ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

‘ମୋତେ କରୋନା ହୋଇଛି…’ ଏପରି କହି କାର୍ ଆଗରେ ଶୋଇ ପଡ଼ିଲେ ଯୁବକ, ତା’ପରେ ଯାହା ହେଲା…

ମେରଠ ୧୯।୬ : ଉତ୍ତରପ୍ରଦେଶର ମେରଠ ଶହରରେ ବେଗମପୁଲ ଚୈରାହେରେ ଜଣେ ଯୁବକ ନିଜ କରୋନା ପଜିଟିଭ୍ କହି କାର୍‌ ଆଗରେ ଶୋଇପଡ଼ିଲା। କହିଲା କି, ବାରମ୍ବାର କହିବା ପରେ ବି ସ୍ବାସ୍ଥ୍ୟ ବିଭାଗ ତାର ଯାଞ୍ଚ କରୁନାହାନ୍ତି। ସଦର ବାଜାର ପୋଲିସ ଯୁବକଙ୍କୁ ବୁଝାଇ ସୁଝାଇ ଆମ୍ବୁଲାନ୍ସରେ ହସ୍ପିଟାଲରେ ପହଞ୍ଚାଇଥିଲେ।  

ପୋଲିସର ସୂଚନାନୁସାରେ, ଗୁରୁବାର ରାତି ପ୍ରାୟ ସାଢ଼େ ୭ଟା ସମୟରେ ବେଙ୍ଗମ୍ପୁଲ ଛକ ନିକଟରେ ନାଙ୍ଗଲାଟାଶୀ କଙ୍କାର୍କେଡାର ଜଣେ ଯୁବକ ହଠାତ୍ କାର ଆଗରେ ଡେଇଁ ପଡିଥିଲେ। କାର୍ ଡ୍ରାଇଭର ତୁରନ୍ତ ବ୍ରେକ୍ ମାରିଦେଇଥିଲେ ଫଳରେ ଯୁବକଙ୍କ ବଞ୍ଚି ଯାଇଥିଲେ। ଛକ ନିକଟରେ ପୋଲିସ୍ ସେଠାରେ ପହଞ୍ଚିବା ପରେ ଯୁବକ ଜଣକ କାର ଆଗରେ ଶୋଇପଡ଼ିଥିଲେ। ଯେତେବେଳେ ପୋଲିସ୍ ତାଙ୍କୁ ହଟାଇବାକୁ ଆଗେଇ ଆସିଲା, ଯୁବକ ଜଣକ ପାଟି କରି କହିଲେ, ସ୍ପର୍ଶ କର ନାହିଁ, ମୁଁ କରୋନା ପଜିଟିଭ୍ ଅଟେ। ଏହା ଶୁଣିବା ପରେ ପୋଲିସ ପଛଘୁଞ୍ଚା ଦେଇଥିଲା।

ସେଠାରେ ଉପସ୍ଥିତ ଥିବା ଲୋକଙ୍କର ଭିଡ଼ ଜମିଗଲା। ଖବର ପାଇବା ପରେ ଏସ୍‌ଓ ସଦର ବିଜୟ ଗୁପ୍ତା ଘଟଣାସ୍ତଳରେ ପହଞ୍ଚି ଯୁବକଙ୍କୁ ତାର ସମସ୍ୟା ସମ୍ପର୍କରେ ପଚରାଥିଲେ। ଯୁବକ ଜଣକ କହିଥିଲା କି, ତାଙ୍କ ଶରୀରରେ ଅନେକ ଦିନରୁ କରୋନା ଲକ୍ଷଣ ଦେଖିବାକୁ ମିଳିଛି। ଜ୍ବର ବି ହେଉଛି। ଅନେକ ଥା ସ୍ବାସ୍ଥ୍ୟ ବିଭାଗକୁ ଫୋନ୍‌ କରି ଜରାଇଛନ୍ତି। କିନ୍ତୁ କେହି ତାଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ସେ କହିଛନ୍ତି। ଏସ୍‌ଓ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ କି, ତାଙ୍କର ଯାଞ୍ଚ କରାଯିବ। ଏହାପରେ ସେ ଆମ୍ବୁଲାନ୍ସ ଡାକି ଯାଞ୍ଚ ଏବଂ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.