PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ପ୍ରେମରେ ଅନ୍ଧ ହୋଇଗଲେ ଯୁବକ: ବନ୍ଧୁପତ୍ନୀଙ୍କୁ ପାଇଲେନି.. ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଲେ ଇଂଜିନିୟର

ବଲାଙ୍ଗିର,୦୭/୦୮: ଏକ ବହୁରାଷ୍ଟିୟ କମ୍ପାନୀର ଇଂଜିନିୟର ଭାବେ ଦୁଇବନ୍ଧୁ ବିଦେଶ ଗଲେ । ସେଠାରେ ଏକତ୍ର ରହଣୀ କାଳରେ ବନ୍ଧୁ ପତ୍ନୀଙ୍କ ସହିତ ପ୍ରେମ ହୋଇଗଲା । ପ୍ରେମ ଏତେ ଗଭୀର ହେଲା ଯେ ଉଭୟ ନିଜନିଜର ପତି ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଏକାକାର ହୋଇଯିବାର ନିଷ୍ପତ୍ତି ନେଲେ । ପ୍ରଥମେ ଯୁବକ ଜଣକ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଆବେଦନ କଲେ । ହେଲେ ଠିକଣା ସମୟରେ ବନ୍ଧୁପତ୍ନୀ(ପ୍ରେମିକା) ନିଜ ସ୍ୱାମୀଙ୍କୁ ଛାଡ଼ିବା ପାଇଁ ରାଜି ହେଲାନି । ବରଂ, କଥାଟି ସାମ୍ନାକୁ ଆସିବା ପରେ ସେମାନେ ବିଦେଶ ଛାଡ଼ି ଚାଲିଆସିଲେ ଭାରତ । ବିରହୀ ପ୍ରେମିକ ଦୁଃଖରେ ଭାଙ୍ଗିପଡ଼ି ଶେଷରେ କଠୋର ନିଷ୍ପତ୍ତି ନେଲେ ।

ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ଡ୍ୟାମପଡାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ସମ୍ପର୍କରେ ପୁଲିସ ସୂତ୍ରରୁ ଖବର ପାଇ ପଶ୍ଚିମବଙ୍ଗର ହୁଗୁଳିରୁ ପରିବାରବର୍ଗ ବଲାଙ୍ଗୀର ଆସି ପହଞ୍ଚିଛନ୍ତି । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ଘଟଣା ପଛରେ ଥିବା ପରକୀୟା ପ୍ରୀତିକୁ ଦୋଷ ଦେବା ସହ ବନ୍ଧୁପତ୍ନୀଙ୍କ ପ୍ରେମରେ ପଡ଼ି ଯୁବକଜଣକ ଜୀବନ ହାରିଦେଲେ ବୋଲି ତାଙ୍କ ବାପା ଅଶୋକ ଚକ୍ରବର୍ତ୍ତୀ କହିଛନ୍ତି ।

ସୂଚନାଅନୁସାରେ, ମୃତକଙ୍କ ନାମ ଇନ୍ଦ୍ରନୀଲ ଚକ୍ରବର୍ତ୍ତି । ସେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଥିଲେ। ଭାରତରେ ଦକ୍ଷତାର ସହ କାମ କରିବାରୁ ତାଙ୍କୁ ମେକ୍ସିକୋକୁ ବଦଳି ହୋଇଥିଲା । ସେହିସମୟରେ ଇନ୍ଦ୍ରନୀଲ ଏବଂ ତାଙ୍କର ଆଉ ଜଣେ ବନ୍ଧୁଙ୍କୁ ଏକାସାଙ୍ଗରେ ମେକ୍ସିକୋ ପଠାଇଥିଲା କମ୍ପାନୀ । ସେଠାରେ ନିଜ ପତ୍ନୀଙ୍କ ସହିତ ଇନ୍ଦ୍ରନୀଲ ଏବଂ ସମ୍ପୃକ୍ତ ବନ୍ଧୁ ତାଙ୍କ ପତ୍ନୀଙ୍କୁ ନେଇ ରହୁଥିଲେ । ଇତିମଧ୍ୟରେ ଇନ୍ଦ୍ରନୀଲ ଓ ତାଙ୍କ ବନ୍ଧୁଙ୍କ ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଏତେ ନିବିଡ଼ ହୋଇପଡିଲା ଯେ, ଇନ୍ଦ୍ରନୀଲ ତାଙ୍କ ସ୍ତ୍ରୀଙ୍କୁ ଏବଂ ବନ୍ଧୁର ସ୍ତ୍ରୀ ତଥା ପ୍ରେମିକା ନିଜ ସ୍ୱାମୀକୁ ଛାଡ଼ପତ୍ର ଦେବାକୁ ମନସ୍ଥ କଲେ । ଇନ୍ଦ୍ରନୀଲ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପାଇଁ କୋର୍ଟରେ ଆବେଦନ ମଧ୍ୟ କରିଦେଲେ ।

ହେଲେ ସଂପୃକ୍ତ ପ୍ରେମିକା ଜଣକ ନିଜ ସ୍ୱାମୀକୁ ଛାଡ଼ପତ୍ର ଦେବି ନାହିଁ ବୋଲି କହିଲେ । ପରେ ଉଭୟ ପରିବାର ଏସମ୍ପର୍କରେ ଜାଣିବାରୁ ଇନ୍ଦ୍ରନୀଲଙ୍କ ବନ୍ଧୁ ତାଙ୍କ ସ୍ତ୍ରୀକୁ ଧରି ଚେନ୍ନାଇକୁ ବଦଳିରେ ଚାଲି ଆସିଲେ। କିଛିଦିନ ବିଦେଶରେ ଏକା ରହିବା ପରେ ଇନ୍ଦ୍ରନୀଲ ମଧ୍ୟ ପଶ୍ଚିମବଙ୍ଗକୁ ବଦଳି ନେଇ ଫେରିଆସିଲେ । ପରେ ବନ୍ଧୁଙ୍କ ସ୍ତ୍ରୀ ଆଉ ଇନ୍ଦ୍ରନୀଲଙ୍କ ସହ ସମ୍ପର୍କ ରଖିବାକୁ ମନା କରିଦେଲେ । ଉତ୍ତ୍ୟକ୍ତ ହୋଇ ଇନ୍ଦ୍ରନୀଲ ସୋସିଆଲ ମିଡ଼ିଆରେ ଆତ୍ମହତ୍ୟା କରିବାର ଧମକ ଦେଲେ । କିନ୍ତୁ ସେ ପ୍ରାୟ ସମୟରେ ଧମକ ଦେଉଥିବାରୁ ସଂପୃକ୍ତ ଯୁବତୀଜଣକ ଏହାକୁ ଧ୍ୟାନ ଦେଲେନାହିଁ । ଶେଷରେ ଦୁଇ ଦିନ ତଳେ ପ୍ରେମିକାଙ୍କ ଘର ସମ୍ମାନରେ ଆତ୍ମାହୁତି ଦେବି ବୋଲି କହି ଧମକ ଦେଉଥିବା ସମ୍ପର୍କରେ ତାଙ୍କ ବାପା ଜାଣିଥିବା କହିଛନ୍ତି ।

ମଙ୍ଗଳବାର ସେ ଏକ କାର ଭଡ଼ାକରି ବଲାଙ୍ଗୀର ଆସିଥିଲେ । ପରେ ତାଙ୍କ ଫୋନ୍‌ ଲାଗିନଥିଲା । ଶେଷରେ ପୁଲିସ ସୂତ୍ରରୁ ତାଙ୍କ ସମ୍ପର୍କରେ ଖବର ପାଇ ସେମାନେ ବଲାଙ୍ଗୀର ଆସିଥିବା କହିଛନ୍ତି । ଯେହେତୁ ସେ ବଲାଙ୍ଗୀର ଆସିଥିଲେ, ତେଣୁ ଉକ୍ତ ମହିଳାଙ୍କ ଘର ମଧ୍ୟ ଏଠାରେ ହୋଇଥିବ ଏବଂ ଇନ୍ଦ୍ରନୀଲ ତାଙ୍କ ଘରକୁ ଯାଇ ତଡ଼ା ଖାଇବାରୁ ଏଭଳି କାଣ୍ଡ କରିଥିବା ସେ ଆଶଙ୍କା ବ୍ୟକ୍ତ କରିଛନ୍ତି । ପ୍ରକାଶ ଯେ, ସ୍ଥାନୀୟ ଡେମପଡା ସ୍ଥିତ ଏକ ନିଛାଟିଆ ସ୍ଥାନରୁ ଗତକାଲି ପେଟ୍ରୋଲ ଢାଳି ହୋଇ ଇନ୍ଦ୍ରନୀଳ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେ ଚିତ୍କାର କରୁଥିବା ଲୋକେ ଶୁଣିଥିଲେ । ଚିତ୍କାର ଶୁଣି କେତେକ ଲୋକେ ଯୁବକ ପାଖକୁ ଯାଇ ତାଙ୍କ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ସ୍ଥାନୀୟ ଯୁବକଙ୍କ ସହାୟତାରେ ତାଙ୍କୁ ହସ୍ପିଟାଲକୁ ଆଣିଥିଲା । ସେ ପ୍ରାୟ ୬୦% ପୋଡ଼ିଯାଇଥିବାରୁ ମୃତ୍ୟୁ ସହ ସଂଗ୍ରାମ କରି ଗତକାଲି ରାତିରେ ମୃତ୍ୟୁ ହୋଇଥିଲା ।