PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ହିତାହିତ ଜ୍ଞାନ ଭୁଲିଲା ସାନ ଭାଇ, ବଡ ଭାଇକୁ ପନିକିରେ ହାଣିଲା

ନୀଳଗିରି, ୨୩|୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ କାଁଥିପଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଔପଦା ବ୍ଲକ ବାଉଁଶବଣିଆ ପଂଚାୟତରେ ଥିବା ଏହି ଗାଁରେ ରବିବାର ସାନ ଭାଇର ଆକ୍ରମଣରେ ବଡ ଭାଇ ଗୁରୁତର  ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, ଗତ ଶନିବାର ଦିନ ଗ୍ରାମର କାର୍ତିକ ସେଠୀଙ୍କର ଦୁଇ ଝିଅ ଝଗଡା ଲାଗିଥିଲେ। ଏହା ପରେ ଝିଅ ଦ୍ୱୟ ତାଙ୍କର ଦାଦା ସନାତନଙ୍କ ଘରେ ରହିଥିଲେ। ପରେ ଝିଅଦ୍ୱୟର  ମା ତାଙ୍କୁ ଆକଟ କରି ଘରକୁ ଆଣିଥିଲେ। ଏହି ଘଟଣା ଶୁଣିବାପରେ ସନାତନ ଉତକ୍ଷିପ୍ତ ହୋଇଯାଇଥିଲେ। ଗତକାଲି ରାତ୍ରରେ  ସନାତନ ଉତକ୍ଷିପ୍ତ ହୋଇ ଭାଉଜଙ୍କୁ ମାଡ଼ ମାରିବାସହ କାହିଁକି ତାଙ୍କ ଘରକୁ ଆସି ଝିଅ ଦୁଇଟିକୁ ପିଟିଲ କହିଥିଲେ। ଏପରିକି  ଏକ ପନିକି ଧରି ହାଣିବାକୁ ଉଦ୍ୟମ କରୁଥିଲେ

ଏତିଜି ବେଳେ ତାଙ୍କ ସ୍ୱାମୀ କାର୍ତିକ ଆସି ପ୍ରତିବାଦ କରିବାରୁ ପନିକି ଚୋଟରେ ତାଙ୍କର ଡାହାଣ ହାତରେ ଗଭୀର କ୍ଷତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ନୀଳଗିରି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି।ପୋଲିସ ଘଟଣାର ଖୋଳତାଡ଼ ଆରମ୍ବ କରିଛି।