ୱିଙ୍ଗ କମାଣ୍ଡରଙ୍କ ପତ୍ନୀ ମଧ୍ଯ ଥିଲେ ଏୟାର ଫୋର୍ସ ସ୍କ୍ୱାର୍ଡନ ଲିଡର, ଜାଣନ୍ତୁ ତାଙ୍କ ବୀରତ୍ୱର କାହାଣୀ

source:www.thelallantop.com
ଚେନ୍ନାଇ ୨୮/୨: ଭାରତୀୟ ସୀମାରେ ପଶିଥିବା ପାକିସ୍ତାନୀ ବିମାନକୁ ଘଉଡାଇବା ସମୟରେ ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ପାକିସ୍ତାନ ଅଧିକୃତ କଶ୍ମୀରରେ କ୍ରାଶ୍ ହୋଇଗଲା । ସେଥିରେ ଥିଲେ ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ଅଭିନନ୍ଦନ ଏବେ ପାକିସ୍ତାନ କବଜାରେ ଅଛନ୍ତି । ତାଙ୍କ ପାଇଁ ସାରା ଦେଶ ଚିନ୍ତିତ । ସମସ୍ତେ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ଅଭିନନ୍ଦନଙ୍କ ପରିବାର ଚେନ୍ନାଇରେ ରୁହନ୍ତି । ତାଙ୍କ ପତ୍ନୀ ମଧ୍ଯ ଏୟାର ଫୋର୍ସରେ ରହିସାରିଛନ୍ତି ।
ଅଭିନନ୍ଦନଙ୍କ ପତ୍ନୀ ମଧ୍ଯ ଏୟାର ଫୋର୍ସ ଅଫିସର
ଅଭିନନ୍ଦନଙ୍କ ପତ୍ନୀଙ୍କ ନାମ ତନଭୀ ମାରୱାହ । ସେ ମଧ୍ଯ ଏୟାର ଫୋର୍ସରେ ସ୍କ୍ୱାର୍ଡନ ଲିଡର ରହିସାରିଛନ୍ତି । ପତି-ପତ୍ନୀ ଉଭୟ ଏୟାରଫୋର୍ସରେ ରହି ଦେଶ ସେବା କରୁଥିଲେ । ତନଭୀ ମାରୱାହ ମଧ୍ଯ ଏୟାରଫୋର୍ସର ଜଣେ ଦକ୍ଷ ଅଫିସର ଥିଲେ । ଅବସର ପରେ ମଧ୍ଯ ତନଭୀଙ୍କ ନାଁ ଏୟାରଫୋର୍ସରେ ସମ୍ମାନର ସହିତ ନିଆଯାଏ । ଆଜି ମଧ୍ୟ ତାଙ୍କ ବନ୍ଧୁ ରହିଆସିଥିବା ଅଫିସରମାନେ ତାଙ୍କ ସାହସ ଓ ଦକ୍ଷତାର କାହାଣୀ ଶୁଣାଇଥାନ୍ତି ।
ତନଭୀ ଓ ଅଭିନନ୍ଦନଙ୍କ ୨୦ ଜାନୁୟାରୀରେ ବିବାହ ବାର୍ଷିକୀ ଥିଲା । ଉଭୟଙ୍କର ଏକମାତ୍ର ପୁଅର ନାଁ ତାବିଶ । ୧୫ ଜାନୁୟାରୀରେ ତାବିଶର ଜନ୍ମଦିନ ପାଳନ ହୋଇଥିଲା । ଅଭିନନ୍ଦନ ଜଣେ ଭଲ ବକ୍ତା ମଧ୍ଯ । ମିଗ୍-୨୧ ଉଡାଇବା ଥିଲା ତାଙ୍କର ସଉକ । ଅଭିନନ୍ଦନଙ୍କ ପିତା ଏସ୍. ବର୍ତ୍ତମାନ ମଧ୍ଯ ଏୟାରଫୋର୍ସରେ ରହିଆସିଛନ୍ତି । ସେ ଏୟାର ମାର୍ଶାଲ ରହିଆସିଛନ୍ତି । ସେ ୨୦୧୭ରେ ଏକ ଫିଲ୍ମରେ ଆଡଭାଇଜର ଭୂମିକା ସମ୍ପାଦନ କରିଥିଲେ । ସେହି ଫିଲ୍ମର କାହାଣୀ ଅନୁସାରେ ଜଣେ ଭାରତୀୟ ପାଇଲଟ୍ ପାକିସ୍ତାନ ସୀମାରେ ଖସିପଡୁଛି । ଏବଂ ପାକିସ୍ତାନ ସେନା କବଜାରେ ରହିଯାଉଛି । ଶେଷରେ ବହୁ କଷ୍ଟରେ ସେ ନିଜ ଦେଶକୁ ଫେରିଆସୁଛି ।
I’m very fortunate to have met a few of our fighter pilots in #IAF. It‘s a true honour to know them and they are men of a different league. I sincerely pray for the safe return of our warriors.
— Actor Karthi (@Karthi_Offl) February 27, 2019
Our entire nation stands by the families of our army men. It is their brave hearts and sacrifice that keep us safe in our country. #IAF #IndianArmy
— Actor Karthi (@Karthi_Offl) February 27, 2019
ଆମେ କାମନା କରୁଛୁ, ଫିଲ୍ମର କାହାଣୀ ଭଳି ଅଭିନନ୍ଦନ ମଧ୍ଯ ଶୀଘ୍ର ଓ ସୁରକ୍ଷିତ ଭାବେ ଦେଶକୁ ଫେରିଆସନ୍ତୁ ।
ଅଧିକ ପଢନ୍ତୁ ସତ ହୋଇଗଲା ପିତାଙ୍କ ଫିଲ୍ମ କାହାଣୀ, ରିଲ୍ ଲାଇଫ୍ ଭଳି ରିୟଲ ଲାଇଫରେ ପାକିସ୍ତାନରେ ଫସିଛନ୍ତି ଅଭିନନ୍ଦନ