PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

୧୦ ପ୍ଲାଷ୍ଟିକ୍ ବୋତଲ ଦେଲେ ମିଳୁଛି ଗୋଟିଏ କ୍ଷୀର ପ୍ୟାକେଟ୍

ପଞ୍ଚକୁଲା ୨୬/୧୨: ପ୍ଲାଷ୍ଟିକ୍‌ର ୧୦ ବୋତଲ ଆଣ ଏବଂ କ୍ଷୀର ପକେଟ୍ ମାଗଣାରେ ନେଇଯାଅ । ବିଶ୍ୱାସ ନହେଲେ ମଧ୍ୟ ସତ । ହରିୟାଣାର ପଞ୍ଚକୁଲାରେ ପ୍ଲାଷ୍ଟିକର ସଦୁପଯୋଗ ପାଇଁ ଏମିତି ଏକ ଅଭିଯାନ ଦେଖିବାକୁ ମିଳିଛି । ପଞ୍ଚକୁଲା ନଗର ନିଗମ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ରେ ସହରକୁ ଟପ୍ ୨୦ ରେ ସ୍ଥାନ ଦେବା ପାଇଁ ଏକ ବେଷ୍ଟ ଏକ୍ସଚେଞ୍ଜ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହା ଦେଶର ଆରମ୍ଭ ହୋଇଥିବା ଏମିତି ଏକ ପ୍ରଥମ କାର୍ଯ୍ଯକ୍ରମ ।

କାର୍ଯ୍ୟକାରୀ ଅଧିକାରୀ ଜେ ସିଂହ କହିଛନ୍ତି, ‘ଯିଏ ଆମକୁ ୧ କିଗ୍ରା ପ୍ଲାଷ୍ଟିକ୍ କମ୍ବା ୧୦ ପ୍ଲାଷ୍ଟିକ୍ ବୋତଲ ତେବ, ତାକୁ ୧ ପ୍ୟାକେଟ୍ କ୍ଷୀର ମିଳିବ । ପଞ୍ଚକୁଲାର ଅନେକ ଭିଟା ବୁଥରେ ଏହାର ଫାଇଦା ଉଠାଇ ପାରିବେ ଗ୍ରାହକ । ’ ସମ୍ପୂର୍ଣ୍ଣ ସ୍ୱଚ୍ଛତା ତଥା ଆଇଇସି କାର୍ଯ୍ୟକ୍ରମ ଅନୁସାରେ ଏହି ଅଭିଯାନ ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ନିଗମ ଲୋକଙ୍କୁ ପ୍ରୋତ୍ସାହନ କରିବା ପାଇଁ ପଦକ୍ଷେପ ଉଠାଯିବ ।

କେବଳ ଏତିକି ନୁହେଁ, କାର୍ଯ୍ଯକ୍ରମ ଜରିଆରେ ଏକାଠି କରାଯାଇଥିବା ପ୍ଲାଷ୍ଟିକ୍ ଆବର୍ଜନା ବଦଳରେ ଅଲଗା ପ୍ରକାର ପୁରସ୍କାର ଦେବା ପାଇଁ ମଧ୍ୟ ପ୍ରସ୍ତାବ ରଖାଯାଇଛି । ଏହାନୁସାରେ ୧୦ ପ୍ଲାଷ୍ଟିକ୍ ବୋତଲ ବଦଳରେ ଅଧ କିଲୋ କ୍ଷୀର ପକେଟ୍ ମଧ୍ୟ ଦିଆଯିବ । ୭ ବୋତଲ କିମ୍ବା ୫୦୦ ଗ୍ରାମ ପ୍ଲାଷ୍ଟିକ୍ ବଦଳରେ ୨୦୦ ଗ୍ରାମ ଦହି, ୫ ପ୍ଲାଷ୍ଟିକ୍ ବୋତଲ କିମ୍ବା ୫୦୦ ଗ୍ରାମ ପ୍ଲାଷ୍ଟିକ୍ ବଦଳରେ ଏକ ବ୍ରେଡ୍ ଫ୍ରି ଦିଆଯିବ ।

କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ମାର୍କେଟ୍ ଆଖପାଖ ଅଞ୍ଚଳକୁ ସଫା ରଖିବା ଏବଂ ପ୍ଲାଷ୍ଟିକର ପ୍ରୟୋଗ ପ୍ରତି ଜନସାଧାରଣଙ୍କୁ ସଚେତନ କରିବା । ତେବେ ବର୍ତ୍ତମାନ ପାଇଁ ଏହି ବେଷ୍ଟ ଏକ୍ସଚେଞ୍ଜ ଅଫର୍ ସେକ୍ଟର ୭,୮,୯ ଓ ୧୧ରେ ଭିଟା ବୁଥରେ ଆରମ୍ଭ କରାଯାଇଛି । ପରେ ଏହା ସମସ୍ତ ଭିଟା ବୁଥରେ ଲାଗୁହେବ ।

ସହରରେ ୪ ଭିଟା ବୁଥ ନିର୍ମାଣ କରାଯାଇଛି, ଯେଉଁଠି ୧୦ ପ୍ଲାଷ୍ଟିକ୍ ବୋତଲ ଦେଲେ ଗୋଟିଏ କ୍ଷୀର ପ୍ୟାକେଟ୍ ଫ୍ରିରେ ମିଳୁଛି । ସେକ୍ଟର ୭,୮,୯  ଓ ୧୧ରେ ନଗର ନିଗମ ଦ୍ୱାରା ଗଠନ ହୋଇଥିବା ଭିଟା ବୁଥରେ ଏହି ବେଷ୍ଟ ଏକ୍ସଚେଞ୍ଜ ଅଫର ଆରମ୍ଭ କରାଯାଇଛି । ଲୋକମାନେ ଘରୁ ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ କରି ଆଣି ଡଷ୍ଟବିନରେ ପକାଉଛନ୍ତି ଏବଂ ଏହା ବଦଳରେ କ୍ଷୀର ପ୍ୟାକେଟ୍ ନେଇଯାଉଛନ୍ତି ।

ସମ୍ବନ୍ଧିତ ଖବର