PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା: କାଠ ବୋଝେଇ ଟ୍ରକକୁ ଧକ୍କା ଦେବାପରେ ଡିଜେଲ ଟ୍ୟାଙ୍କରରେ ଲାଗିଲା ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ
  • ||
  • ସରେଣ୍ଡର୍ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ, ୩୪ ବର୍ଷ ପୂର୍ବ ରୋଡ୍‌ ରେଜ୍‌ ମାମଲାରେ ହୋଇଛି ବର୍ଷେ ସଶ୍ରମ କାରାଦଣ୍ଡ
  • ||
  • ଭୁବନେଶ୍ଵର : ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ସ୍ଥିତି ସମୀକ୍ଷା କଲେ ବିଏମ୍ସି ମେୟର ସୁଲୋଚନା ଦାସ
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ଜଗନ୍ନାଥ ନଗରରେ ବୋମା ମାଡ଼
  • ||
  • ନୂଆଦିଲ୍ଲୀ : ୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ଆଜମ ଖାନ, ସ୍ଵାଗତ କଲେ ଶିବପାଳ ଯାଦବ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୦ ପଜିଟିଭ୍ ଚିହ୍ନଟ
  • ||
  • ସିବିଆଇ ପଞ୍ଝାରେ ପୁଣି ଲାଲୁ ପ୍ରସାଦ : ରେଲୱେ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ୧୭ଟି ଠିକଣାରେ ଚାଲିଛି ରେଡ୍
  • ||

୨୮ ଫେବୃୟାରୀରୁ ବନ୍ଦ ହୋଇଯିବ ପେଟିଏମ୍ ଓ ଫୋନ୍-ପେ ଆକାଉଣ୍ଟ, ଆଜି ହିଁ କରାଇନିଅନ୍ତୁ କେୱାଇସି

soutce:https://medium.com

ନୁଆଦିଲ୍ଲୀ ୨୯/୧: ୧ ମାର୍ଚ୍ଚ ଠାରୁ ଆପଣଙ୍କ ମୋବାଇଲ୍ ୱାଲେଟ୍ ଖାତା ବନ୍ଦ ହେବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ  ଅନୁସାରେ ଦେଶରେ କାର୍ଯ୍ୟରତ ୮୦ ପ୍ରତିଶତ ମୋବାଇଲ୍ ୱାଲେଟ୍ ବନ୍ଦ ହୋଇଯିବ । ଫଳରେ ୟୁଜର୍ସଙ୍କ ଏହି ଖାତାର ପରିଚଳନ ବନ୍ଦ ହୋଇଯିବ ।  

୨୮ ଫେବୃୟାରୀ ଶେଷ ତାରିଖ
ଦେଶରେ କାର୍ଯ୍ୟରତ ସବୁ ମୋବାଇଲ୍ କମ୍ପାନୀଗୁଡିକୁ ୨୮ ଫେବୃୟାରୀ ମଧ୍ୟରେ ନିଜ ଗ୍ରାହକଙ୍କ କେୱାଇସି ସମ୍ପୂର୍ଣ୍ଣ କରିବାକୁ ପଡିବ । ଅବଶ୍ୟ ଏପର୍ଯ୍ୟନ୍ତ ଅଧିକାଂଶ କମ୍ପାନୀ ନିଜର କେୱାଇସି ସମ୍ପୂର୍ଣ୍ଣ କରିନାହାନ୍ତି । ତେଣୁ ମାର୍ଚ୍ଚ ୧ରୁ ଏହି ମୋବାଇଲ ୱାଲେଟ ବନ୍ଦ ହେବାର ସମ୍ଭାବନା ରହିଛି ।

ମିଳିବ ଏହି ଆଶ୍ୱସ୍ତି
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ ୱାଲେଟ୍ ୟୁଜର୍ସଙ୍କୁ ବଡ ଆଶ୍ୱସ୍ତି ଦେଇ କହିଛି ଯେ ୨୮ ଫେବୃୟାରୀ ପରେ ମଧ୍ୟ ତାଙ୍କ ୱାଲେଟରେ ଥିବା ବାଲାନ୍ସ ଶେଷ ହେବନି । ଏହା ସହିତ ୱାଲେଟରେ ଥିବା ପଇସା ବ୍ୟବହାର କରି ସାମଗ୍ରୀ ମଧ୍ୟ କ୍ରୟ କରିହେବ । ପଇସାକୁ ନିଜ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ପଠାଇହେବ ।

କେୱାଇସି ବିନା ୱାଲେଟରେ ପଇସା ଲୋଡ୍ ହେବନି
ଆରବିଆଇର ସୂଚନା ଅନୁସାରେ ୧ ମାର୍ଚ୍ଚରୁ ବିନା କେୱାଇସିରେ ୱାଲେଟରେ ପଇସା ରଖିହେବନି । ଏହା ସହିତ କାହାକୁ ପଇସା ପଠାଇ ମଧ୍ୟ ହେବନି । ଆରବିଆଇର କଡା ନିର୍ଦ୍ଦେଶାନୁସାରେ ସବୁ ମୋବାଇଲ୍ ୱାଲେଟ୍ କମ୍ପାନୀକୁ ସୂଚିତ କରିଦିଆଯାଇଛି ଯେ ନିଜ ୟୁଜର୍ସଙ୍କ ବେସିକ୍ କେୱାଇସି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରନ୍ତୁ ।

କିଛି କମ୍ପାନୀଗୁଡିକ ଯୋଗୁଁ ବ୍ୟାପୁଛି ଗୁଜବ
କିଛି ମୋବାଇଲ୍ ୱାଲେଟ୍ କମ୍ପାନୀ ଗ୍ରାହକଙ୍କ ମଧ୍ୟରେ ଏହି ଗୁଜବ ଖେଳାଉଛନ୍ତି ଯେ ତାଙ୍କ ସର୍ଭିସ୍ ୧ ମାର୍ଚ୍ଚ ପରେ ମଧ୍ୟ ବିନା କେୱାଇସିରେ ପୂର୍ବ ଭଳି ଚାଲିବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ନିର୍ଦ୍ଦେଶାନୁସାରେ କେୱାଇସି କରିବା ବାଧ୍ୟତାମୂଳକ ।

ଏହି କମ୍ପାନୀଙ୍କ ଉପରେ ପଡିବ ପ୍ରଭାବ
ଆରବିଆଇ ଦେଶରେ ଲାଇସେନ୍ସ ପ୍ରାପ୍ତ ସବୁ ମୋବାଇଲ୍ ୱାଲେଟ୍ କମ୍ପାନୀଙ୍କୁ ନିଜ ଗ୍ରାହକଙ୍କ କେୱାଇସି ନର୍ମ୍ସ ସମ୍ପୂର୍ଣ୍ଣ କରିବା ପାଇଁ ଫେବୃୟାରୀ ୨୦୧୮ ପର୍ଯ୍ୟନ୍ତ ସମୟ ଦେଇଛି । ଅଧିକାଂଶ କମ୍ପାନୀ  ଆରିବିଆଇର ଏହି ଆଦେଶକୁ ସମ୍ପୂର୍ଣ୍ଣ ରୂପେ ମାନିନାହାନ୍ତି । ଯଦି ଫେବୃୟାରୀ ମଧ୍ୟରେ ଏହା ପୂରଣ କରାଯିବନି ତେବେ ଅନେକ କମ୍ପାନୀଙ୍କ ମୋବାଇଲ୍ ୱାଲେଟ୍ ବନ୍ଦ ହୋଇଯିବ ।

ଏମାନେ ହେଉଛନ୍ତି ଦେଶର ମୁଖ୍ୟ ମୋବାଇଲ୍ ୱାଲେଟ୍ କମ୍ପାନୀ
ଦେଶରେ ପେଟିଏମ୍, ମୋବିକ୍ୱିକ୍, ଏଚଡିଏଫସି ପେଜେପ, ଏମ-ପୈସା, ଏୟାରଟେଲ୍ ମନି, ଚିଲ୍ଲର, ଆମାଜନ୍ ପେ, ଫୋନ୍ ପେ ପ୍ରମୁଖ ମୋବାଇଲ୍ ୱାଲେଟ୍ କମ୍ପାନୀ ଅଛନ୍ତି ।