡ୍ୟୁଲ୍ ପୁଣି ନିର୍ଦ୍ଧାରିତ କରିପାରିବ । ତଦନୁସାରେ ବ୍ୟାଙ୍କ ଲୋନ୍ ପୈଠର ସମୟ ସୀମା ବଢାଇ ପାରିବ କିମ୍ବା ପେମେଣ୍ଟରେ ମଧ୍ୟ ଆଶ୍ୱସ୍ତି ଦେଇପାରିବ । ଏହି ରିଷ୍ଟ୍ରକ୍ଚରିଂ ଅନୁସାରେ ବ୍ୟାଙ୍କ ନିର୍ଦ୍ଧାରିତ କରିପାରିବ ଯେ ଇଏମଆଇ କମାଇବାର ଅଛି କି ଲୋନର ପିରିୟଡ ବଢାଇବାର ଅଛି କିମ୍ବା କେବଳ ସୁଧ ଆଦାୟ କରିବ ଏହା ନିର୍ଦ୍ଧାରିତ କରିବ । କରୋନା କାଳରେ ବ୍ୟାଙ୍କରୁ ଲୋନ୍ ନେଉଥିବା ଗ୍ରାହକଙ୍କୁ ୬ ମାସ ପର୍ଯ୍ୟନ୍ତ ଲୋନର ଇଏମଆଇ ଦେବାରେ ଆଶ୍ୱସ୍ତି ମିଳିଥିଲା କିନ୍ତୁ ଏବେ ମୋରାଟୋରିୟମ୍ ଅବଧି ୩୧ ଅଗଷ୍ଟରେ ସମାପ୍ତ ହୋଇଯିବ ।

ଇଏମଆଇ କମ୍ କରିବାର ଏହା ହେଉଛି ବିକଳ୍ପ
ବ୍ୟାଙ୍କ ଗ୍ରାହକ ନିଜ ଲୋର ଅବଧି ବଢାଇ ଇଏମଆଇ କମ୍ କରିପାରିବେ । କିନ୍ତୁ ଏହାପରେ ସେମାନଙ୍କୁ ମାସିକ କିସ୍ତି ନିୟମିତ ରୂପେ ପୈଠ କରିବାକୁ ପଡିବ କିନ୍ତୁ ରାଶି କମ୍ ହୋଇଯିବ । ସୂଚନା ଅନୁସାରେ କରୋନା ସମୟରେ ଏହି ପ୍ରାୟ ୭୦ ପ୍ରତିଶତ ଲୋକ ଏହି ସୁବିଧାର ଫାଇଦା ନେଇଥିଲେ । ବ୍ୟାଙ୍କ ମାଧ୍ୟମରେ ସରକାର କରୋନା କାଳରେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଥିଲେ କିନ୍ତୁ ସେପ୍ଟେମ୍ବରରୁ କିସ୍ତି ପୈଠ କରିବାକୁ ପଡିବ । ଆଶ୍ୱସ୍ତି ଏହା ଯେ ଲୋନର ସମୟ ଅବଧି ବଢାଇ ଇଏମଆଇ କମ୍ କରିହେବ । ବ୍ୟାଙ୍କ ରିଷ୍ଟ୍ରକ୍ଚର ନିଜ ସ୍ତରରେ ହିଁ କରିପାରିବ । ଏଥିରେ ଗ୍ରାହକଙ୍କ ସିବିଲ୍ ମଧ୍ୟ ଖରାପ ହେବନି ।