ପୃଥିବୀରେ ଅଛି ମଙ୍ଗଳ ଗ୍ରହ, ୩ ଦିନ ରହିବା ପାଇଁ ଲାଗିବ ମାତ୍ର ଏତିକି ଟଙ୍କା

ନୁଆଦିଲ୍ଲୀ ୨୫/୮: ମଙ୍ଗଳ ଗ୍ରହକୁ ଯିବା ପାଇଁ ଆଗ୍ରହୀ ଥିବା ବ୍ୟକ୍ତିମାନଙ୍କ ପାଇଁ ଖୁସି ଖବର । ଏକ ହଲିଡେ ୱେବସାଇଟ୍ ଟ୍ରିପ୍ ଏଣ୍ଡ ଭାଇଜର ପୃଥିବୀରେ କୃତିମ୍ର ଗ୍ରହ ନିର୍ମାଣ କରିଦେଇଛି । ଏହା ବିଲକୁଲ୍ ମଙ୍ଗଳ ଗ୍ରହ ଭଳି ଦେଖାଯାଉଛି । ଏହି ଗ୍ରହ ଆର୍ଟିଫିସିଆଲ୍ ପ୍ଲାନେଟ୍ ଉତ୍ତର ସ୍ପେନର ଗୁମ୍ଫାରେ ନିର୍ମିତ ହୋଇଛି । କମ୍ପାନୀ ଏଠି ଲୋକଙ୍କୁ ୩ ଦିନ ଓ ୩ ରାତି ବିତାଇବା ପାଇଁ ଅଫର ଦେଉଛି । ଏହାର ଭଡା ୪.୮୦ ଲକ୍ଷ ଟଙ୍କା ନିର୍ଦ୍ଧାରିତ କରାଯାଇଛି ।

ମିଳିବ ମଙ୍ଗଳ ଗ୍ରହ ଭଳି ଅନୁଭବ
ଏହି କୃତମି ମଙ୍ଗଳ ଗ୍ରହ ପୃଥିବୀରୁ ୧୯୬ ଫୁଟ୍ ଉଚ୍ଚତାରେ ସ୍ଥିତ ଏବଂ ୧.୪ କିମି ଲମ୍ବା ଗୁମ୍ଫା ଭିତରେ ରହିଛି । କମ୍ପାନୀ ଏହା ଚାଲେଞ୍ଜ ଦେଇଛି ଯେ ଗୁମ୍ଫାରେ ବିଲକୁଲ୍ ମଙ୍ଗଳ ଗ୍ରହ ଭଳି ଦୃଶ୍ୟ ଦେଖିବାକୁ ମିଳିବ । ସୂଚନା ଅନୁସାରେ ଏହି ସ୍ଥାନର ପ୍ରଥମ ଟ୍ରାଏଲ୍ ହୋଇସାରିଛି । ଏଠାରେ ପହଞ୍ଚି ଆପଣ ଦୁନିଆର ସବୁ ଲୋକଙ୍କଠୁ ବହୁତ ଦୂରକୁ ପଳେଇବେ । ଏହା ଏବେ ପର୍ଯ୍ଯଟକଙ୍କ ପାଇଁ ଖୋଲିଦିଆଯାଇଛି ।

ଟ୍ରେନିଂ ବହୁତ ଜରୁରୀ
ଏଠାରେ ରହିବା ପାଇଁ ପର୍ଯ୍ୟଟକଙ୍କୁ ୩୦ ଦିନର ଏକ ପ୍ରୋଗ୍ରାମରେ ଅଂଶଗ୍ରହଣ କରିବାକୁ ପଡିବ । ସେମାନଙ୍କୁ ୩ ସପ୍ତାହର ଅନଲାଇନ୍ ଟ୍ରେନିଂ ନେବାକୁ ପଡିବ । ଶାରୀରିକ ଏବଂ ମାନସିକ ରୂପେ ମଜଭୁତ ହେବା ପାଇଁ ଏମାନଙ୍କୁ ୩ ଦିନର ଏକ ଟ୍ରେନିଂ ମଧ୍ୟ ଦିଆଯିବ । ଏହା ପରେ ସେମାନଙ୍କୁ ଏହି ଗ୍ରହରେ ରହିବା ପାଇଁ ଅନୁମତି ମିଳିବ । ସେମାନଙ୍କୁ ଖାସ୍ ଉପକରଣ ପରିଧାନ କରି ଏହି କୃତିମ୍ର ମଙ୍ଗଳ ଗ୍ରହକୁ ଯିବାକୁ ପଡିବ । କମ୍ପାନୀର କହିବାନୁସାରେ ଏହି ଯାତ୍ରା ଅତ୍ଯନ୍ତ ରୋମାଞ୍ଚକ ରହିବ । ଯିଏ ଏହି ଗ୍ରହରେ ଯାତ୍ରା କରିବ ସେ ସବୁଦିନ ପାଇଁ ଏହାକୁ ମନେ ରଖିବ ।

   ସମ୍ବନ୍ଧିତ ଖବର


NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌

ଡ୍ରାଇଭିଂ ଲାଇସେନ୍ସ ଓ RC ରଖିବା ଚିନ୍ତା ସରିଲା ! ୧ ଅକ୍ଟୋବରରୁ ବଦଳୁଛି ନିୟମ-

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି

ସାବଧାନ ! ଟ୍ୟାପ୍‌ ପାଣିରେ ଆସୁଛି ଘାତକ ଜୀବାଣୁ – ବ୍ରେନ୍‌କୁ କରୁଛି ଅକାମୀ…