ସୁନ୍ଦରୀ ଯୁବତୀଙ୍କୁ ମୋହରା କରି ଲୁଟି ନେଇଥିଲେ ସର୍ବସ୍ବ, ପର୍ଦ୍ଦାଫାସ କଲା ପୁଲିସ: ୨ ଲୁଟେରା ଗିରଫ

ଗ୍ୟାଙ୍ଗ ଲିଡର କଲର ପିଣ୍ଟୁ

ଭୁବନେଶ୍ୱର,୨୧/୦୮: ରାଜଧାନୀ ଉପକଣ୍ଠ ଭରତପୁରରେ ବନ୍ଧୁକ ଦେଖାଇ କାର୍‌ ଲୁଟିବା ଘଟଣାର ପର୍ଦ୍ଦାଫାସ ହୋଇଛି। ବକେୟା ଟଙ୍କା ପାଇଁ ନୁହେଁ, ବରଂ ସୁନ୍ଦରୀ ଯୁବତୀ ପାଇବା ଆଶାରେ ଫସି ଲୁଟ୍‌ର ଶିକାର ହୋଇଥିଲେ ଠିକାଦାର। ଲୁଟ୍‌ରେ ସାମିଲ୍‌ ୨ ଜଣଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ ୟୁନିଟ-୮ରେ ରହୁଥିବା ଗଞ୍ଜାମ ଜିଲ୍ଲା ଆସିକାର ଅମର ସେନାପତି ଓରଫ୍‌ ବୁନୁ ଓ ଚନ୍ଦ୍ରଶେଖରପୁର ଅଞ୍ଚଳର ମନୋଜ ଗୌଡ଼ । ପୁଲିସ୍‌ ସେମାନଙ୍କଠାରୁ ଲୁଟ୍‌ କାର୍‌ ଜବତ କରିଛି । ତେବେ ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଓ ଅନ୍ୟ ୨ ଜଣ ଫେରାର୍‌ ଅଛନ୍ତି।

ପୁଲିସ ସୂଚନା ମୁତାବକ ଗତ ୧୩ ତାରିଖରେ ତାଳଚେର ଅଞ୍ଚଳର ଠିକାଦାର ରତି ଅଳଙ୍କାର ସିଂହ ଥାନାରେ ଅଭିଯୋଗ କରିଥିଲେ ଯେ, ୧୨ ତାରିଖରେ ସେ ଭୁବନେଶ୍ୱର ଆସିଥିଲେ । ସେ ଦିନ ସନ୍ଧ୍ୟାରେ ଶ୍ରୀ ସିଂହ ବୁନୁ ନାମକ ବନ୍ଧୁଙ୍କୁ ଦେଖା ହେବାକୁ ଭରତପୁର ଯାଇଥିଲେ। କିଛି ସହଯୋଗୀଙ୍କ ସହ ବୁନୁ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ନିର୍ଧୁମ ମାଡ ମାରି ତାଙ୍କ କାର ନେଇ ଯାଇଥିଲେ । ବକେୟା ଟଙ୍କା ପାଇବା ପାଇଁ ବୁନୁ ଏଭଳି କରିଥିବା ରତି ପୁଲିସକୁ କହିଥିଲେ ।

ପୁଲିସ ବୁନୁଙ୍କ ମୋବାଇଲ୍‌ ନମ୍ବର ଟ୍ରାକ୍‌ କରି ଚନ୍ଦ୍ରଶେଖରପୁର ଅଞ୍ଚଳରୁ ତାଙ୍କୁ ଥାନାକୁ ଉଠାଇ ଆଣିଥିଲା । ସେଠାରେ ପୁଲିସ ସାମ୍ନାରେ ବୁନୁ ସବୁ ସତ ଉଗାଳିଥିଲେ । କାର୍‌ ଲୁଟ୍‌ କରିବାକୁ ସେମାନେ ସୁନ୍ଦରୀ ଯୁବତୀମାନଙ୍କୁ ମୋହରା କରୁଥିଲେ। ଗ୍ରାହକମାନଙ୍କୁ ଯୁବତୀଙ୍କ ଫଟୋ ଦେଖାଇ ଆକର୍ଷିତ କରୁଥିଲେ । ପରେ ଗ୍ରାହକଙ୍କୁ ନିଛାଟିଆ ଜାଗାକୁ ନେଇ ନିର୍ଧୁମ ପିଟି ଲୁଟ କରୁଥିଲେ । ଘଟଣାଦିନ ଯୁବତୀ ଯୋଗାଇ ଦେବା ବାହାନାରେ ରତି ଓ ତାଙ୍କ ଡ୍ରାଇଭରଙ୍କୁ ଭରତପୁରରୁ ଚନ୍ଦ୍ରଶେଖରପୁର ଅନନ୍ତ ବସ୍ତିକୁ ନେଇଥିଲେ । ସେଠାରେ ତାଙ୍କୁ ନିର୍ଧୁମ ପଟି କାର୍‌ ନେଇ ଯାଇଥିଲେ । ବୁନୁଙ୍କ ତଥ୍ୟ ଅନୁସାରେ ପୁଲିସ୍‌ର ଏକ ଟିମ୍‌ କେନ୍ଦ୍ରାପଡା ମାର୍ଶାଘାର ପଳାଶପୁର ଗାଁରୁ ଲୁଟ୍‌ କାର୍‌କୁ ଜବତ କରିଥିଲା । ସେଠାରୁ ମନୋଜଙ୍କୁ ଗିରଫ କରିଥିଲା ।

ଗ୍ୟାଙ୍ଗ ଲିଡରକଲର ପିଣ୍ଟୁ

ଦୁର୍ଦ୍ଦାନ୍ତ କଲର ପିଣ୍ଟୁ ହେଉଛି ଏହି ଲୁଟେରା ଗ୍ୟାଙ୍ଗର ଲିଡର । ସେ ଗିରଫ ବୁନୁର ସାନ ଭାଇ । ଏମାନଙ୍କ ପୈତୃକ ଘର ଗଞ୍ଜାମ ହୋଇଥିବା ବେଳେ ଉଭୟେ ୟୁନିଟ୍‌-୮ ଅଞ୍ଚଳରେ ରହୁଛନ୍ତି । ବାପା ଜଣେ ସରକାରୀ ଚାକିରିଆ । କିନ୍ତୁ କଲର ପିଣ୍ଟୁ ଲୁଟ୍‌ପାଟ୍‌, ଛିନ୍‌ତାଇ ଓ ଡକାୟତିରେ କୁଖ୍ୟାତ । ପିଣ୍ଟୁ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ମାଳମାଳ ଲୁଟ୍‌ପାଟ୍‌ ମାମଲା ରହିିଛି । ଜୁନ୍‌ ମାସରେ ସେ ଗିରଫ ହୋଇ ଜେଲ୍‌ ଯାଇଥିଲା । ପରେ ଜାମିନ୍‌ରେ ଫେରି ଏମିତି ଲୁଟ୍‌ କରିଛି । ଫେରାର୍‌ କଲର ପିଣ୍ଟୁକୁ ଧରିବା ପାଇଁ ପୁଲିସ ବିଭିନ୍ନ ଆଡ଼େ ଚଢ଼ଉ ଚଳାଇଛି ।

   ସମ୍ବନ୍ଧିତ ଖବର


ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ – ମହିଳା କହିଲେ , ୧୦ ବର୍ଷ ଯାଏ କରିଛନ୍ତି ଯୌନ ଶୋଷଣ

ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଟାଟା ମ୍ୟାଜିକରେ ହଠାତ୍ ଲାଗିଗଲା ନିଆଁ, ଜୀଅନ୍ତା ଜଳି ଦୁଇ ଜଣଙ୍କର ମୃତ୍ୟୁ

ରାଜନୀତିରେ ପୁଣି ପାଦ ରଖିବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ଆସନ୍ତାକାଲି ଶିବସେନାରେ ହେବେ ସାମିଲ୍‌…

ଆଫଗାନିସ୍ତାନରେ କାର୍ ବୋମା ବିସ୍ଫୋରଣ, ୨୬ ସୁରକ୍ଷାକର୍ମୀ ନିହତ