ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ସଙ୍ଗରୋଧ କେନ୍ଦ୍ରରେ ଅଘଟଣ: ବ୍ଲେଡ୍‌ରେ ହାତ କାଟି ପ୍ରବାସୀ ଗୁରୁତର, ପ୍ରେମ ବ୍ୟାପାର ନେଇ ସନ୍ଦେହ

କେନ୍ଦ୍ରାପଡ଼ା ୧୨/୦୬: ମାର୍ଶାଘାଇ ବ୍ଲକ୍‍ ଅଧୀନ କରିଲୋପାଟଣା ମହାବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଏକ ଅଭାବନୀୟ ଅଘଟଣ ଘଟିଛି । ତାମିଲନାଡୁରୁ ଫେରି ସଙ୍ଗରୋଧରେ ଥିବା ଜଣେ ପ୍ରବାସୀ ଯୁବକ ବ୍ଲେଡ୍‌ରେ ନିଜ ବାମ ହାତକୁ କାଟି ଦେଇ ଗୁରୁତର ହୋଇପଡ଼ିଛନ୍ତି । କରିଲୋପାଟଣା ସରପଞ୍ଚ ସୁକାନ୍ତ ସାହୁ ତାଙ୍କୁ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କଟା ସ୍ଥାନରେ ୩୨ଟି ଷ୍ଟିଚ୍‌ କରାଯାଇ ଔଷଧପତ୍ର ଦିଆଯାଇଥିଲା । କାହା ସହ ସେ ଫୋନ୍‌ରେ କଥା ହେଉଥିବା ବେଳେ ଭାବପ୍ରବଣ ହୋଇ ହାତ କାଟି ପକାଇଥିଲେ । ତେଣୁ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବକ ଜଣକ ଏପରି କରିଥିବା ସନ୍ଦେହ କରାଯାଉଛି ।

ମହାକାଳପଡ଼ା ବ୍ଲକ ରାମନଗର ଅଞ୍ଚଳର ସଂପୃକ୍ତ ଯୁବକ ତାମିଲନାଡୁରେ କାମ କରୁଥିଲେ । ସେଠାରୁ ଫେରିବା ପରେ ସେ କରିଲୋପାଟଣା ମହାବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ୧୨ ଦିନ ହେବ ରହିଥିଲେ । ଗୁରୁବାର ସକାଳ ପ୍ରାୟ ୧୦ଟାରେ ସେ ନିଜ ଫୋନରେ କାହା ସହ କଥା ହେଉଥିଲେ । କଥା ହେଉ ହେଉ କୋଠରିରୁ ବାହାରି ଛାତକୁ ପଳାଇଥିଲେ । କିଛି ସମୟ ପରେ ତଳକୁ ଫେରିବା ବେଳକୁ ତାଙ୍କ ବାମ ହାତ କଟା ହୋଇ ରକ୍ତ ବାହାରୁଥିବା ଦେଖି ଅନ୍ୟ ପ୍ରବାସୀମାନେ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ କହିଥିଲେ । ସ୍ଥାନୀୟ ସରପଞ୍ଚ ଗୁରୁତର ଆହତ ଅବସ୍ଥାରେ ଯୁବକଙ୍କୁ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପରେ ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ତହସିଲଦାରଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ ।

ପ୍ରଶାସନ ପକ୍ଷରୁ ଉକ୍ତ ଯୁବକଙ୍କ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇ ଦିଆଯାଇଥିଲା । ଆହତ ଅବସ୍ଥାରେ ସଙ୍ଗରୋଧ କେନ୍ଦ୍ରରେ ନିତ୍ୟକର୍ମ ସମ୍ପାଦନରେ ଅସୁବିଧା ହେବ ବୋଲି ଦର୍ଶାଇ ଯୁବକଙ୍କୁ ହୋମ୍‍ କ୍ୱାରେଣ୍ଟାଇନ୍‌ରେ ରଖିବା ପାଇଁ ଅନୁମତି ଦେବାକୁ ତାଙ୍କ ମାମୁ ପ୍ରଶାସନକୁ ନିବେଦନ କରିଥିଲେ । ତେଣୁ ସଙ୍ଗରୋଧ କେନ୍ଦ୍ରରୁ ତାଙ୍କୁ ଡିସ୍‌ଚାର୍ଜ ସାର୍ଟିଫିକେଟ ଦିଆଯାଇ ଅବଶିଷ୍ଟ ଅବଧି ହୋମ୍‍ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । ମାର୍ଶାଘାଇ ଡାକ୍ତରଖାନାରୁ ଯୁବକଙ୍କୁ ଘରକୁ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.